Advertisment

କୋଲ୍ ୱାଶେରୀ ପ୍ଲାଣ୍ଟକୁ ନେଇ ପୁଣି ଦୁଇ ଗୋଷ୍ଠୀ ମୁହାଁମୁହିଁ, ସମାଧାନ ବୈଠକ ପରେ ମାରପିଟ୍‌

ସମାଧାନ ପାଇଁ ବସିଥିବା ବୈଠକ ସରିବା ପରେ ଦୁଇ ଗୋଷ୍ଠୀ ପରସ୍ପରକୁ ଆକ୍ରମଣ କରିଛନ୍ତି। ଏହି ସମୟରେ ତାଳଚେର ବିଧାୟକ ବ୍ରଜବିଶୋର ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ।

ଅଦ୍ୟତନ ହୋଇଛି
Angul

Angul

Advertisment

ଅନୁଗୁଳ କୋଲ୍ ୱାଶେରୀ ପ୍ଲାଣ୍ଟରେ ପୁଣି ୨ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ସମାଧାନ ପାଇଁ ବସିଥିବା ବୈଠକ ସରିବା ପରେ ଦୁଇ ଗୋଷ୍ଠୀ ପରସ୍ପରକୁ ଆକ୍ରମଣ କରିଛନ୍ତି। ଏହି ସମୟରେ ତାଳଚେର ବିଧାୟକ ବ୍ରଜବିଶୋର ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ। ତାଙ୍କ ଉପସ୍ଥିତିରେ ଦୁଇ ଗୋଷ୍ଠୀ ମଧ୍ୟରେ ଠେଲାପେଲା ହୋଇଛି। ଏନେଇ ଉଭୟ ସପକ୍ଷବାଦୀ ଓ ବିପକ୍ଷବାଦୀ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି। 

Advertisment

ଅନୁଗୋଳ ଜିଲ୍ଲା ତାଳଚେର ଘଂଟପଡ଼ା ଓ ଟେଣ୍ଟଲୋଇ ମଧ୍ୟରେ ଥିବା କୋଲ ୱାଶେରୀକୁ ନେଇ ବିବାଦ ତେଜିବାରେ ଲାଗିଛି। ଗତ କିଛିଦିନ ହେଲା ପ୍ରଦୂଷଣର ଆଳରେ ଏହାକୁ ବନ୍ଦ କରିବା ପାଇଁ ଗୋଟିଏ ଗୋଷ୍ଠୀ ଆନ୍ଦୋଳନ କରୁଥିବା ବେଳେ ଆଉ ଗୋଟିଏ ଗୋଷ୍ଠୀ ଏହାକୁ ବିରୋଧ କରୁଛି। ୱାଶେରୀ ସପକ୍ଷରେ ଆନ୍ଦୋଳନ ହେବାରୁ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା।

ଗତକାଲି ତାଳଚେର ଘଣ୍ଟପଡ଼ାବାସୀ ତଥା ସପକ୍ଷବାଦୀଙ୍କ ପକ୍ଷରୁ ପାଇଁ ରେଳରୋକ ଆନ୍ଦୋଳନ କରାଯାଇଥିଲା। ଘଣ୍ଟପଡ଼ା ଠାରେ ସପକ୍ଷବାଦୀଙ୍କ ପକ୍ଷରୁ ଶତାଧିକ ମହିଳା ଓ ପୁରୁଷ କୋଇଲା ବୋଝେଇ ଟ୍ରେନକୁ ଅଟକାଇ ନିଜର ଦାବି ଉପସ୍ଥାପନ କରିଥିଲେ। ବିପକ୍ଷବାଦୀ ମଧ୍ୟ ପ୍ଲାଣ୍ଟ ସମ୍ମୁଖରେ ଧାରଣା ଦେଇଥିଲେ। ଏହି ପ୍ଲାଣ୍ଟ ବନ୍ଦ ହେବା ଫଳରେ କମ୍ପାନୀରେ କାର୍ଯ୍ୟରତ ଶ୍ରମିକ ମାନେ ନିଜର ଜୀବନ ଜୀବିକା ହରାଇବାର ଆଶଙ୍କା ରହିଥିବା ସପକ୍ଷବାଦୀମାନେ ଯୁକ୍ତି ଉପସ୍ଥାପନ କରିଛନ୍ତି। 

Advertisment

ଦୁଇ ଗୋଷ୍ଠୀ ମୁହାଁମୁହିଁ ହେଉଥିବାରୁ ଆଜି ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ ଅଧକ୍ଷତାରେ ତ୍ରିପାକ୍ଷିକ ଆଲୋଚନା ହୋଇଥିଲା। ଏ ସମୟରେ ଜିଲ୍ଲାପାଳ ଉଭୟ ଗୋଷ୍ଠୀଙ୍କୁ ପ୍ରଥମେ ଆନ୍ଦୋଳନରୁ ଉଠିବା ପାଇଁ ପରାମର୍ଶ ଦେଇଥିଲେ। ଏଥିସହ ଗୋଟିଏ ଜଏଣ୍ଟ ଟିମ ପ୍ଲାଣ୍ଟକୁ ଯାଇ ପରିଦର୍ଶନ କରି ରିପୋର୍ଟ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହାବାଦ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ସେଠାକୁ ଯାଇ ପ୍ରଦୂଷଣ ମାତ୍ରାର ଯାଞ୍ଚ କରିବ ଓ ଏହାପରେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ଜିଲ୍ଲାପାଳ କହିଥିଲେ।

କିନ୍ତୁ ଆଜିର ବୈଠକ ପରେ ଉଭୟ ଗୋଷ୍ଠୀ ମଧ୍ୟରେ ପୁଣିଥରେ ମାରପିଟ୍‌ ହୋଇଛି। ଏହି ଘଟଣାକୁ ନେଇ ୨୧ ନମ୍ବର ଜିଲ୍ଲା ପରିଷଦ ସଭ୍ୟା ତଥା କୋଲ ୱାଶେରୀକୁ ବିରୋଧ କରୁଥିବା ମହିଳା ସତ୍ୟଭାମା ସାହୁ ଅନୁଗୁଳ ଥାନାରେ ପହଁଚି ସପକ୍ଷବାଦୀ ଗୋଷ୍ଠୀର ଜଣେ ବ୍ୟକ୍ତି ତାଙ୍କୁ ଜିଲ୍ଲାପାଳ  କାର୍ଯ୍ୟାଳୟ ପରିସରରେ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି। ଏହାସହ ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ଉପଯୁକ୍ତ ପଦକ୍ଷେପ ନେବା ପାଇଁ ସେ ଲିଖିତ ଭାବେ ଥାନା ଅଧିକାରୀଙ୍କୁ ଜଣାଇଛନ୍ତି। 

ସେ ଅଭିଯୋଗ କରିବାର କିଛି ସମୟ ପରେ କୋଲ ୱାଶେରୀକୁ ସମର୍ଥନ କରି ଆନ୍ଦୋଳନ କରୁଥିବା ଘଣ୍ଟପଡ଼ାର କିଛି ବ୍ୟକ୍ତି ଥାନାରେ ପହଞ୍ଚି ପାଲଟା ଅଭିଯୋଗ କରିଛନ୍ତି। ଜିଲ୍ଲା ପରିଷଦ ସଭ୍ୟାଙ୍କ ସମସ୍ତ ଅଭିଯୋଗକୁ ସେମାନେ ଖଣ୍ଡନ କରିଛନ୍ତି। ଏଥିସହ ବିପକ୍ଷ ଗୋଷ୍ଠୀ ବିରୋଧରେ ମାରପିଟ ଅଭିଯୋଗ ଆଣିଛନ୍ତି। ଜିଲ୍ଲା ପରିଷଦ ସଭ୍ୟା ହିଁ ପ୍ରଥମେ ଆକ୍ରମଣ କରିଥିଲେ ବୋଲି ସପକ୍ଷବାଦୀ ଗୋଷ୍ଠୀର ନେତୃତ୍ୱ ନେଉଥିବା ସୁନୀଲ ବିଶ୍ୱାଳ କହିଛନ୍ତି। ତାଙ୍କ ମତରେ ପ୍ଲାଣ୍ଟ ଏଠାରୁ ଅନ୍ୟତ୍ର ଚାଲିଗଲେ ଅନେକ ଲୋକ ଜୀବିକା ହରାଇବେ। ତେଣୁ ଅତ୍ୟାଧୁନିକ ବ୍ୟବସ୍ଥା ଅନୂଯାୟୀ ପ୍ରଦୂଷଣଙ୍କୁ ନିୟନ୍ତ୍ରଣ କରି ପ୍ଲାଣ୍ଟ ଏଠାରେ କାର୍ଯ୍ୟ କରୁ ବୋଲି ସେ କହିଛନ୍ତି।  

ଉଭୟ ପକ୍ଷର ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। 

Odisha Angul
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe