Advertisment

ବିବାହ ଭୋଜିରେ ଖାଦ୍ୟ ପରଷିବାକୁ ଯାଉଥିଲେ, ହଠାତ୍‌ ଘଟିଗଲା ଅଘଟଣ

ଅନୁଗୁଳ(ବିରଜା ପ୍ରସାଦ ଦାସ): ବିବାହ ଭୋଜିରେ ଖାଦ୍ୟ ପରଷିବାକୁ ଭ୍ୟାନ୍‌ରେ ଯାଉଥିବା ଏକ କ୍ୟାଟରିଂ ଟିମ୍‌  ଦୁର୍ଘଟଣାର ସମ୍ମୁଖୀନ ହେଲେ। ଡ୍ରାଇଭରଜଣକ ଅଚାନକ ବ୍ରେକ୍‌ ମାରିବାରୁ ଗାଡ଼ିରୁ ଛିଟିକି  ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି। ଏପରି ମର୍ମନ୍ତୁଦ ଦୁର୍ଘଟଣା ଆଜି ଅନୁଗୋଳ ଜିଲ୍ଲା  ଆଠମଲ୍ଲିକ ଅନୁଗୁଳ ପୁର୍ତ୍ତରାସ୍ତାର ଠାକୁରଗଡ଼ ଥାନା ଅନ୍ତର୍ଗତ ସାନହୁଲା ବ୍ରିଜ ନିକଟରେ ନିକଟରେ ଘଟିଛି। ସୂଚନା ଅନୁଯାୟୀ, ଆଠମଲ୍ଲିକ ଓଡ଼ଶିଙ୍ଗା ଓ ମାଲିପଦର ଗାଁରୁ  […]

ବିବାହ ଭୋଜିରେ ଖାଦ୍ୟ ପରଷିବାକୁ ଯାଉଥିଲେ, ହଠାତ୍‌ ଘଟିଗଲା ଅଘଟଣ

accident

Advertisment

ଅନୁଗୁଳ(ବିରଜା ପ୍ରସାଦ ଦାସ): ବିବାହ ଭୋଜିରେ ଖାଦ୍ୟ ପରଷିବାକୁ ଭ୍ୟାନ୍‌ରେ ଯାଉଥିବା ଏକ କ୍ୟାଟରିଂ ଟିମ୍‌  ଦୁର୍ଘଟଣାର ସମ୍ମୁଖୀନ ହେଲେ। ଡ୍ରାଇଭରଜଣକ ଅଚାନକ ବ୍ରେକ୍‌ ମାରିବାରୁ ଗାଡ଼ିରୁ ଛିଟିକି  ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି। ଏପରି ମର୍ମନ୍ତୁଦ ଦୁର୍ଘଟଣା ଆଜି ଅନୁଗୋଳ ଜିଲ୍ଲା  ଆଠମଲ୍ଲିକ ଅନୁଗୁଳ ପୁର୍ତ୍ତରାସ୍ତାର ଠାକୁରଗଡ଼ ଥାନା ଅନ୍ତର୍ଗତ ସାନହୁଲା ବ୍ରିଜ ନିକଟରେ ନିକଟରେ ଘଟିଛି।

Advertisment

ସୂଚନା ଅନୁଯାୟୀ, ଆଠମଲ୍ଲିକ ଓଡ଼ଶିଙ୍ଗା ଓ ମାଲିପଦର ଗାଁରୁ  ଏକ କ୍ୟାଟରିଂ ଟିମ୍‌ର ପ୍ରାୟ ୧୯ ଜଣ ଏକ ବିବାହ ଭୋଜିରେ ଖାଦ୍ୟ ପରଷିବାକୁ  ବଇଂଣ୍ଡାକୁ ଯାଉଥିଲେ। ମାତ୍ର ସାନହୁଲା ନିକଟରେ ଡ୍ରାଇଭର ଅଚାନକ ବ୍ରେକ୍‌ ମାରିଥିଲେ।  ଫଳରେ ଗାଡ଼ି ବାହାରକୁ ପ୍ରାୟ ୧୨ ଜଣ ଛିଟିକି ପଡ଼ିଥିଲେ। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କର ମୃତ୍ୟୁ ହେଇଛି ।

ସମସ୍ତ ଆହତଙ୍କୁ ପ୍ରଥମେ ଠାକୁରଗଡ଼ ଓ ବଇଣ୍ଡା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରୁ ୨ ଗୁରୁତରଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।  ଗାଡ଼ିରେ ରହିଥିବା ଅନ୍ୟମାନେ ସାମାନ୍ୟ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ତଦନ୍ତ ଜାରି ରଖିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe