/odisha-reporter/media/post_attachments/uploads/2019/06/77777777777000000000000.jpg)
77777777777000000000000
ଢେଙ୍କାନାଳ(ଓଡ଼ିଶା ରିପୋର୍ଟର): ଆଜି ଓଡ଼ିଶା ଆସିବ ଜମ୍ମୁ ଓ କଶ୍ମୀରର ପୁଲଓ୍ୱାମାରେ ଆଇଇଡି ବ୍ଲାଷ୍ଟରେ ସହିଦ ହୋଇଥିବା ଓଡ଼ିଆ ଯବାନ ଅଜିତ ସାହୁଙ୍କ ମରଶରୀର। ସୋମବାର ଜମ୍ମୁ ଓ କଶ୍ମୀରର ପୁଲୱାମାରେ ଅରିହଲ୍ ଅଞ୍ଚଳରେ ଯବାନଙ୍କ ଗାଡ଼ି ଉପରକୁ ଆକ୍ରମଣ ହୋଇଥିଲା। ଯବାନଙ୍କ ଗାଡ଼ି ଯିବା ବେଳେ ଏହି ବିସ୍ଫୋରଣ ହୋଇଥିଲା। ଯେଉଁଥିରେ ହାବିଲଦାର ଅମରଜିତ କୁମାର ଏବଂ ଅଜିତ ସାହୁ ସହିଦ୍ ହୋଇଥିଲେ।
Advertisment
ଏହି ଘଟଣା ପରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍ ବଡ଼ସୁଆଳ ଗାଁରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି। ସହିଦ୍ ଅଜିତ ସାହୁଙ୍କ ପରିବାର ଭାଙ୍ଗି ପଡ଼ିଛନ୍ତି।
୨୦୧୫ ମସିହାରେ ଅଜିତ ସେନାରେ ସାମିଲ ହୋଇଥିଲେ। କିଛି ଦିନ ତଳେ ତାଙ୍କୁ ଜମ୍ମୁ ଓ କଶ୍ମୀରକୁ ବଦଳି କରାଯାଇଥିଲା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
