Advertisment

ପିକଅପ୍ ଭ୍ୟାନ୍ ଧକ୍କାରେ ୩ ବାଇକ୍ ଆରୋହୀ ମୃତ

ସୂଚନା ଅନୁଯାୟୀ ଏକ ବାଇକରେ ତିନିହେଁ କୌଣସି କାମରେ ଜରପଡ଼ା ଅଭିମୁଖେ ଯାଉଥିଲେ। ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ପିକଅପ ଏହି ବାଇକ୍‌କୁ ମୁହାଁମୁହିଁ ଧକ୍କା ଦେଇଥିଲା।

ଅଦ୍ୟତନ ହୋଇଛି
bike

bike

Advertisment

ପିକଅପ୍ ଭ୍ୟାନ୍ ଧକ୍କାରେ ୩ ବାଇକ୍ ଆରୋହୀ ମୃତ। ଆଜି ଅନୁଗୋଳ ଜରପଡ଼ା ଥାନା ଅନ୍ତର୍ଗତ ଏନ୍ଏଚ୍ ୫୫ର ସାନ୍ତରାପୁର ନିକଟରେ ଏହି ଦୁର୍ଘଟଣା ଘଟିଛି। ୩ ମୃତକ ନିକଟସ୍ଥ କୁଲେଇ ଗାଁର ବୋଲି ଜଣାପଡ଼ିଛି। ସେମାନେ ହେଲେ ବାଇକ୍ ଚଳାଉଥିବା ମାନସ ବେହେରା(୨୭), ବାଇକ୍ ପଛରେ ବସିଥିବା ସୁନିଲ ସାହୁ(୨୫) ଓ ସୁମନ୍ତ ପ୍ରଧାନ(୨୫)। ସେମାନେ ଜରପଡ଼ା ଯାଉଥିଲେ। ଦୁର୍ଘଟଣା ପରେ ପିକଅପ୍ ଭ୍ୟାନ୍ ଛାଡ଼ି ଡ୍ରାଇଭର ଚମ୍ପଟ ମାରିଛି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।

Advertisment

ସୂଚନା ଅନୁଯାୟୀ ଏକ ବାଇକରେ ତିନିହେଁ କୌଣସି କାମରେ ଜରପଡ଼ା ଅଭିମୁଖେ ଯାଉଥିଲେ। ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ପିକଅପ ଏହି ବାଇକ୍‌କୁ ସାମ୍ନାରୁ ଧକ୍କା ଦେଇଥିଲା। ଫଳରେ ବାଇକରେ ବସିଥିବା ୩ ଜଣଙ୍କ ମଧ୍ୟରୁ ଦୁର୍ଘଟଣା ସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟଜଣେ ଯୁବକ ଗୁରୁତର ଆହତ ହୋଇଥିଲେ। ତେବେ ଡାକ୍ତରଖାନା ନେବା ପୂର୍ବରୁ ହିଁ ଉକ୍ତ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ପୁଲିସକୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ। ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିମାନଙ୍କୁ ଡାକ୍ତରଖାନା ନେବାକୁ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ହେଲେ ସେମାନଙ୍କୁ ନିରାଶ ହେବାକୁ ପଡ଼ିଛି। ଦୁର୍ଘଟଣା ସମ୍ପର୍କରେ ଜାଣିବା ପରେ ଏହି ଯୁବକଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାକୁ ନେଇ ଘଟଣାସ୍ଥଳରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଥିଲା।

Advertisment
Accident Roadaccident Road Accident Accidental Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe