Advertisment

ନିଷ୍ଠୁର ଦୈବ: ଏକା ହୋଇଗଲା ରାନୀ

ଅନୁଗୋଳ(ଓଡ଼ିଶା ରିପୋର୍ଟର) କୋଭିଡର ଦ୍ୱିତୀୟ ଲହର ଉଜାଡ଼ି ଦେଉଛି ଶୈଶବ। କରୋନା କାଳରେ ପ୍ରତିଦିନ କେତେ ଯେ ଘର ଉଜୁଡ଼ି ଯାଉଛି ତାର ହିସାବ ନାହିଁ। ଅନୁଗୋଳ ଜିଲ୍ଳାରେ ଏମିତି ଏକ ଦୁଃଖଦ ଘଟଣା ଘଟିଛି, ଯାହାକି ଆପଣଙ୍କ ଆଖିକୁ ବି ଲୁହରେ ଭିଜାଇଦେବ । ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ କୁକୁଡ଼ାଙ୍ଗ ନିବାସୀ ତଥା ନାଲକୋ ସ୍ମେଲଟର ପ୍ଲାଣ୍ଟରେ ଅପରେଟର ଭାବେ କାର୍ଯ୍ୟ କରୁଥିବା ମଳୟ ବସନ୍ତ ଦେହୁରୀ(୪୨)ଙ୍କ ସମେତ ପୁରା ପରିବାର କରୋନାରେ […]

ନିଷ୍ଠୁର ଦୈବ: ଏକା ହୋଇଗଲା ରାନୀ

6810

Advertisment

ଅନୁଗୋଳ(ଓଡ଼ିଶା ରିପୋର୍ଟର) କୋଭିଡର ଦ୍ୱିତୀୟ ଲହର ଉଜାଡ଼ି ଦେଉଛି ଶୈଶବ। କରୋନା କାଳରେ ପ୍ରତିଦିନ କେତେ ଯେ ଘର ଉଜୁଡ଼ି ଯାଉଛି ତାର ହିସାବ ନାହିଁ। ଅନୁଗୋଳ ଜିଲ୍ଳାରେ ଏମିତି ଏକ ଦୁଃଖଦ ଘଟଣା ଘଟିଛି, ଯାହାକି ଆପଣଙ୍କ ଆଖିକୁ ବି ଲୁହରେ ଭିଜାଇଦେବ । ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ କୁକୁଡ଼ାଙ୍ଗ ନିବାସୀ ତଥା ନାଲକୋ ସ୍ମେଲଟର ପ୍ଲାଣ୍ଟରେ ଅପରେଟର ଭାବେ କାର୍ଯ୍ୟ କରୁଥିବା ମଳୟ ବସନ୍ତ ଦେହୁରୀ(୪୨)ଙ୍କ ସମେତ ପୁରା ପରିବାର କରୋନାରେ ଆକ୍ରାନ୍ତ ହୋଇଥିଲେ।

Advertisment

ପ୍ରଥମେ ଗତ ମେ ମାସ ୨୪ତାରିଖରେ ମଳୟ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା। ସେ ନାଲକୋ କୋଭିଡ଼ କେୟାର ସେଣ୍ଟରରେ ଚିକିତ୍ସିତ ହେଉଥିଲେ। ପରେ ବଳରାମପ୍ରସାଦ ଇଏସ୍ଆଇ ଡାକ୍ତରଖାନାକୁ ସ୍ଥାନାନ୍ତରିତ ହୋଇଥିଲେ ମଳୟ। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା  ଗୁରୁତର ହେବାରୁ ନାଲକୋ ସହାୟତାରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ଏହା ମଧ୍ୟରେ  ସ୍ତ୍ରୀ ସୌଦାମିନୀ ଦେହୁରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ସୌଦାମିନୀ ଓ ୧୪ମାସର  ଝିଅ ମିଷ୍ଠୀ  ଦେହୁରୀ ( ରାନୀ) ଙ୍କ କୋଭିଡ଼ ପରୀକ୍ଷା କରିଥିଲେ । ପରେ ଉଭୟ  କରୋନା ପଜିଟିଭ ଜାଣିବା ପରେ ମାଳତୀ  କଟକର ଏକ ଘରୋଇ  ହସ୍ପିଟାଲକୁ ଯାଇ ଚିକିତ୍ସିତ ହେଉଥିଲେ । ବର୍ଷକର ଝିଅ ରାନୀ ମାମୁଁ ଘରେ  ରହୁଥିଲେ। ସୌଦାମିନୀ  କୋଭିଡ଼ ପଜିଟିଭ ବାହାରିବାର ୫ଦିନ ପରେ ମଳୟଙ୍କ ମା’ ମାଳତୀ ମଧ୍ୟ କରୋନା ଆକ୍ରାନ୍ତ ହୋଇଥିଲେ।

ପରେ ସେ ଇଏସ୍ଆଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଇତି ମଧ୍ୟରେ ୧୪ମାସର ରାନୀ କରୋନାରେ ଆକ୍ରାନ୍ତ ହୋଇଥିଲା। ପରେ କରୋନା ସହ ଲଢେଇ କରି ସୁସ୍ଥ ହୋଇଥିଲା। ତେବେ ଚଳିତ ମାସ ୭ତାରିଖ ଦିନ ପ୍ରଥମେ  ମଳୟଙ୍କସ୍ତ୍ରୀ ସୌଦାମିନୀ  କଟକର ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ। ମୃତ୍ୟୁବରଣ ସମୟରେ ସୌଦାମିନୀ ୪ମାସର ଗର୍ଭବତୀ ଥିବା ପରିବାର ପକ୍ଷରୁ ସୂଚନା ମିଳିଛି। ବୋହୂ ମୃତ୍ୟୁର ଠିକ ୭ଦିନ ପରେ ମା ମାଳତୀ ଦେହୁରୀ ଓ ପୁଅ ମଳୟ ଦେହୁରୀ ଗୋଟିଏ ଦିନରେ ଚିକିତ୍ସିତ ଅବସ୍ଥାରେ ମୃତୁବରଣ କରିଥିଲେ । ମଳୟଙ୍କ ପରିବାର କହିଲେ ସ୍ତ୍ରୀ ଓ  ଝିଅ ରାନୀ । ପ୍ରାୟ ବର୍ଷକ ତଳେ ମଳୟଙ୍କ ବାପା କ୍ୟାନ୍ସର ରୋଗରେ ପୀଡ଼ିତ ହୋଇ ମୃତ୍ୟୁ ବରଣ କରିଥିଲେ। ମଳୟଙ୍କ ପୁରା ପରିବାର ମୃତ୍ୟୁ ପରେ  ବେସାହାରା ହୋଇପଡିଛି ୧୪ ମାସର ନିରୀହ ନିଷ୍ପାପ  ରାନୀ ।

Advertisment

ବିବାହର ସାତ ବର୍ଷ ରେ ବହୁ କଷ୍ଟରେ ଜନ୍ମ ନେଇଥିଲା ରାନୀ। ଗତ ଏପ୍ରିଲ ମାସ ରେ ପୁରା ପରିବାର ମିଶି  ଧୂମ ଧାମରେ ରାନୀର ଜନ୍ମଦିନକୁ ପାଳନ କରିଥିଲେ ସପରିବାର। କିନ୍ତୁ ଭାଗ୍ୟର ବିଡ଼ମ୍ବନା ଜନ୍ମଦିନର  ତିନିମାସ ମଧ୍ୟରେ ବାପା, ମା ଓ ଜେଜେମାଙ୍କୁ ରାନୀ ଠାରୁ ଛଡାଇ ନେଇଛି ମହାମାରୀ କରୋନା। ଦୁନିଆରୁ କିଛି ଜାଣିବା ପୂର୍ବରୁ ପରିବାର ଛେଉଣ୍ଡ ହୋଇଯାଇଛି ରାନୀ। ରାନୀର ଆଖି ଓ ମନ ଖୋଜି ବୁଲୁଛି ତା’ ପରିବାରକୁ। ୧୪ମାସର ଝିଅ ରାନୀର ଦାୟିତ୍ୱ ନେଇଛନ୍ତି ମାମୁଁ ଘର ଲୋକେ।   ହେଲେ  ରାନୀଙ୍କ ମାମୁଁ ଘରେବି କରୋନା ପ୍ରକୋପ ଜାରି ରହିଛି। ଯାହା ଫଳରେ ମାମୁଁ ଘର ଆଇ ତାଳଚେର କୋଭିଡ଼ ଡାକ୍ତରଖାନା ରେ ଚିକିତ୍ସିତ ହେଉଥିବା ବେଳେ ଅଜା ହୋମ ଆଇସୋଲେସନରେ ଚିକିତ୍ସିତ ହେଉଛନ୍ତି। ରାନୀର ଲାଳନ ପାଳନ କରୁଛନ୍ତି  ମାଉସୀ । ଏବେ ରାନୀଙ୍କ ଭବିଷ୍ୟତକୁ ନେଇ ମାମୁଁ ଘର ପରିବାର  ଓ  ନାଲକୋ ପ୍ରଶାସନ ଚିନ୍ତାରେ ରହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe