Advertisment

ଚାକିରୀ ଦେବାକୁ କହି ଠକୁଥିଲେ, ଶେଷରେ ବନ୍ଧା ହେଲେ ବାପପୁଅ

ଅନୁଗୁଳ(ବିରଜା ଦାସ): ନାମିଦାମୀ କମ୍ପାନୀରେ ଚାକିରୀ କରାଇ ଦେବାକୁ ଠକୁଥିଲେ ଲକ୍ଷ ଲକ୍ଷ ଟଙ୍କା। ପ୍ରାୟ ବର୍ଷ ବର୍ଷ ଧରି କେବଳ ରାଜ୍ୟ ନୁହେଁ, ରାଜ୍ୟ ବାହାରର ଏପରି ବହୁ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକୁଥିବା  ବାପପୁଅଙ୍କୁ  ଶେଷରେ  ବାନ୍ଧିଛି ପୁଲିସ୍‌।  ଏପରି ଅଭିଯୋଗରେ ବନ୍ଧା ହୋଇଛନ୍ତି  ଅନୁଗୋଳ ଶିମିଳିପଡା ଅଞ୍ଚଳର ଘନଶ୍ୟାମ ମିଶ୍ର ଓ ତାଙ୍କ ପୁଅ। ଅଭିଯୋଗ ଅନୁଯାୟୀ, ଅନୁଗୋଳ ଥାନା ଅନ୍ତର୍ଗତ ବେଣାଗାଡ଼ିଆ ଅଞ୍ଚଳର ପ୍ରାଣବନ୍ଧୁ ଜେନା ନାମକ ବ୍ୟକ୍ତିଙ୍କ ପୁଅକୁ […]

ଚାକିରୀ ଦେବାକୁ କହି ଠକୁଥିଲେ, ଶେଷରେ ବନ୍ଧା ହେଲେ ବାପପୁଅ

father

Advertisment

ଅନୁଗୁଳ(ବିରଜା ଦାସ): ନାମିଦାମୀ କମ୍ପାନୀରେ ଚାକିରୀ କରାଇ ଦେବାକୁ ଠକୁଥିଲେ ଲକ୍ଷ ଲକ୍ଷ ଟଙ୍କା। ପ୍ରାୟ ବର୍ଷ ବର୍ଷ ଧରି କେବଳ ରାଜ୍ୟ ନୁହେଁ, ରାଜ୍ୟ ବାହାରର ଏପରି ବହୁ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକୁଥିବା  ବାପପୁଅଙ୍କୁ  ଶେଷରେ  ବାନ୍ଧିଛି ପୁଲିସ୍‌।  ଏପରି ଅଭିଯୋଗରେ ବନ୍ଧା ହୋଇଛନ୍ତି  ଅନୁଗୋଳ ଶିମିଳିପଡା ଅଞ୍ଚଳର ଘନଶ୍ୟାମ ମିଶ୍ର ଓ ତାଙ୍କ ପୁଅ।

Advertisment

ଅଭିଯୋଗ ଅନୁଯାୟୀ, ଅନୁଗୋଳ ଥାନା ଅନ୍ତର୍ଗତ ବେଣାଗାଡ଼ିଆ ଅଞ୍ଚଳର ପ୍ରାଣବନ୍ଧୁ ଜେନା ନାମକ ବ୍ୟକ୍ତିଙ୍କ ପୁଅକୁ ଜାମସେଦପୁର ଟାଟା କମ୍ପାନୀରେ ଚାକିରୀ କରାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ ଘନଶ୍ୟାମ ମିଶ୍ର। ଏଥିନିମନ୍ତେ ପ୍ରାୟ ୩ ବର୍ଷ ବର୍ଷ ପୂର୍ବେ ପ୍ରାଣବନ୍ଧୁ ଘନଶ୍ୟାମଙ୍କୁ ୪ଲକ୍ଷ ୫୦ହଜାର ଟଙ୍କା ଦେଇଥିଲେ।  ମାତ୍ର ଦିନପରେ ଦିନ ବିତିଥିଲେ ମଧ୍ୟ ଘନଶ୍ୟାମ ମିଶ୍ର ନିଯୁକ୍ତି ଦେଇ ପାରିନଥିବାରୁ ପ୍ରାଣବନ୍ଧୁ ଦେଇଥିବା ଟଙ୍କା ଫେରସ୍ତ ମାଗିଥିଲେ ।

ଘନଶ୍ୟାମ ୩ଟି କିସ୍ତିରେ ୮୦ହଜାର ଫେରସ୍ତ ଦେଇଥିଲେ।  ଅବଶିଷ୍ଟ ଟଙ୍କା ପାଇଁ ପ୍ରାଣବନ୍ଧୁ ଓ ତାଙ୍କ ପତ୍ନୀ ଶିମିଳିପଡ଼ା ସ୍ଥିତ ଘନଶ୍ୟାମଙ୍କ ବାସଭବନକୁ ଯାଇଥିଲେ। ମାତ୍ର ସେଠାରେ  ଘନଶ୍ୟାମ ଉଭୟଙ୍କୁ ଖରାପ ଭାଷାରେ ଗାଳିଗୁଲଜ, ଧମକ ଦେବା ସହ କାଠ ଫାଳିଆରେ ବଡେ଼ଇବାକୁ ଉଦ୍ୟତ ହୋଇଥିଲେ। ଏନେଇ ପ୍ରାଣବନ୍ଧୁ ଓ ତାଙ୍କ ପତ୍ନୀ କୋଲିୟରୀ ଥାନାରେ ଅଭିଯୋଗ କରିଥିଲେ  ।

Advertisment

ପରେ ଏହି ଘଟଣାର ତଦନ୍ତ କରି ପୁଲିସ୍‌ ଘନଶ୍ୟାମ ଓ ତାଙ୍କ ପୁଅଙ୍କ ଏକ ବଡ଼ ଧରଣର ଠକେଇ ବିଷୟରେ ଜାଣିବାକୁ ପାଇଥିଲା ପୁଲିସ୍‌ । ବାପା ପୁଅ ଓଡ଼ିଶା, ବିହାର,ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ,ପଶ୍ଚିମବଙ୍ଗର ହଜାର ହଜାର ଛାତ୍ରଛାତ୍ରୀଙ୍କୁ ନାମିଦାମୀ କମ୍ପାନୀରେ ନିଯୁକ୍ତି ଦେବାପାଇଁ  ଜଣ ପିଛା ୨ରୁ ୩ଲକ୍ଷ ଟଙ୍କା ନେଇଥିବା ଜଣାପଡ଼ିଥିଲା । ପରେ କୋଲିୟରୀ ପୁଲିସ୍‌ ବାପାପୁଅଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।

ଏନେଇ ଅନୁଗୁଳ ଏସ୍‌ପି କହିଛନ୍ତି, ଏନେଇ କୋଲିୟାରୀ ଥାନାରେ ଅଭିଯୋଗ ହେବା ପରେ ୨ ଜଣଙ୍କୁ ଗିରଫ କରାଯାଇଛି।  ଜଣେ ଲୋକଙ୍କ ଅଭିଯୋଗ ଉପରେ ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ବେଳେ ଏଥିରେ ଆଉ କିଏ କିଏ ଠକେଇର ଶିକାର ହୋଇଛନ୍ତି, ତା’ର ତଦନ୍ତ କରୁଛି ପୁଲିସ୍‌।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe