Advertisment

କାର୍‌ ଓ ସ୍କୁଟି ମୁହାଁମୁହିଁ ଧକ୍କା, ୨ ଗୁରୁତର

ଗତକାଲି ଗିରାଙ୍ଗ ପଟରୁ ଏକ ସ୍କୁଟି ବଳରାମପ୍ରସାଦ ଆସୁଥିଲା। ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ କାର୍ ସ୍କୁଟିକୁ ଧକ୍କା ଦେଇଥିଲା।

Road Accident

Road Accident

Advertisment

ଅନୁଗୋଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ବଲରାମପ୍ରସାଦ କେନ୍ଦୁପାଟଣା ନିକଟରେ ସଡ଼କ ଦୁର୍ଘଟଣା ଘଟିଛି। କାର୍‌ ଓ ସ୍କୁଟି ମୁହାଁମୁହିଁ ଧକ୍କା ହେବାଫଳରେ ୨ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ପରିଚୟ ମିଳିନାହିଁ। 

Advertisment

ଗତକାଲି ଗିରାଙ୍ଗ ପଟରୁ ଏକ ସ୍କୁଟି ବଳରାମପ୍ରସାଦ ଆସୁଥିଲା। ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ କାର୍ ସ୍କୁଟିକୁ ଧକ୍କା ଦେଇଥିଲା। ଫଳରେ ସ୍କୁଟି ଚାଳକ ସହ ସ୍କୁଟିରେ ବସିଥିବା ଦୁଇ ଯୁବକ ଗୁରୁତର ଆହତ ହୋଇଥିଲେ।

ଦୁର୍ଘଟଣା ପରେ କାର୍‌ଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ସ୍ଥାନୀୟ ଲୋକେ ଗାଡ଼ିକୁ ପିଛା ଧରିଥିଲେ। ପରେ ଗାଡ଼ି ଭିତରେ ବସିଥିବା ୩ ଜଣ ଅଣ ଓଡ଼ିଆ ଯୁବକକୁ କାବୁ କରି ପୁଲିସକୁ ଖବର ଦେଇଥିଲେ। ନାଲକୋ ପୁଲିସ ପହଞ୍ଚି ଯୁବକମାନଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ଦୁର୍ଘଟଣା ସ୍ଥଳରେ କିଛି ସମୟ ପାଇଁ ଚାପା ଉତ୍ତେଜନା ଦେଖାଦେଇଥିଲା। କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକ ରାସ୍ତା ଅବରୋଧ କରିଥିଲେ । ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ପରିସ୍ଥିତି ଶାନ୍ତ ପଡ଼ିଥିଲା।

Advertisment
Road Accident Angul
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe