Advertisment

ନବକୃଷ୍ଣ ଚୌଧୁରୀଙ୍କ ପ୍ୟାଣ୍ଟ ସାର୍ଟ ପିନ୍ଧା ପ୍ରତିମୂର୍ତ୍ତି ବିବାଦ: ଭୁଲ ହୋଇଗଲା, ଆଉ ଏମିତି ଭୁଲ କରିବୁନି - ପୌରାଧ୍ୟକ୍ଷ

ବକୃଷ୍ଣ ଚୌଧୁରୀଙ୍କ ପ୍ୟାଣ୍ଟ ସାର୍ଟ ପିନ୍ଧା ପ୍ରତିମୂର୍ତ୍ତି ନିର୍ମାଣ ବିବାଦ ପ୍ରସଙ୍ଗରେ ଏହି ସ୍ପଷ୍ଟୀକରଣ ଦେଇଛନ୍ତି ଅନୁଗୋଳ ପୌରାଧ୍ୟକ୍ଷ ଅକ୍ଷୟ କୁମାର ସାମନ୍ତ।

ଅଦ୍ୟତନ ହୋଇଛି
Nava Krishna Choudhary

Nava Krishna Choudhary

Advertisment

ଭୁଲ ହୋଇଗଲା। ଭବିଷ୍ୟତରେ ଆଉ ଏମିତି ଭୁଲ କରିବୁନି। ନବକୃଷ୍ଣ ଚୌଧୁରୀଙ୍କ ପ୍ୟାଣ୍ଟ ସାର୍ଟ ପିନ୍ଧା ପ୍ରତିମୂର୍ତ୍ତି ନିର୍ମାଣ ବିବାଦ ପ୍ରସଙ୍ଗରେ ଏହି ସ୍ପଷ୍ଟୀକରଣ ଦେଇଛନ୍ତି ଅନୁଗୋଳ ପୌରାଧ୍ୟକ୍ଷ ଅକ୍ଷୟ କୁମାର ସାମନ୍ତ। ଆଜି ପୌରପରିଷଦ ପକ୍ଷରୁ ସେ ଏହି ଭୁଲ ହୋଇଥିବା ନେଇ ଲିଖିତ ଭାବେ ଜଣାଇଛନ୍ତି ଓ ଦୁଃଖ ପ୍ରକାଶ କରିଛନ୍ତି। ତେବେ ସ୍ପଷ୍ଟୀକରଣ ଚିଠିରେ ଏଭଳି ଅନେକ ବରପୁତ୍ରଙ୍କ ପ୍ରକୃତ ପରିଧାନ ବଦଳରେ ସେମାନଙ୍କୁ ପ୍ୟାଣ୍ଟ ଓ କୋର୍ଟ ପିନ୍ଧିଥିବାର ପ୍ରତିମୂର୍ତ୍ତି ଭୁଲ ବଶତଃ ନିର୍ମିତ ହୋଇଯାଇଥିବା ସ୍ୱୀକାର କରି ଅଲୋଚନାକୁ ରୂପ ଦେଇଛନ୍ତି।

