Advertisment

କାଳ ହେଲା ଲୋଭ; ପଣସ ଖାଇବାକୁ ଆସି ୨ ଗଛ ମଝିରେ ଫସିଛି ହାତୀ

ବର୍ତ୍ତୀ ଜଙ୍ଗଲର ବହୁ ଗଛରେ ପଣସ ପାଚିଥିବା ବେଳେ ତାହାକୁ ଖାଇବାକୁ ଗତ ରାତିରେ ହାତୀଟି ଜଙ୍ଗଲରେ ପଶିଥିଲା। ତେବେ ହାତୀଟି ନିଜ ଦଳ ସହ ଆସିଛି ନା ଏକୁଟିଆ ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନି।

ଅଦ୍ୟତନ ହୋଇଛି
Elephant

Elephant

Advertisment

ପଣସ ଲୋଭ ହେଲା କାଳ। ପଣସ ଖାଇବାକୁ ଆସି ୨ ଗଛ ମଧ୍ୟରେ ଫସିଗଲା ମାଈ ହାତୀ । ସେଠାରୁ ବାହାରିବା ମୁସ୍କିଲ ହୋଇ ପଡ଼ିଥିବା ବେଳେ ହାତୀଟିକୁ ଉଦ୍ଧାର ପାଇଁ ଉଦ୍ୟମ ଚଳାଇଛନ୍ତି ବନ ବିଭାଗ କର୍ମଚାରୀ । ଏପରି ଏକ ଘଟଣା ଅନୁଗୋଳ ବନଖଣ୍ଡର ବର୍ତ୍ତୀ ଜଙ୍ଗଲରେ ଘଟିଛି।

Advertisment

ବର୍ତ୍ତୀ ଜଙ୍ଗଲର ବହୁ ଗଛରେ ପଣସ ପାଚିଥିବା ବେଳେ ତାହାକୁ ଖାଇବାକୁ ଗତ ରାତିରେ ହାତୀଟି ଜଙ୍ଗଲରେ ପଶିଥିଲା। ତେବେ ହାତୀଟି ନିଜ ଦଳ ସହ ଆସିଛି ନା ଏକୁଟିଆ ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନି।

ହାତୀଟି ପଣସ ଖାଇବାକୁ ଉଦ୍ୟମ କରୁଥିବା ବେଳେ ଅସାବଧାନତା ବଶତଃ ତାର ଗୋଡ଼ ପଣସ ଗଛ ଓ ତା’ ପାଖରେ ଥିବା ଆମ୍ବ ଗଛ ମଝିରେ ଫସି ଯାଇଛି। ଦୁଇ ଗଛ ମଝିରୁ ଗୋଡ଼କୁ ବାହାରିବାକୁ ବହୁ ଚେଷ୍ଟା କରିବା ସତ୍ତ୍ୱେ ହାତୀଟି ସେଥିରୁ ବାହାରି ପାରି ନାହିଁ।

Advertisment

ଆଜି ସକାଳେ ସ୍ଥାନୀୟ ଲୋକେ ଜଙ୍ଗଲକୁ ଯାଇଥିବା ବେଳେ ହାତୀଟି ୨ଟି ଗଛ ମଝିରେ ଫସିଥିବା ଦେଖିବାକୁ ପାଇଥିଲେ। ଏନେଇ ସେମାନେ ତୁରନ୍ତ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀଟିକୁ ବାହାର କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ଏଥିସହ ମେଡିକାଲ ଟିମ୍‌କୁ ବି ଖବର ଦିଆଯାଇଥିବା ଅନୁଗୋଳ ଡିଏଫଓ ସୂଚନା ଦେଇଛନ୍ତି। ହାତୀଟି ବାହାରିବା ପରେ ତା’ ଗୋଡ଼ରେ କିଛି ଆଘାତ ଲାଗିଛି କି ନାହିଁ, ତାହା ମେଡିକାଲ ଟିମ୍‌ ଯାଞ୍ଚ କରିବ ବୋଲି ସେ କହିଛନ୍ତି।

Elephant In Jungle Angul
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe