/odisha-reporter/media/post_attachments/uploads/2021/05/700-1.jpg)
700
ଅନୁଗୋଳ(ବିରଜା ପ୍ରସାଦ ଦାଶ) ଅନୁଗୋଳଜିଲ୍ଲାର ପାଲଲହଡ଼ା ଉପଖଣ୍ଡରେ କାର୍ଯ୍ୟରତଥିବା ଯୋଗାଣ ବିଭାଗର ପ୍ରୋକରୁମେଣ୍ଟ ଇନ୍ସପେକ୍ଟର ସୁବ୍ରତ କୁମାର ମାଝୀଙ୍କ କରୋନାରେ ଦେହାନ୍ତ ହୋଇଯାଇଛି । ଗତ ୨ତାରିଖରେ ସେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣା ପଡିବା ପରେ ରାଉରକେଲାର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ମାତ୍ର ଗତକାଲି ରାତିରେ ତାଙ୍କର ଦେହାନ୍ତ ହୋଇଯାଇଥିଲା।
Advertisment
https://twitter.com/rajaaswain/status/1395002428433465347?s=20
ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୨ ବର୍ଷ ହୋଇଥିବାବେଳେ ସେ ପାଲଲହଡ଼ା ଗୋଡାଉନର ଇନଚାର୍ଜ ଥିଲେ । ସୁବ୍ରତ କୁମାର ମାଝୀ ରାଉରକେଲାର ବାସିନ୍ଦା ହୋଇଥିବାବେଳେ ଗତବର୍ଷ ସେ ବିବାହ କରିଥିଲେ । ସେ ଜଣେ ଦକ୍ଷ ଅଧିକାରୀ ଓ ବନ୍ଧୁବତ୍ସଳ ବ୍ୟକ୍ତି ଭାବେ ବିଭିନ୍ନ ମହଲରେ ପରିଚିତ ଥିଲେ ।ତାଙ୍କ ମୃତ୍ୟୁରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଶୋକବ୍ୟକ୍ତ କରିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
