Advertisment

୩ଘଣ୍ଟା ପଡ଼ି ରହିଲା ମୃତଦେହ, ସ୍ୱେଛାସେବୀ କଲେ ଅନ୍ତିମ ସଂସ୍କାର

ଅନୁଗୋଳ (ବିରଜା ପ୍ରସାଦ ଦାଶ): ଗୋଟିଏ କରୋନା ମହାମାରୀ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । ଏହି ମହାମାରୀରେ ଅନେକ ଲୋକଙ୍କର ଜୀବନହାନୀ ହେଉଛି । ହେଲେ ରୋଗର ଭୟବହତା ଯୋଗୁ ନିଜ ରକ୍ତ ସର୍ମ୍ପକୀୟ ଲୋକେ ମଧ୍ୟ ପର ସାଜିଛନ୍ତି। ଲୋକେ ଆତଙ୍କିତ ହୋଇ ମୃତକଙ୍କ ଶବକୁ ସତ୍କାର କରିବା ତ ଦୂରର କଥା ଛୁଇଁବାକୁ ମଧ୍ୟ ପାଖ ମାଡୁ ନାହାଁନ୍ତି। ଏଭଳି ଏକ ସ୍ପର୍ଶକାତର ତଥା ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି […]

୩ଘଣ୍ଟା ପଡ଼ି ରହିଲା ମୃତଦେହ, ସ୍ୱେଛାସେବୀ କଲେ ଅନ୍ତିମ ସଂସ୍କାର

angul

Advertisment

ଅନୁଗୋଳ (ବିରଜା ପ୍ରସାଦ ଦାଶ): ଗୋଟିଏ କରୋନା ମହାମାରୀ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । ଏହି ମହାମାରୀରେ ଅନେକ ଲୋକଙ୍କର ଜୀବନହାନୀ ହେଉଛି । ହେଲେ ରୋଗର ଭୟବହତା ଯୋଗୁ ନିଜ ରକ୍ତ ସର୍ମ୍ପକୀୟ ଲୋକେ ମଧ୍ୟ ପର ସାଜିଛନ୍ତି। ଲୋକେ ଆତଙ୍କିତ ହୋଇ ମୃତକଙ୍କ ଶବକୁ ସତ୍କାର କରିବା ତ ଦୂରର କଥା ଛୁଇଁବାକୁ ମଧ୍ୟ ପାଖ ମାଡୁ ନାହାଁନ୍ତି। ଏଭଳି ଏକ ସ୍ପର୍ଶକାତର ତଥା ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଛେଣ୍ଡିପଦା ବ୍ଲକ ବାଗେଡ଼ିଆ ଗ୍ରାମରେ।

Advertisment

କନକଲତା ସାହୁ (୫୬ ବର୍ଷ) ନାମକ ଜଣେ ବୃଦ୍ଧା ଗତ ୩ରୁ୪ ଦିନ ତଳେ ଥଣ୍ଡା କାଶ ମୁଣ୍ଡ ବିନ୍ଧା ଜ୍ୱର ଆଣ୍ଠୁ ଗଣ୍ଠି ଦରଜ ଆଦି ରୋଗରେ ଆକ୍ରାନ୍ତ ହୋଇଥିଲେ। ଏହା ପରେ ନିଜର କରୋନା ଟେଷ୍ଟ କରାଇଥିଲେ ଏବଂ ରିପୋର୍ଟ ପଜିଟିଭ୍ ବାହାରିଥିଲା। କରୋନାରେ ଆକ୍ରାନ୍ତ ହେବା ପରେ ସେ ନିଜେ ସଙ୍ଗରୋଧରେ ରହିଥିଲେ। ହେଲେ ଆଜି ତାଙ୍କର କରୋନାରେ ମୃତ୍ୟୁ ହୋଇଥିବାବେଳେ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା ହୋଇ ନ ଥିଲା।

ଏପରିକି ତାଙ୍କର ଜଣେ ପୁଅ ଓ ପଡ଼ୋଶୀ ତଥା ଗ୍ରାମବାସୀ କେହି ବି ଶବ ସତ୍କାର କରିବା ତ ଦୂରର କଥା କେହି ପାଖ ମାଡ଼ିନଥିଲେ। ଶେଷରେ ମୃତ ମହିଳାଙ୍କ ସାନ ପୁଅ ସମାଜସେବୀ ଚିନ୍ମୟୀ ଦାସଙ୍କୁ ଯୋଗାଯୋଗ କରିଥିଲେ। ଖବରପାଇ କିନ୍ନର ଚିନ୍ମୟୀ ଅନୁଗୋଳରୁ ଛେଣ୍ଡିପଦାକୁ ତୁରନ୍ତ ବହାରିଯାଇଥିଲେ।

Advertisment

ପରେ ଚିନ୍ମୟୀ PPE କିଟ ପିନ୍ଧି ମୃତ ମହିଳାଙ୍କ ଗୋଟିଏ ପୁଅ ସହ ବାଇକରେ ମୃତଦେହ ଧରି ଗାଁ ମଶାଣୀକୁ ନେଇ ହିନ୍ଦୁ ରୀତିନୀତି ଅନୁଯାୟୀ ମୃତଦେହ ସତ୍କାର କରିଥିଲେ। ମହିଳାଙ୍କ ସ୍ୱାମୀ ଓ ପରେ ଅନ୍ୟ ଜଣେ ପୁଅ ମଶାଣିରେ ପହଁଚିଥିଲେ। ତେଣୁ ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ଯେଉଁଠି ନିଜ ଲୋକ ପର ସାଜିଥିଲେ, ସେଠି ସମାଜସେବୀ ଚିନ୍ମୟୀଙ୍କ କାର୍ଯ୍ୟ ବାସ୍ତବିକ ବେଶ ପ୍ରଶଂସନୀୟ କହିଲେ ଅତ୍ୟୁକ୍ତି ହେବ ନାହିଁ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe