Advertisment

ଅଙ୍ଗନବାଡ଼ି ପିଲାଙ୍କ ଉପରେ ଖସିପଡ଼ିଲା ପ୍ଲାଷ୍ଟର

ବଇଣ୍ଡା ଝିଲ୍ଲିମୁଣ୍ଡା ଅଙ୍ଗନବାଡି କେନ୍ଦ୍ରକୁ ଆଜି ୨୫ରୁ ଊର୍ଦ୍ୱ ଛାତ୍ରଛାତ୍ରୀ ଆସିଥିଲେ। ପିଲାମାନେ ପାଠ ପଢ଼ୁଥିବା ବେଳେ ହଠାତ୍‌ ଛାତରୁ ପ୍ଲାଷ୍ଟର ଖସି ପଡ଼ିଥିଲା। ପ୍ଲାଷ୍ଟରଟି ଅଙ୍ଗନବାଡ଼ି ଦିଦିଙ୍କ ଦେହରେ ପଡ଼ିଥିଲା।

ଅଦ୍ୟତନ ହୋଇଛି
Angul

Angul

Advertisment

ଅଙ୍ଗନବାଡ଼ି କେନ୍ଦ୍ରରେ ପଢ଼ୁଥିବା ବେଳେ ପିଲାଙ୍କ ଉପରେ ଖସି ପଡ଼ିଲା ପ୍ଲାଷ୍ଟର। ଅଙ୍ଗନବାଡ଼ି ଦିଦିଙ୍କ ସମେତ ୫ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ଆଜି ଏଭଳି ଘଟଣା ଅନୁଗୋଳ ଜିଲ୍ଲାରେ ଘଟିଛି। ଏହାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

Advertisment

ବଇଣ୍ଡା ଝିଲ୍ଲିମୁଣ୍ଡା ଅଙ୍ଗନବାଡି କେନ୍ଦ୍ରକୁ ଆଜି ୨୫ରୁ ଊର୍ଦ୍ୱ ଛାତ୍ରଛାତ୍ରୀ ଆସିଥିଲେ। ପିଲାମାନେ ପାଠ ପଢ଼ୁଥିବା ବେଳେ ହଠାତ୍‌ ଛାତରୁ ପ୍ଲାଷ୍ଟର ଖସି ପଡ଼ିଥିଲା। ପ୍ଲାଷ୍ଟରଟି ଅଙ୍ଗନବାଡ଼ି ଦିଦିଙ୍କ ଦେହରେ ପଡ଼ିଥିଲା। ଆଉ କିଛି ଅଂଶ କଂକ୍ରିଟ୍‌ ଖଣ୍ଡ ପିଲାଙ୍କ ଉପରେ ପଡ଼ିଥିଲା। ଫଳରେ ଅଙ୍ଗନବାଡ଼ି ଦିଦି ଓ ୫ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଥିଲେ। ସମସ୍ତଙ୍କୁ ଉଦ୍ଧାର କରାଯାଇ ଠାକୁରଗଡ଼ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ଅଙ୍ଗନବାଡି ଓ ପିଲାମାନେ ଘରକୁ ଫେରିଥିବା ଜଣାପଡ଼ିଛି।

ରିପୋର୍ଟ- ଅନୁଗୋଳରୁ ବିରଜା ଦାଶ

Angul
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe