ଅନୁଗୋଳ (ବିରଜା ପ୍ରସାଦ ଦାସ): ଗତକାଲି ବିଳମ୍ବିତ ରାତିରେ ଅନୁଗୋଳ ଜିଲ୍ଲା ଖମାର ଥାନା କଣ୍ଟିଆପଶି ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଏକ ଟ୍ରକ୍ ପଛରେ ଦ୍ରୁତ ଗତିରେ ଯାଉଥିବା ଏକ କାର୍ ପିଟି ହେବାରୁ ୫ ଜଣଙ୍କ ମୃତ୍ୟୁ ଘଟିଛି। ସମସ୍ତ ମୃତକ ଖମାର ଥାନା ଅଧୀନ ଇଞ୍ଜିଡ଼ି ଗାଁରେ ବୋଲି ଜଣାଯାଇଛି।
ଏହି ୫ ଜଣ ପାଲଲହଡ଼ା ଭୋଟ ଗଣତି କେନ୍ଦ୍ରକୁ ଯାଇଥିଲେ। ସେଠାରୁ କାର୍ ଯୋଗେ ବିଳମ୍ବିତ ରାତିରେ ଗାଁକୁ ଫେରୁଥିଲେ। କଣ୍ଟିଆପଶି ନିକଟରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଏକ ଟ୍ରକ୍ ରାସ୍ତାର ବାମ ପାର୍ଶ୍ୱରେ ଛିଡ଼ା ହୋଇଥିବା ବେଳେ ତା’ ପଛରେ କାର୍ଟି ପିଟି ହୋଇଥିଲା।
ଦୁର୍ଘଟଣା ସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ୨ ଜଣଙ୍କୁ ପାଲଲହଡ଼ା ମେଡିକାଲରେ ଭର୍ତ୍ତି କରିଥିବା ବେଳେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ୨ ଗାଡ଼ିକୁ ଜବତ କରି ତଦନ୍ତ ଆରମ୍ଭ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ପୂର୍ବତନ ସହକର୍ମୀଙ୍କୁ ଛାଡ଼ିଲେନି, ୧୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ବରିଷ୍ଠ କିରାଣି
ବରିଷ୍ଠ କିରାଣି ନିତ୍ୟାନନ୍ଦ ଗାଇଗରିଆଙ୍କ ତିନିଟି ଠିକଣାରେ ଚଢ଼ାଉ କରିଛି ଭିଜିଲାନ୍ସ।
Accident
ଘରକୁ ଫେରୁଥିବା ବେଳେ ପିଟି ଦେଲା କାର୍
ଦୁର୍ଘଟଣା ଘଟାଇବା ପରେ କାର୍ ଡ୍ରାଇଭର ଓ ସେଥିରେ ବସିଥିବା ଯାତ୍ରୀମାନେ ଫେରାର ହୋଇଯାଇଥିଲେ।
Miscellaneous
ସିକ୍କିମରେ ଫସିଛି ପୁଅ, ଅଧୈର୍ଯ୍ୟ ହେଉଛି ମା’
ସିକ୍କିମର ପ୍ରଳୟଙ୍କରୀ ବନ୍ୟାରେ ଫସିଛନ୍ତି ଅନୁଗୁଳର ୩ ଯୁବକ । ସୁରକ୍ଷିତ ଫେରାଇ ଆଣିବାକୁ ନିବେଦନ କଲେ ପରିବାର ।
Accident
ମର୍ଣ୍ଣିଂ ୱାକ୍ ବେଳେ ମାଡ଼ିଗଲା ଗାଡ଼ି; ଦୁଇ କଲେଜ ଛାତ୍ରଙ୍କ ସମେତ ୩ ମୃତ
ଦୁଇ କଲେଜ ଛାତ୍ର ଯୁକ୍ତ ଦୁଇରେ ପଢୁଥିଲେ।