Advertisment

ପାଲଲହଡ଼ା ବିଧାୟକଙ୍କର ପଡ଼ିଲା ହାତଗଣ୍ଠି, ନୂଆ ଇନିଂସ ଆରମ୍ଭ

ବିବାହ ବନ୍ଧନରେ ବାନ୍ଧି ହେଲେ ପାଲଲହଡାର ଯୁବ ବିଧାୟକ ମୁକେଶ ପାଲ । ହିନ୍ଦୁ ରୀତି ନୀତି ଅନୁଯାୟୀ ଅନୁଗୋଳ ସ୍ଥିତ ଏକ ତାରକା ହୋଟେଲରେ ଗତକାଲି ଧୂମଧାମରେ ସମ୍ପନ୍ନ ହୋଇଛି ବିବାହ ।

ଅଦ୍ୟତନ ହୋଇଛି
Marriage

Marriage

Advertisment

ବିବାହ ବନ୍ଧନରେ ବାନ୍ଧି ହେଲେ ଅନୁଗୁଳ ଜିଲ୍ଲା ପାଲଲହଡାର ଯୁବ ବିଧାୟକ ମୁକେଶ ପାଲ । ହିନ୍ଦୁ ରୀତି ନୀତି ଅନୁଯାୟୀ ଅନୁଗୋଳ ସ୍ଥିତ ଏକ ତାରକା ହୋଟେଲରେ ଗତକାଲି ଧୂମଧାମରେ ସମ୍ପନ୍ନ ହୋଇଛି ବିବାହ ।

Advertisment

ବିଧାୟକ ମୁକେଶ ପାଲ ଅନୁଗୋଳ ବଣିଆବାହାଳ ଅଞ୍ଚଳର ମଧୁସୂଦନ ପଟ୍ଟନାୟକଙ୍କ ଏକମାତ୍ର କନ୍ୟା ଅବଲିଶା ପଟ୍ଟନାୟକଙ୍କୁ ହିନ୍ଦୁ ରୀତିନୀତିରେ ବିବାହ କରିଛନ୍ତି।

ଅନୁଗୋଳ ସହର ଅମଲାପଡାସ୍ଥିତ ବିଧାୟକଙ୍କ ଘରୁ ଗତକାଲି ବିବାହ ଶୋଭାଯାତ୍ରା ବାହାରିଥିଲା। ଏହି ସମୟରେ ବାଜାବାଣରେ ପୂରା ଅଞ୍ଚଳ ଫାଟି ପଡ଼ୁଥିବା ବେଳେ ନାଚି ନାଚି ଆଗକୁ ବଢ଼ୁଥିଲେ ଶହ ଶହ ବରଯାତ୍ରୀ। ଆସନ୍ତା ରବିବାର ବିଧାୟକଙ୍କ ପକ୍ଷରୁ ନିଜ ପାଲଲହଡାସ୍ଥିତ ବାସଭବନରେ ବିବାହ ଭୋଜିର ଆୟୋଜନ କରାଯାଇଛି ।

Advertisment

ମୁକେଶ ପାଲ ଚଳିତ ଥର ପ୍ରଥମ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ ନିଜ ନିର୍ବାଚନ ମଣ୍ଡଳୀରେ ସେ ଖୁବ୍‌ ଲୋକପ୍ରିୟା। ବିଧାୟକଙ୍କ ନିଜ ଜୀବନର ନୂଆ ଅଧ୍ୟାୟରେ ପାଦ ଦେଉଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ତାଙ୍କୁ ଶୁଭକାମନା ଜଣାଇଛନ୍ତି।

Marriage Bjd Mla Angul
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe