Advertisment

ହାତ ଧରାଧରି ହୋଇ ଚାଲିଗଲେ ଦମ୍ପତି, ଏକ ସଙ୍ଗେ ଉଠିଲା କୋକେଇ

ଅନୁଗୋଳ(ବିରଜା ଦାସ)- ପ୍ରାୟ ୬୦ ବର୍ଷରୁ ଅଧିକ ହେବ ପରସ୍ପରର ହାତ ଧରାଧରି ହୋଇଥିଲେ। ଦୀର୍ଘ ବର୍ଷ ଧରି ସଂସାରର ବହୁ ଝଡ଼ଝଞ୍ଜାର ସମ୍ମୁଖୀନ ବି ହୋଇଥିଲେ।ହେଲେ ଶେଷରେ ସାଥୀ ହୋଇ ଚାଲି ବି ଗଲେ। ଏକ ସଙ୍ଗେ ଘରୁ ଉଠିଲା କୋକେଇ।  ବୃଦ୍ଧ ଦମ୍ପତିଙ୍କ ଶେଷକୃତ ବି ଏକ ସଙ୍ଗେ ସମ୍ପନ୍ନ ହୋଇଛି । ଏପରି ଏକ ହୃଦୟ ବିଦାରକ ଘଟଣା ଅନୁଗୋଳ ଜିଲ୍ଲା ବିକ୍ରମପୁର ଥାନା ଅନ୍ତର୍ଗତ କର୍ଣ୍ଣପୁର ପଞ୍ଚାୟତ ସାନଜୋରଡ଼ା ଗାଁରେ ଘଟିଯାଇଛି […]

author-image
Niharika Rout
ଅଦ୍ୟତନ ହୋଇଛି
ହାତ ଧରାଧରି ହୋଇ ଚାଲିଗଲେ ଦମ୍ପତି, ଏକ ସଙ୍ଗେ  ଉଠିଲା କୋକେଇ

angul

ଅନୁଗୋଳ(ବିରଜା ଦାସ)- ପ୍ରାୟ ୬୦ ବର୍ଷରୁ ଅଧିକ ହେବ ପରସ୍ପରର ହାତ ଧରାଧରି ହୋଇଥିଲେ। ଦୀର୍ଘ ବର୍ଷ ଧରି ସଂସାରର ବହୁ ଝଡ଼ଝଞ୍ଜାର ସମ୍ମୁଖୀନ ବି ହୋଇଥିଲେ।ହେଲେ ଶେଷରେ ସାଥୀ ହୋଇ ଚାଲି ବି ଗଲେ। ଏକ ସଙ୍ଗେ ଘରୁ ଉଠିଲା କୋକେଇ।  ବୃଦ୍ଧ ଦମ୍ପତିଙ୍କ ଶେଷକୃତ ବି ଏକ ସଙ୍ଗେ ସମ୍ପନ୍ନ ହୋଇଛି । ଏପରି ଏକ ହୃଦୟ ବିଦାରକ ଘଟଣା ଅନୁଗୋଳ ଜିଲ୍ଲା ବିକ୍ରମପୁର ଥାନା ଅନ୍ତର୍ଗତ କର୍ଣ୍ଣପୁର ପଞ୍ଚାୟତ ସାନଜୋରଡ଼ା ଗାଁରେ ଘଟିଯାଇଛି ।

Advertisment

ଶୋଇଥିବା ଅବସ୍ଥାରେ ଶ୍ଵାସରୁଦ୍ଧ ହୋଇ ସ୍ୱାମୀସ୍ତ୍ରୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତକ ହେଲେ ଦୁଃଖବନ୍ଧୁ ସାହୁ  ଓ ତାଙ୍କ ସ୍ତ୍ରୀ ପାଞ୍ଚାଳି ସାହୁ । ଉଭୟ ଗତ ରାତିରେ ଖାଇ ସାରି ନିଜ ରୁମ୍‌ରେ ଶୋଇଥିଲେ। ସେହି ରୁମ୍‌ରେ ଏକ ଟେବୁଲ ଫ୍ୟାନ ଚାଲୁଥିଲା। ସଟ ସର୍କିଟ ହୋଇ ଫ୍ୟାନରେ ନିଆଁ ଲାଗିଯାଇଥିବା ଅନୁମାନ କରାଯାଉଛି । ଫଳରେ ବୃଦ୍ଧ ଦମ୍ପତି ଶୋଇଥିବା ଅବସ୍ଥାରେ ଶ୍ଵାସରୁଦ୍ଧ ହୋଇ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି ।

ଆଜି ସକାଳେ ପରିବାରର ଅନ୍ୟ ସଦସ୍ୟ  ବୃଦ୍ଧ ଦମ୍ପତି ଶୋଇଥିବା ଘରୁ ଧୂଆଁ ବାହାରୁଥିବା ଦେଖିବାକୁ ପାଇଥିଲେ । ଏହାପରେ ଘର କବାଟ ଖୋଲି ଉଭୟ ନିଶ୍ଚଳ ହୋଇ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏହାପରେ ଉଭୟଙ୍କୁ ଉଦ୍ଧାର କରି ବାହାରକୁ ଆଣିବା ପରେ  ସେମାନଙ୍କ ମୃତ୍ୟୁ ହୋଇଯାଇଥିବା ଜାଣିବାକୁ ପାଇଥିଲେ।

Advertisment

ଏହି ଅଭାବନୀୟ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ବାତାବରଣ ଖେଳାଇ ଦେଇଛି। ପରିବାରବର୍ଗ ବୃଦ୍ଧ ଦମ୍ପତିଙ୍କ ସଂସ୍କାର କରଥିବାବେଳେ ସେଠାରେ ସ୍ଥାନୀୟ ବିଧାୟକ ବ୍ରଜ କିଶୋର ପ୍ରଧାନ ପହଞ୍ଚି  ଶୋକ ସନ୍ତପ୍ତ ପରିବାରବର୍ଗକୁ ଆଶ୍ୱାସନା  କରିଥିଲେ । ଘଟଣା ବିଷୟରେ ବିକ୍ରମପୁର ପୁଲିସ୍‌ ଅବଗତ ନଥିବା ଜଣାପଡିଛି ।