/odisha-reporter/media/post_attachments/uploadimage/library/16_9/16_9_0/IMAGE_1679547459.jpg)
police station
ଜମିଜମା ବିବାଦକୁ ନେଇ ଘଟିଛି ତୁମୁଳୁକାଣ୍ଡ। ଦୁଇ ପରିବାର ମଧ୍ୟରେ ସଂଘର୍ଷ ଘଟି ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଏଭଳି ଘଟଣା ଘଟିଛିଅନୁଗୋଳ ଜିଲ୍ଲା ଜରପଡ଼ାର ବଡ଼ ହିଂସର ଗାଁରେ।
ମୃତ ବ୍ୟକ୍ତି ଜଣଙ୍କ ହେଲେ ନବୀନା ସାହୁ। ତାଙ୍କ ସ୍ତ୍ରୀ ଅଶାନ୍ତି ସାହୁ ଓ ବାପି ସାହୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅଶାନ୍ତିଙ୍କ ଅବସ୍ଥା ଗୁରୁତର ରହିଛି।
ରଘୁନାଥ ସାହୁ ଓ ନବୀନ ସାହୁଙ୍କ ମଧ୍ୟରେ ଜମିଜମାକୁ ନେଇ ଦୀର୍ଘ ଦିନ ହେଲା ବିବାଦ ଲାଗି ରହିଥିଲା। ଆଜି ସକାଳେ ସେହି ଜମାଜମାକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ବଚସା ହୋଇଥିଲା। ଏହି ବଚସା ଉଗ୍ର ରୂପ ନେଇଥିଲା। ପରେ ଠେଙ୍ଗା ଓ ମାରାଣସ୍ତ୍ରରେ ଉଭୟ ପରିବାର ମଧ୍ୟରେ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣରେ ନବୀନଙ୍କର ମୃତ୍ୟୁ ଘଟିଥିବାବେଳେ ତାଙ୍କ ସ୍ତ୍ରୀ ଅଶାନ୍ତି ଓ ରଘୁନାଥଙ୍କ ପୁଅ ବାପି ଆହତ ହୋଇଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