Advertisment

ଶ୍ରୀ ମହାନ୍ତ ସ୍ପଷ୍ଟୀକରଣ ଚିଠିରେ ଉଲ୍ଲେଖ କରିଛନ୍ତି, ଅନୁଗୋଳ ପୌର ପରିଷଦ ଏକ ମହତ ଉଦ୍ଦେଶ୍ୟ ରଖି ଅନୁଗୋଳ ଜିଲ୍ଲାର ବରପୁତ୍ରମାନଙ୍କ ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତି ଗୋପବନ୍ଧୁ ଉଦ୍ୟାନରେ ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଥିଲା। ଏଥିପାଇଁ ବରପୁତ୍ରମାନଙ୍କ ଆବକ୍ଷ ପ୍ରତିଛବି ସଂଗ୍ରହ କରାଯାଇଥିଲା। ଯେଉଁଥିରେ ସେମାନଙ୍କ ସମ୍ପୂର୍ଣ୍ଣ ପରିଧାନ ସୂଚନା ନ ଥିଲା। ଫଳରେ କେତେକ ବରପୁତ୍ରଙ୍କର ପରିଧାନ ଧୋତି, କୂର୍ତ୍ତା ବଦଳରେ ପ୍ୟାଣ୍ଟ ଓ କୋର୍ଟ ଭୁଲ ବଶତଃ ନିର୍ମିତ ହୋଇଯାଇଥିଲା। ମୂର୍ତ୍ତି ନିର୍ମାଣ ବେଳେ ଜିଲ୍ଲାର ଅନେକ ବୁଦ୍ଧିଜୀବୀଙ୍କ ପରାମର୍ଶ ନିଆଯାଇଥିଲା, ହେଲେ ପରିଧାନ ବିଷୟରେ ସ୍ପଷ୍ଟ ସୂଚନା ମିଳିପାରିନଥିଲେ। ପରେ ଏ ବିଷୟରେ ସୂଚନା ମିଳିବାରୁ ପୌର ପରିଷଦ ତରଫରୁ ତ୍ରୁଟି ସଂଶୋଧନ କରାଯାଉଛି। ଏହା ଏକ ଅନିଚ୍ଛା କୃତ ତ୍ରୁଟି। ଭବିଷ୍ୟତରେ ଏପ୍ରକାର ଭୁଲର ପୁନରାବୃତ୍ତି ହେବନି ବୋଲି ଚିଠିରେ କୁହାଯାଇଛି।

ତେବେ ଏହି ସ୍ପଟୀକରଣରୁ କେବେଳ ନବକୃଷ୍ଣ ଚୌଧୁରୀଙ୍କ ପ୍ରତ୍ତିମୂର୍ତ୍ତିକୁ ଭୁଲ ଭାବେ ନିର୍ମାଣ କରାଯାଇନି, ବରଂ ଅନେକ ବରପୁତ୍ରଙ୍କ କ୍ଷେତ୍ରରେ ଏଭଳି ଭୁଲ କରାଯାଇଥିବା ଜଳଜଳ ଦିଶିଛି। ସେହିପରି ପ୍ରତିମୂର୍ତ୍ତି ନିର୍ମାଣ ବେଳେ ନବକୃଷ୍ଣ ଚୌଧୁରୀଙ୍କ ପରିବାରଙ୍କ ମତମତ ନିଆଯାଇ ନ ଥିବା ଓ ଅନାମଧେୟ ବୁଦ୍ଧିଜୀବୀଙ୍କ ମତ ନେଇ ମନଇଛା କାମ କରାଯାଇଥିବା ସ୍ପଷ୍ଟ ହୋଇଛି।

Advertisment

ସୂଚନା ଥାଉକି, ଅନୁଗୋଳ ଜିଲ୍ଲା ପ୍ରତିଷ୍ଠା ଦିବସ ଏବଂ ଓଡ଼ିଶା ଦିବସ ପାଳନ ଅବସରରେ ଅନୁଗୋଳ ପୌରପାଳିକାର ଗୋପବନ୍ଧୁ ପାର୍କରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କର ପ୍ୟାଣ୍ଟ, ସାର୍ଟ, ବୁଟ୍ ପିନ୍ଧା ପ୍ରତିମୂର୍ତ୍ତି ସ୍ଥାପିତ କରିଥିବା ଦେଖିବାକୁ ମିଳିଥିଲା। ଏହାକୁ ନେଇ ଜନ ଅସନ୍ତୋଷ ଦେଖାଦେଇଛି।

କେବେଳ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀର ଭୁଲ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇନାହିଁ, ବରଂ ଅନୁଗୁଳ ଜିଲ୍ଲାର ଅନ୍ୟତମ ବରପୁତ୍ର ତଥା ସ୍ଵାଧୀନତା ସଂଗ୍ରାମୀ, ପ୍ରଜାମଣ୍ଡଳ ଆନ୍ଦୋଳନର କର୍ଣ୍ଣଧାର, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସ୍ଵର୍ଗତ ପବିତ୍ର ମୋହନ ପ୍ରଧାନଙ୍କର ପ୍ରତିମୂର୍ତ୍ତିକୁ ବିକୃତକରି ସ୍ଥାପିତ କରିଥିଲା ପୌର ପ୍ରଶାସନ। ସ୍ୱର୍ଗତ ପ୍ରଧାନ ବି ଥିଲେ ଧୋତିପିନ୍ଧା ମଣିଷ। ତାଙ୍କୁ ବି ପୌର ପ୍ରଶାସନ ପ୍ରକୃତ ପରିଧାନ ବଦଳରେ ପ୍ୟାଣ୍ଟ୍ ପିନ୍ଧାଇ ଦେଇଥିଲା। ଯଦିଓ ପରବର୍ତୀ ସମୟରେ ଏହି ତ୍ରୁଟିକୁ ପୌର ପ୍ରଶାସନ ସୁଧାରିଥିଲା।

Naba Krusna Chaudhuriପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ

ଏହା ସହିତ ଅନ୍ୟ କିଛି ସ୍ଵାଧୀନତା ସଂଗ୍ରାମୀଙ୍କର ପ୍ରତିମୂର୍ତ୍ତି ଓ ସେମାନଙ୍କ ନାମ ଭୁଲ ଲେଖା ଯାଇଥିବା ଅଭିଯୋଗ କରିଛନ୍ତି ବହୁ ବୁଦ୍ଧିଜୀବୀ। ଖୁବଶୀଘ୍ର ତ୍ରୁଟି ସଂଶୋଧନ କରାନଗଲେ ପ୍ରତିମୂର୍ତ୍ତିକୁ ଖଦି କପଡ଼ାରେ ଢାଙ୍କି ଦିଆଯିବ ବୋଲି ପ୍ରଶାସନକୁ ଜଣାଇଛନ୍ତି ସହରର ଅନେକ ସଚେତନ ନାଗରିକ।

ଅନ୍ୟପଟେ କେବଳ ପ୍ରତିମୂର୍ତ୍ତିକୁ ନେଇ ବିବାଦ ଉପୁଜିଛି ତାହା ନୁହେଁ, ବରଂ ନବକୃଷ୍ଣ ଚୌଧୁରୀ ଓ ମାଳତୀ ଦେବୀଙ୍କ ଦେଶ ତଥା ଜାତି ପ୍ରତି ଅବଦାନ ସତ୍ତ୍ୱେ ଅବହେଳିତ ଅବସ୍ଥାରେ ତାଙ୍କ ବାସଭବନ ନୁମା-ବାପି କୁଟୀର(ନୁମା -ମାଳତୀ ଦେବୀଙ୍କ ଶ୍ରଦ୍ଧା ନାମ ଏବଂ ବାପି- ନବକୃଷ୍ଣ ଚୌଧୁରୀଙ୍କ ଶ୍ରଦ୍ଧାନାମ) ରହିଛି। ଏନେଇ ବିଧାନସଭାରେ ଆଲୋଚନା ହୋଇଥିଲା। ହେଲେ ଏବେବି ଜରାଜୀର୍ଣ୍ଣ ଅବସ୍ଥାରେ ତାଙ୍କ ବାସଭବନ ଥିବା ବେଳେ ଏହାକୁ ପ୍ରଯତ୍ନ ନେଇ ସରକାର ଦୃଷ୍ଟି ଦେଉ ନ ଥିବାରୁ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଛି।

Numa-Bapi Kutiraନୁମା-ବାପି କୁଟୀର

ତେବେ ଏନେଇ ପୌରପାଳିକା ନିର୍ବାହୀ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନି।

Statue
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe