ଅଙ୍ଗନବାଡ଼ି କେନ୍ଦ୍ରରେ ପଢ଼ୁଥିବା ବେଳେ ପିଲାଙ୍କ ଉପରେ ଖସି ପଡ଼ିଲା ପ୍ଲାଷ୍ଟର। ଅଙ୍ଗନବାଡ଼ି ଦିଦିଙ୍କ ସମେତ ୫ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ଆଜି ଏଭଳି ଘଟଣା ଅନୁଗୋଳ ଜିଲ୍ଲାରେ ଘଟିଛି। ଏହାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
Also Read
ବଇଣ୍ଡା ଝିଲ୍ଲିମୁଣ୍ଡା ଅଙ୍ଗନବାଡି କେନ୍ଦ୍ରକୁ ଆଜି ୨୫ରୁ ଊର୍ଦ୍ୱ ଛାତ୍ରଛାତ୍ରୀ ଆସିଥିଲେ। ପିଲାମାନେ ପାଠ ପଢ଼ୁଥିବା ବେଳେ ହଠାତ୍ ଛାତରୁ ପ୍ଲାଷ୍ଟର ଖସି ପଡ଼ିଥିଲା। ପ୍ଲାଷ୍ଟରଟି ଅଙ୍ଗନବାଡ଼ି ଦିଦିଙ୍କ ଦେହରେ ପଡ଼ିଥିଲା। ଆଉ କିଛି ଅଂଶ କଂକ୍ରିଟ୍ ଖଣ୍ଡ ପିଲାଙ୍କ ଉପରେ ପଡ଼ିଥିଲା। ଫଳରେ ଅଙ୍ଗନବାଡ଼ି ଦିଦି ଓ ୫ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଥିଲେ। ସମସ୍ତଙ୍କୁ ଉଦ୍ଧାର କରାଯାଇ ଠାକୁରଗଡ଼ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ଅଙ୍ଗନବାଡି ଓ ପିଲାମାନେ ଘରକୁ ଫେରିଥିବା ଜଣାପଡ଼ିଛି।
ରିପୋର୍ଟ- ଅନୁଗୋଳରୁ ବିରଜା ଦାଶ
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ପୂର୍ବତନ ସହକର୍ମୀଙ୍କୁ ଛାଡ଼ିଲେନି, ୧୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ବରିଷ୍ଠ କିରାଣି
ବରିଷ୍ଠ କିରାଣି ନିତ୍ୟାନନ୍ଦ ଗାଇଗରିଆଙ୍କ ତିନିଟି ଠିକଣାରେ ଚଢ଼ାଉ କରିଛି ଭିଜିଲାନ୍ସ।
Accident
ଘରକୁ ଫେରୁଥିବା ବେଳେ ପିଟି ଦେଲା କାର୍
ଦୁର୍ଘଟଣା ଘଟାଇବା ପରେ କାର୍ ଡ୍ରାଇଭର ଓ ସେଥିରେ ବସିଥିବା ଯାତ୍ରୀମାନେ ଫେରାର ହୋଇଯାଇଥିଲେ।
Miscellaneous
ସିକ୍କିମରେ ଫସିଛି ପୁଅ, ଅଧୈର୍ଯ୍ୟ ହେଉଛି ମା’
ସିକ୍କିମର ପ୍ରଳୟଙ୍କରୀ ବନ୍ୟାରେ ଫସିଛନ୍ତି ଅନୁଗୁଳର ୩ ଯୁବକ । ସୁରକ୍ଷିତ ଫେରାଇ ଆଣିବାକୁ ନିବେଦନ କଲେ ପରିବାର ।
Accident
ମର୍ଣ୍ଣିଂ ୱାକ୍ ବେଳେ ମାଡ଼ିଗଲା ଗାଡ଼ି; ଦୁଇ କଲେଜ ଛାତ୍ରଙ୍କ ସମେତ ୩ ମୃତ
ଦୁଇ କଲେଜ ଛାତ୍ର ଯୁକ୍ତ ଦୁଇରେ ପଢୁଥିଲେ।