Advertisment

ସ୍ୱାମୀଙ୍କ ମୃତ୍ୟୁ ପରେ ଅନୈତିକ ସମ୍ପର୍କ ରଖିଥିଲେ ମହିଳା, ଧରି ପକାଇଲେ ଗାଁ ଲୋକ

ଆଜି ଘରେ ଶାଶୂ ଘର ଲୋକ କେହି ନଥିଲେ। ଏହାର ସୁଯୋଗ ନେଇ ରେବୀ ତାଙ୍କ ପ୍ରେମିକଙ୍କୁ ନିଜ ଘରକୁ ଡାକିଥିଲେ। ପ୍ରେମିକ ପ୍ରବର ଘର ଭିତରକୁ ଯାଉଥିବା ଦେଖି ଗାଁ ଲୋକେ କବାଟରେ ତାଲା ପକାଇ ଦେଇଥିଲେ।

ଅଦ୍ୟତନ ହୋଇଛି
Love

Love

Advertisment

ସ୍ୱାମୀଙ୍କ ମୃତ୍ୟୁ ପରେ ପ୍ରେମିକଙ୍କ ସହ ଅନୈତିକ ସମ୍ପର୍କ ରଖିଥିଲେ ମହିଳା। ଗାଁ ଲୋକେ ଜାଣିପାରି ଉଭୟଙ୍କୁ ଅସଞ୍ଜତ ଅବସ୍ଥାରେ ଘରୁ ଉଦ୍ଧାର କରିଥିଲେ। ପରେ ଉଭୟଙ୍କୁ ରଶିରେ ବାନ୍ଧି ଗାଁ ଦାଣ୍ଡରେ ବୁଲାଇଥିଲେ। ଯାହାର ଭିଡିଓ ଏବେ ସୋଶାଲ ମିଡ଼ିଆରେ ଭାଇରାଲ୍‌ ହେଉଛି। ଏପରି ଚିତ୍ର ଅନୁଗୋଳ ଜିଲ୍ଲାରୁ ଆସିଛି। ମାତ୍ର ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ।

Advertisment

ଦୁଇ ବର୍ଷ ତଳେ ତାଳଚେର ଥାନା ଅଞ୍ଚଳର ରେବୀ(ଛଦ୍ମନାମ)ଙ୍କ ସ୍ୱାମୀଙ୍କ ମୃତ୍ୟୁ ଘଟିଥିଲା। ସ୍ଵାମୀଙ୍କ ମୃତ୍ୟୁ ପରେ ସେ ଶାଶୂ ଘରେ ରହୁଥିଲେ। ଆଉ ଏକ ଘରୋଇ କମ୍ପାନୀରେ ଅସ୍ଥାୟୀ ସୁରକ୍ଷା କର୍ମୀ ଭାବେ କାମ କରୁଥିଲେ। ତେବେ ଏହାରି ଭିତରେ ତାଙ୍କର ସୋଶାଲ ମିଡ଼ିଆ ଫେସ୍‌ବୁକରେ ଜଣଙ୍କ ସହିତ ବନ୍ଧୁତା ସ୍ଥାପନ ହୋଇଥିଲା। ପରବର୍ତ୍ତୀ ସମୟରେ ବନ୍ଧୁତା ପ୍ରେମର ରୂପ ନେଇଥିଲା।

ଆଜି ଘରେ ଶାଶୂ ଘର ଲୋକ କେହି ନଥିଲେ। ଏହାର ସୁଯୋଗ ନେଇ ରେବୀ ତାଙ୍କ ପ୍ରେମିକଙ୍କୁ ନିଜ ଘରକୁ ଡାକିଥିଲେ। ପ୍ରେମିକ ପ୍ରବର ଘର ଭିତରକୁ ଯାଉଥିବା ଦେଖି ଗାଁ ଲୋକେ କବାଟରେ ତାଲା ପକାଇ ଦେଇଥିଲେ। ପରେ ଏ ସମ୍ପର୍କରେ ଗାଁ ଲୋକେ ରେବୀ ଶାଶୂ ଘର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକଙ୍କ ଉପସ୍ଥିତିରେ ଗାଁ ଲୋକେ କବାଟ ଖୋଲି ରେବୀ ଓ ତାଙ୍କ ପ୍ରେମିକଙ୍କୁ ଅସଞ୍ଜତ ଅବସ୍ଥାରେ ଉଦ୍ଧାର କରିଥିଲେ। ପରେ ଉଭୟଙ୍କୁ ଏକ ରଶିରେ ବାନ୍ଧି ଦେଇ ଗାଁ ଦାଣ୍ଡରେ ବୁଲାଇ ଥିଲେ। ତା’ପରେ ଗାଁ ମଝିରେ ଏକ ଖୁଣ୍ଟରେ ବାନ୍ଧି ପକାଇ ଥିଲେ। ସେହି ସମୟରେ ଗାଁ ଲୋକେ ଅଶ୍ଲିଳ ଭାଷାରେ ଗାଳି ଦେଇଥିଲେ ଓ ଭିଡିଓ ଉତ୍ତୋଳନ କରୁଥିଲେ। ସବୁଠାରୁ ଦୁଃଖଦ କଥା, ରେବୀଙ୍କୁ ମହିଳାମାନେ ଘରୁ ବାହାର କରି ରଶିରେ ବାନ୍ଧି ଗାଁ ଦାଣ୍ଡ ବୁଲାଉଥିଲେ।

Advertisment

ଯାହାର ଭିଡିଓ ଏବେ ସୋଶାଲ ମିଡ଼ିଆରେ ଭାଇରାଲ୍‌ ହେଉଛି। ମୋବାଇରୁ ମୋବାଇଲ ଘୂରି ବୁଲୁଛି। ପରବର୍ତ୍ତୀ ସମୟରେ ରେବୀଙ୍କୁ ଗାଁ ଛାଡ଼ି ପଳାଇଯିବାକୁ କୁହାଯାଇଥିଲା। ଗାଁ ସଭାପତି ଏପରି କହୁଥିବା ଭାଇରାଲ୍‌ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି। ତେବେ ଏନେଇ ଗାଁ ସଭାପତିଙ୍କ ପ୍ରତିକ୍ରିୟା ନେବା ପାଇଁ ଚେଷ୍ଟା କରାଯାଇଥିଲା। ମାତ୍ର ତାଙ୍କର ପ୍ରତିକ୍ରିୟା ମିଳିପାରି ନାହିଁ। ଅନ୍ୟପକ୍ଷରେ ଏନେଇ ତାଳଚେର ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନଥିବା ଥାନା ଅଧିକାରୀ ଶ୍ରୀନିବାସ ସେଠୀ କହିଛନ୍ତି।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସହମତି ଭିତ୍ତିରେ ପରକ୍ରିୟା ପ୍ରୀତି କୌଣସି ଅପରାଧ ହୋଇନଥିବା ବେଳେ ଗ୍ରାମବାସୀଙ୍କ କଙ୍ଗାରୁ କୋର୍ଟ ମାନବ ଅଧିକାର କ୍ଷୁଣ୍ଣ ହୋଇଥିବା ଏହି ଘଟଣା ରୁ ସ୍ପଷ୍ଟ ଜଣାପଡୁଛି।

ରିପୋର୍ଟ-ମାନିଲ୍‌ ମହାରଣା

Angul
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe