/odisha-reporter/media/post_attachments/uploads/2021/04/hnm2.jpg)
hnm2
ଅନୁଗୋଳ(ଓଡ଼ିଶା ରିପୋର୍ଟର): ଅନୁଗୋଳଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ସାରଙ୍ଗପୁର ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ଜଣ ଗୁରୁତର ହୋଇଛନ୍ତି। ସୂଚନା ଅନୁଯାୟୀ ପୁରୁଣାକଟକ- ସମ୍ବଲପୁର ରାସ୍ତାରେ ସମ୍ବଲପୁର ଅଭିମୁଖେ ଏକ ପରିବାର କାରରେ ଯାଉଥିଲେ। ତେବେ ସାରଙ୍ଗପୁର ନିକଟରେ କୌଣସି କାରଣରୁ ଭାରସାମ୍ୟ ହରାଇ କାରଟି ଏକ ପୋଲ ଓ ଗଛରେ ପିଟିହୋଇ ରାସ୍ତା ପାଶ୍ୱକୁ ଖସିପଡିଥିଲା ।
Advertisment
ଘଟଣାସ୍ଥଳରେ କାର ଚାଳକଙ୍କ ମୃତ୍ୟୁ ହୋଇଥିବାବେଳେ କାରରେ ଥିବା ମହିଳା ଓ ଯୁବତୀ ଗୁରୁତର ହୋଇଛନ୍ତି। ମୃତ ବ୍ୟକ୍ତି ଆହତ ମହିଳାଙ୍କ ସ୍ୱାମୀ ହୋଇଥିବାବେଳେ ଗୁରୁତର ଯୁବତୀ ଜଣଙ୍କ ସେମାନଙ୍କ ଝିଅ ବୋଲି ସୂଚନା ମିଳିଛି। ପୁଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲ ପଠାଇବା ସହ ଅଧିକ ତଦନ୍ତ ଜାରି ରଖିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
