Advertisment

ସାତକୋଶିଆରେ ପକ୍ଷୀ ସର୍ବେକ୍ଷଣ, ଇ -ବାର୍ଡରେ ମିଳିବ ତଥ୍ୟ

ରାଜ୍ୟରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ପକ୍ଷୀ ସର୍ବେକ୍ଷଣ କାର୍ଯ୍ୟକ୍ରମ । ଅନୁଗୋଳ ଜିଲ୍ଲା ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପରେ ଆରମ୍ଭ ହୋଇଛି ଏହି କାର୍ଯ୍ୟକ୍ରମ ।

ଅଦ୍ୟତନ ହୋଇଛି
Bird

Bird

Advertisment

ରାଜ୍ୟରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ପକ୍ଷୀ ସର୍ବେକ୍ଷଣ କାର୍ଯ୍ୟକ୍ରମ । ଅନୁଗୋଳ ଜିଲ୍ଲା ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପରେ ଆରମ୍ଭ ହୋଇଛି ଏହି କାର୍ଯ୍ୟକ୍ରମ । ବିଶେଷ କରି ପକ୍ଷୀମାନଙ୍କ ବିବିଧତା, ପ୍ରଜାତି ବିଷୟରେ ଜାଣିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏଥିସହ ଇ -ବାର୍ଡ ଆପରେ ପକ୍ଷୀମାନଙ୍କ ତଥ୍ୟ ସହଜରେ ଉପଲବ୍ଧ ହୋଇ ପାରିବ ।

Advertisment

ଗତକାଲିଠୁ ଆରମ୍ଭ ହୋଇଥିବା ଏହି ସର୍ବେକ୍ଷଣ ଆସନ୍ତା ୨୨ତାରିଖ ପର୍ଯ୍ୟନ୍ତ ଚାଲିବାର ରହିଛି କାର୍ଯ୍ୟକ୍ରମ । ରାଜ୍ୟ ତଥା ରାଜ୍ୟ ବାହାରର ପକ୍ଷୀ ଉପରେ ରୁଚି ରଖିଥିବା ବିଶେଷଜ୍ଞ ଓ ଆଗ୍ରହୀ ଯୁବକଯୁବତୀ ଏଥିରେ ଅଂଶଗ୍ରହଣ କରିଛନ୍ତି। ରାଜ୍ୟ ଏବଂ ରାଜ୍ୟ ବାହାର ଅର୍ଥାତ ଛତିଶଗଡ଼, ବିହାର ଆଦି ରାଜ୍ୟର ପ୍ରାୟ ୩୦ଜଣ ଯୁବକ ଯୁବତୀ ଏହି ସର୍ବେକ୍ଷଣ କାର୍ଯ୍ୟରେ ହୋଇଛନ୍ତି ସାମିଲ ।

ପ୍ରତିବର୍ଷ ପକ୍ଷୀ ଗଣନା କାର୍ଯ୍ୟରେ କେବଳ ଜଳପକ୍ଷୀ ଗଣନା ହେଉଥିବାବେଳେ ଏଭଳି କାର୍ଯ୍ୟ ରାଜ୍ୟରେ ପ୍ରଥମ ବୋଲି ସୂଚନା ଦେଇଛନ୍ତି ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ । ଏହି କାର୍ଯ୍ୟକ୍ରମକୁ ନେଇ ସମସ୍ତେ ଉତ୍ସାହିତ ଥିବାବେଳେ ଏହାକୁ କିଭଳି ସଫଳ କରାଯାଇପାରିବ ସେ ନେଇ ସମସ୍ତେ ହୋଇପଡିଛନ୍ତି ତତ୍ପର ।

Advertisment
Surveyସାତକୋଶିଆରେ ପକ୍ଷୀ ସର୍ବେକ୍ଷଣ କାର୍ଯ୍ୟକ୍ରମ ।

ଏନେଇ ଅନୁଗୁଳ ଡିଏଫଓ କହିଛନ୍ତି, ପକ୍ଷୀମାନଙ୍କ ବିଷୟରେ ଅଧିକ ଜ୍ଞାନ ଥିବା ତଥା ସେମାନଙ୍କ ସମ୍ପର୍କରେ ଅଧିକ ତଥ୍ୟ ଜାଣିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କୁ ସର୍ବେକ୍ଷଣରେ ସାମିଲ କରାଯାଇଛି। ସେମାନଙ୍କର ବିଭିନ୍ନ ପକ୍ଷୀ, ସେମାନଙ୍କ ପ୍ରଜାତି ଜାଣିବାରେ ଅଭିଜ୍ଞତା ରହିଛି। ସେମାନେ ବିଭିନ୍ନ ରାଜ୍ୟରୁ ଏଠାକୁ ଆସିଛନ୍ତି। ଏହି କାର୍ଯ୍ୟକ୍ରମ ଆଜିଠୁ ଆରମ୍ଭ ହୋଇ ଆସନ୍ତା ୨୨ ତାରିଖ ଯାଏ ଚାଲିବ ।

ଏହି ବିଶେଷଜ୍ଞମାନେ ସାତକୋଶିଆର ବିଭିନ୍ନ ଅଞ୍ଚଳ ବୁଲି ପକ୍ଷୀଙ୍କ ତଥ୍ୟ ସଂଗ୍ରହ କରିବେ। ଏହାକୁ ସେମାନେ ଇ- ବାର୍ଡ ଆପ୍‌ରେ ଅପଲୋଡ କରିବେ। ଏହାପରେ ସାତକୋଶିଆରେ କେତେ ପ୍ରଜାତିର ପକ୍ଷୀ ଅଛନ୍ତି ସେ ନେଇ ଘୋଷଣା କରାଯିବ ।

ସୂଚନାଯୋଗ୍ୟ, ରାଜ୍ୟରେ ପୂର୍ବରୁ ପ୍ରତିବର୍ଷ  ଜଳଚର ପକ୍ଷୀଙ୍କ ଗଣନା ହୋଇଥାଏ । ମାତ୍ର ଏଥର ଜଳଚର ଓ ସ୍ଥଳଚର ଉୟ ପକ୍ଷୀଙ୍କ ଗଣନା କାର୍ଯ୍ୟକ ଆରମ୍ଭ ହୋଇଛି। ସେମାନଙ୍କ ପ୍ରଜାତି ଓ ବିବିଧତା ଜାଣିବାକୁ ସର୍ବେକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।  

Survey Report Angul
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe