Advertisment

ଜଗା ଦର୍ଶନ ହେଲା ଶେଷ ଦର୍ଶନ, ଦୁର୍ଘଟଣାରେ ଚାଲିଗଲେ ବାପ ପୁଅ

ଦୁର୍ଘଟଣା ନେଇଗଲା ବାପା, ପୁଅଙ୍କ ଜୀବନ। ଯେତେବେଳେ କି ମା ଓ ଝିଅ ଗୁରୁତର ହୋଇଛନ୍ତି।

ଅଦ୍ୟତନ ହୋଇଛି
car accident

car accident

Advertisment

ପୁରୀରୁ ଠାକୁର ଦର୍ଶନ ସାରି କାର୍‌ ଯୋଗେ ଘରକୁ ଫେରୁଥିଲେ। ବାଟରେ ଦୁର୍ଘଟଣା ନେଇଗଲା ବାପା, ପୁଅଙ୍କ ଜୀବନ। ଯେତେବେଳେ କି ମା ଓ ଝିଅ ଗୁରୁତର ହୋଇଛନ୍ତି। ଅନୁଗୋଳ ଜିଲ୍ଲା ହଣ୍ଡପା ଥାନା ଅନ୍ତର୍ଗତ ୫୫ନମ୍ବର ଜାତୀୟ ରାଜପଥ ସର୍ଗିପାଲି ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତକ ହେଲେ ପ୍ରଭାସ ବୋଷ(୫୦) ଓ ତାଙ୍କ ପୁଅ ପ୍ରତ୍ୟୁଷ ବୋଷ (୨୨)। ଗୁରୁତର ହେଲେ ପ୍ରଭାସଙ୍କ ପତ୍ନୀ ସଂଗୀତା ବୋଷ ଓ ଝିଅ ସ୍ୱସ୍ତିକା ବୋଷ।

Advertisment

ସୂଚନା ଅନୁଯାୟୀ, ପୁରୀରୁ ଦର୍ଶନ ସାରି ସେମାନେ ବେଲପାହାଡ଼ ଫେରୁଥିଲେ। ସର୍ଗିପାଲି ନିକଟରେ ଅନୁଗୋଳ ଅଭିମୁଖେ ଆସୁଥିବା ଏକ କୋଇଲା ବୋଝେଇ ଟ୍ରକ ତାଙ୍କ କାର୍‌କୁ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣା ସ୍ଥଳରେ ବାପା ଓ ପୁଅଙ୍କ ମୃତ୍ୟୁ ହୋଇଯାଇଥିଲା। ଅଗ୍ନିଶମ ବାହିନୀ ପହଞ୍ଚିବା ପରେ ମା ଓ ଝିଅଙ୍କୁ ଗୁରୁତର ଅବସ୍ଥାରେ କାର୍‌ ଭିତରୁ ବାହାର କରାଯାଇଥିଲା। ପରେ ତାଙ୍କୁ ରେଢ଼ାଖୋଲ ଡାକ୍ତରଖାନା ନିଆଯାଇଥିଲା। ସେଠାରୁ ସେମାନଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି।

ଖବର ପାଇ ହଣ୍ଡପା ପୁଲିସ ପହଞ୍ଚିବା ପରେ ବାପା ପୁଅଙ୍କ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ହଣ୍ଡପା ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛି ଓ ଏଥିସହ ଦୁର୍ଘଟଣାର ତଦନ୍ତ କରୁଛି। ଏହି ଦୁଃଖଦ ଘଟଣା ପରେ ପ୍ରଭାସଙ୍କ ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି।

Advertisment
Road Accident Car Accident Anugul
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe