Advertisment

ଫେବ୍ରୁଆରୀ ୧୫ ସୁଦ୍ଧା କାର୍ଯ୍ୟକ୍ଷମ ହେବ ଅନୁଗୋଳ-ସୁକିନ୍ଦା ରେଳଲାଇନ୍‌

‘ପ୍ରଥମ ପର୍ଯ୍ୟାୟରେ ମାଲ୍‌ ଗାଡ଼ି ଚାଲିବ, ପରବର୍ତ୍ତୀ ସମୟରେ ପାସେଞ୍ଜର ଟ୍ରେନ୍‌ ଚାଲିବ’

Angul-Sukinda Rail Line

Angul-Sukinda Rail Line

Advertisment

ଫେବ୍ରୁଆରୀ ୧୫ ସୁଦ୍ଧା ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ଷମ ହେବ ବହୁ ପ୍ରତିକ୍ଷିତ ଅନୁଗୋଳ-ସୁକିନ୍ଦା ରେଳଲାଇନ୍‌। ଚାଲିବ ନିୟମିତ ମାଲବାହୀ ଟ୍ରେନ୍‌। ସୋମବାର ଏହି ରୁଟରେ ମାଲଗାଡି ଟ୍ରେନର ଟ୍ରାଏଲ୍‌ ରନ ସଫଳତାର ସହ ଶେଷ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିମ୍ବା ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କ ଦ୍ଵାରା ଏହି ବହୁ ପ୍ରତିକ୍ଷିତ ରେଳ ଲାଇନ୍‌ ଲୋକାର୍ପିତ ହେବାର କାର୍ଯ୍ୟକ୍ରମ ରହିଛି। ଅନୁଗୋଳ-ସୁକିନ୍ଦା ରେଲୱେର ଏମ୍‌ଡି ଦିଲ୍ଲୀପ କୁମାର ସାମନ୍ତରାୟ ଏନେଇ ସୂଚନା ଦେଇଛନ୍ତି।

Advertisment

ପିପିପି ମୋଡରେ ନିର୍ମାଣ ହେଉଥିବା ୯୩.୨ କିଲୋମିଟର ବିଶିଷ୍ଟ ଅନୁଗୋଳ-ସୁକିନ୍ଦା ରେଳଲାଇନ ପାଇଁ ପ୍ରାୟ ୨୭୦୦- ୨୮୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ସେଥିମଧ୍ୟରୁ ପ୍ରାୟ ୨୪୦୦ କୋଟି ଟଙ୍କା ପୁଞ୍ଜିନବେଶ ହୋଇସାରିଛି। ଏହା କାର୍ଯ୍ୟକ୍ଷମ ହେଲେ, ଅନୁଗୋଳର MCL ଓ ବିଭିନ୍ନ ଇସ୍ପାତ ପ୍ରକଳ୍ପରୁ ମାଲ୍‌ ପରିବହନ ସୁବିଧା ଜନକ ହେବ। ଓଡ଼ିଶାର ଆର୍ଥିକ ବିକାଶରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହେବ।

ଆଗାମୀ ଦିନରେ ଏହି ରୁଟରେ ଯାତ୍ରୀବାହୀ ଟ୍ରେନ୍‌ ମଧ୍ୟ ଚଳାଚଳ କରିବ। ଅନୁଗୋଳ-ସୁକିନ୍ଦା ରେଳଲାଇନରେ ୧୧ଟି ଷ୍ଟେସନ ରହିବ। ଏହାଦ୍ୱାରା ଢେଙ୍କାନାଳ, ଯାଜପୁର ଓ ଅନୁଗୋଳ ଜିଲ୍ଲାର ପ୍ରାୟ ୧ କୋଟି ଲୋକ ଉପକୃତ ହେବେ।

Advertisment

ସୂଚନା ଥାଉକି, ଅନୁଗୋଳ-ସୁକିନ୍ଦା ରେଳଲାଇନ ୧୯୯୭ ରେଳ ବଜେଟରେ ଅନୁମୋଦିତ ହୋଇଥିଲା। ତେବେ ପାଣ୍ଠି ଅଭାବ ତଥା ବିଭିନ୍ନ କାରଣରୁ ଏହା ବିଳମ୍ବିତ ହୋଇ ଚାଲିଥିଲା। ୨୦୧୨ ମସିହାରେ ଓଡ଼ିଶା ସରକାର, କଣ୍ଟେନର କର୍ପୋରେସନ ସହଯୋଗରେ ରେଳ ବିକାଶ ନିଗମ ଏହି ରେଳ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିଥିଲା। ଅନୁଗୋଳ-ସୁକିନ୍ଦା ରେଲୱେ SPV ଜରିଆରେ ଏହି ରେଳ ଲାଇନ ବିକାଶ ହୋଇଛି ବୋଲି ଅନୁଗୋଳ-ସୁକିନ୍ଦା ରେଲୱେ ଏମ୍‌ଡି ଦିଲ୍ଲୀପ କୁମାର ସାମନ୍ତରାୟ କହିଛନ୍ତି।

Odisha Railway Project Railway
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe