Advertisment

ଥମିଲାନି ବିବାଦ, ଶେଷରେ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି ଉଠାଇ ନେଲେ

ତ୍ରୁଟି ସଂଶୋଧନ ନାମରେ ରାତାରାତି ପ୍ୟାଣ୍ଟସାର୍ଟ ବଦଳାଇ ଧୋତି ପଞ୍ଜାବୀ ପିନ୍ଧାଇ ଦିଆଗଲା । ତଥାପି ଏହି ପ୍ରତିମୂର୍ତ୍ତିକୁ ନେଇ ବିବାଦ ଥମି ନ ଥିଲା ।

ଅଦ୍ୟତନ ହୋଇଛି
Nava Krishna Choudhary

Nava Krishna Choudhary

Advertisment

ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃ‌ଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତିରେ ପ୍ୟାଣ୍ଟ ସାର୍ଟ ପିନ୍ଧାଇ ନାକେଦମ  ହୋଇ ସାରିଥିବା ଅନୁଗୋଳ ପୌର ପ୍ରଶାସନ ଶେଷରେ ଆଜି ତାଙ୍କ ପ୍ରତିମୂର୍ତ୍ତିକୁ ଉଠାଇ ନେଇଛି । ବିଭିନ୍ନ ଆଡ଼ୁ ସମାଲୋଚନାର ଶିକାର ହେବା ପରେ ତୁରନ୍ତ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୋଷାକ ବଦଳାଇ ଧୋତି ପଞ୍ଜାବୀ ପିନ୍ଧାଇବା ସହ କ୍ଷମା ପ୍ରାର୍ଥନା କରିଥିଲା ପୌର ପ୍ରଶାସନ । ଏହାପରେ ବି ବିବାଦ ନ ଥମିବାରୁ ପୌରପାଳିକା ପକ୍ଷରୁ ଶେଷରେ ଆଜି ତାଙ୍କ ପ୍ରତିମୂର୍ତ୍ତିକୁ ଉଠାଇ ନିଆଯାଇଛି।

Advertisment

ଅନୁଗୋଳ ଜିଲ୍ଲା ପ୍ରତିଷ୍ଠା ଦିବସ ଏବଂ ଓଡ଼ିଶା ଦିବସ ପାଳନ ଅବସରରେ ଅନୁଗୋଳ ପୌରପାଳିକାର ଗୋପବନ୍ଧୁ ପାର୍କରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କର ପ୍ୟାଣ୍ଟ, ସାର୍ଟ, ବୁଟ୍ ପିନ୍ଧା ପ୍ରତିମୂର୍ତ୍ତି ସ୍ଥାପିତ ହୋଇଥିବା ଦେଖିବାକୁ ମିଳିଥିଲା। ଏହାକୁ ନେଇ ଜନ ଅସନ୍ତୋଷ ତେଜିବାରେ ଲାଗିଥିଲା।

ତ୍ରୁଟି ସଂଶୋଧନ ନାମରେ ରାତାରାତି ପ୍ୟାଣ୍ଟସାର୍ଟ ବଦଳାଇ ଧୋତି ପଞ୍ଜାବୀ ପିନ୍ଧାଇ ଦିଆଗଲା । ତଥାପି ଏହି ପ୍ରତିମୂର୍ତ୍ତିକୁ ନେଇ ବିବାଦ ଥମି ନ ଥିଲା । ନବବାବୁ ଆଣ୍ଠୁ ଲୁଚୁ ନ ଥିବା ଧୋତି ପିନ୍ଧୁଥିଲା ବେଳେ ଏଠାରେ ତାଙ୍କୁ ପାଦ ପର୍ଯ୍ୟନ୍ତ ଧୋତି ପିନ୍ଧାଇ ଦିଆଯାଇଥିଲା । ଓଡ଼ିଆମାନେ ଏମିତି ଧୋତି ପିନ୍ଧୁ ନ ଥିବାରୁ ଏହାକୁ ନେଇ ଆପତ୍ତି ଉଠାଇ ଥିଲେ ନବକୃଷ୍ଣପ୍ରେମୀ । ଖୋଦ୍‌ ନବକୃଷ୍ଣ ଚୌଧୁରୀଙ୍କ ଝିଅ କ୍ରିଷ୍ଣା ମହାନ୍ତି ଏହାକୁ ଅତି ଅଶୋଭନୀୟ କହିବା ସହ କାହିଁକି ପୌରପାଳିକା କାହିଁକି ତାଙ୍କ ବାପାଙ୍କୁ ବାରମ୍ବାର ଅପାମାନିତ କରୁଛି ବୋଲି ପ୍ରଶ୍ନ କରିଥିଲେ ।

Advertisment

ବିରୋଧ ଥମିବା ନାଁ ଧରୁ ନ ଥିବାରୁ ଆଜି ପୌରପାଳିକା ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଙ୍କ ପ୍ରତିମୂର୍ତ୍ତି ଗୋପବନ୍ଧୁ ପାର୍କର ଯେଉଁ ସ୍ଥାନରେ ଲାଗିଥିଲା ସେଠାରୁ ଉଠାଇ ନିଆଯାଇଛି। ପ୍ରତିମୂର୍ତ୍ତିକୁ ସମ୍ପୂର୍ଣ୍ଣ ସଠିକ କରିବା ପରେ ଲଗାଯିବ ବୋଲି ଜଣା ପଡିଥିବା ବେଳେ କେବେ ସୁଦ୍ଧା ପ୍ରତିମୂର୍ତ୍ତି ସ୍ଥାପନ କରାଯିବ ସେ ନେଇ ପୌରପାଳିକା ପକ୍ଷରୁ ସୂଚନା ମିଳି ପାରି ନାହିଁ ।

ସୂଚନାଯୋଗ୍ୟ, ନବକୃଷ୍ଣ ଚୌଧୁରୀଙ୍କୁ ବିକୃତ ପୋଷାକ ପିନ୍ଧାଇ ଦିଆଯିବାପରେ ସବୁଆଡ଼ୁ ବି‌ରୋଧ ହେଲା ପରେ ପୌର ପ୍ରଶାସନ କ୍ଷମା ପ୍ରାର୍ଥନା ସହ ସ୍ପଷ୍ଟୀକରଣ ରଖା ଯାଇଥିଲା। ଏହା ଏକ ଅନିଚ୍ଛା କୃତ ତ୍ରୁଟି। ଭବିଷ୍ୟତରେ ଏପ୍ରକାର ଭୁଲର ପୁନରାବୃତ୍ତି ହେବନି ବୋଲି ଚିଠିରେ କୁହାଯାଇଥିଲା। ଏହାପରେ ବି ବିବାଦ ଥମିବା ନାଁ ନ ଧରିବାରୁ ଶେଷରେ ପ୍ରତିମୂର୍ତ୍ତିକୁ ଉଠାଇ ନିଆଯାଇଛି।

Controversy Statue Angul
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe