Photo-1
ଅନୁଗୋଳ: ଅନୁଗୋଳ ଜିଲ୍ଲାରେ ମାଓ ଦମନ କାର୍ଯ୍ୟରେ ନିୟୋଜିତ ଜଣେ ଏସଓଜି ଯବାନଙ୍କର ଆଜି ମୃତ୍ୟୁ ଘଟିଛି। ତାଙ୍କ ନାଁ ସୁରେଶ ଚନ୍ଦ୍ର ହେମ୍ବ୍ରମ। ତାଙ୍କର ଡାହାଣ ପାର୍ଶ୍ୱ ପେଟରେ ଗୁଳି ବାଜିବାରୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ତେବେ କେଉଁ ପରିସ୍ଥିତିରେ ତାଙ୍କ ପେଟରେ ଗୁଳି ବାଜିଲା ସେ ନେଇ ଅନୁଗୋଳ ଏସ୍ପି ଓ ଉତ୍ତର-କେନ୍ଦ୍ରାଞ୍ଚଳ ଡିଆଇଜି କୌଣସି ସ୍ପଷ୍ଟ ସୂଚନା ଦେଇ ନାହାନ୍ତି। ଅନୁଗୋଳ ଏସ୍ପି ରାଜେଶ ପଣ୍ଡିତ କହିଛନ୍ତି ଘଟଣାର ତଦନ୍ତ ଚାଲିଛି।
ସାତକୋଶିଆ ଅଞ୍ଚଳରେ ମାଓ ଦମନ କାର୍ଯ୍ୟରେ ନିୟୋଜିତ ଏସ୍ଓଜି ଯବାନମାନେ ଆଜି ସକାଳେ ଅନୁଗୋଳ ସ୍ଥିତ ରିଜର୍ଭ କ୍ୟାମ୍ପକୁ ଫେରୁଥିବା ବେଳେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ତାଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ମୃତ ସୁରେଶଙ୍କ ଘର ମୟୂରଭଞ୍ଜ ଜିଲ୍ଲାର ଦାସରଥପୁର ଗାଁରେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2016/05/Photo-1.jpg)