Advertisment

ବାହାଘର କାର୍ଡ ବଣ୍ଟନ ନାଁରେ ଚାଲାଣ ହେଉଥିଲା ଗଞ୍ଜେଇ, ବନ୍ଧା ହେଲେ ୩

ବକାରୀ ଟିମ୍‌ ମୁଣ୍ଡାସାହି ନିକଟରେ ଗାଡ଼ି ଯାଞ୍ଚ କରୁଥିଲା। ସକାଳେ ଏକ କାର୍‌ରେ ୩ ଯୁବକ ଯାଉଥିବା ବେଳେ ତାଙ୍କୁ ଅଟକାଇ ପଚରାଉଚରା କରିଥିଲେ ଅବକାରୀ ଅଧିକାରୀ।

author-image
Niharika Rout
ganja seized

ganja seized

ବାହାଘର କାର୍ଡ ବଣ୍ଟନ ନାଁରେ ଚାଲିଥିଲା ବେଧଡ଼କ ଗଞ୍ଜେଇ ଚାଲାଣ । ଅବକାରୀ ବିଭାଗ ଗାଡ଼ି ଅଟକାଇ ପଚାରିବାରୁ କାର୍ଡ ବାଣ୍ଟିବାକୁ ଯାଉଥିବା କହି ମୁହଁ ତୋଡ଼ ଦେଖାଇଥିଲେ। ମାତ୍ର ଗାଡ଼ି ଯାଞ୍ଚ ବେଳେ ବାହାରିଲା ପ୍ରାୟ ୬୦ କେଜି ଗଞ୍ଜେଇ। ଏପରି ଘଟଣା ଆଜି ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ ମୁଣ୍ଡାସାହି ନିକଟରେ ଘଟିଛି। ଏହି ଘଟଣାରେ ଅବକାରୀ ବିଭାଗ ପକ୍ଷରୁ ୩ ଜଣଙ୍କୁ ଗିରଫ କରାଯାଇଛି।

Advertisment

ବୌଦ୍ଧରୁ ବାଲେଶ୍ୱର ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ଆଜି ଅବକାରୀ ବିଭାଗକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଏହାପରେ ଅବକାରୀ ଟିମ୍‌ ମୁଣ୍ଡାସାହି ନିକଟରେ ଗାଡ଼ି ଯାଞ୍ଚ କରୁଥିଲା। ସକାଳେ ଏକ କାର୍‌ରେ ୩ ଯୁବକ ଯାଉଥିବା ବେଳେ ତାଙ୍କୁ ଅଟକାଇ ପଚରାଉଚରା କରିଥିଲେ ଅବକାରୀ ଅଧିକାରୀ। ସେମାନେ ବାହାଘର କାର୍ଡ ବାଣ୍ଟିବାକୁ ଯାଉଥିବା କହିଥିଲେ ବି ଅବକାରୀ କର୍ମଚାରୀ ଗାଡ଼ି ଯାଞ୍ଚ କରିଥିଲେ। ଏହାପରେ ଗାଡ଼ି ଡିକିରେ ୨ ବସ୍ତା ଭର୍ତ୍ତି ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ।

ଜବତ ଗଞ୍ଜେଇର ଓଜନ ୬୦ କେଜି ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୫ ଲକ୍ଷରୁ ଊର୍ଦ୍ଧ୍ୱ ହେବ ବୋଲି ଜଣାଯାଇଛି। ଗିରଫ ୩ ଜଣ ବୌଦ୍ଧ ଜିଲ୍ଲାର ହୋଇଥିବା ବେଳେ ଗଞ୍ଜେଇ ଧରି ବାଲେଶ୍ୱର ଜିଲ୍ଲା ଯାଉଥିବା ଜଣାଯାଇଛି।

Advertisment

ସେହିପରି ଆଜି ଅନୁଗୋଳ ଜିଲ୍ଲାର ବଇଣ୍ଡା ଥାନା ଅଞ୍ଚଳରୁ ମଧ୍ୟ ଏକ ବୋଲେରୋରେ ଯାଉଥିବା ୪୮ କେଜି ଗଞ୍ଜେଇ ଜବତ ସହ ୩ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ମଧ୍ୟ ବୌଦ୍ଧ ଜିଲ୍ଲାରୁ ବାଲେଶ୍ୱର ଯାଉଥିବା ଜଣାଯାଇଛି।

Angul Ganja