ଖାଦ୍ୟ ଭାବି ବୋମା ଖାଇଗଲା ବଳଦ, ଆଉ ତା’ ପରେ...

ପାଲଲହଡ଼ା (ରବି ପ୍ରଧାନ): ବଞ୍ଚିବା ପାଇଁ ଜଙ୍ଗଲରେ ବୁଲି ବୁଲି ଖାଦ୍ୟ ଖୋଜୁଥିଲା ବଳଦ। ଏହି ସମୟରେ ସବୁଜ ରଙ୍ଗର ଘାସ ପୁଡ଼ିଆ ନଜରରେ ପଡ଼ିଲା। ଏହାକୁ ସେ ଖାଦ୍ୟ ଭାବି ଖାଇ ଦେଲା। ଆଉ ତା’ ପରେ ଯାହା ଘଟିଲା, ତାହା ଆଖିରେ ନ ଦେଖିଲେ ବିଶ୍ୱାସ କରି ହେବନି। ଘାସ ପୁଡ଼ିଆଟି ଚୋବାଇବା ମାତ୍ରେ ଘଟିଲା ଭୟଙ୍କର ବିସ୍ଫୋରଣ। ଏହି ବିସ୍ଫୋରଣରେ ବଳଦଟିର ଜିଭ ଫାଟି ଛିନଭିନ୍ ହୋଇଗଲା। ଏବେ ଗୁରୁତର ଅବସ୍ଥାରେ ଜୀବନ […]

ox

ox

Ranjit Kumar Jena
  • Published: Thursday, 25 February 2021
  • Updated: 25 February 2021, 06:16 PM IST

Sports

Latest News

ପାଲଲହଡ଼ା (ରବି ପ୍ରଧାନ): ବଞ୍ଚିବା ପାଇଁ ଜଙ୍ଗଲରେ ବୁଲି ବୁଲି ଖାଦ୍ୟ ଖୋଜୁଥିଲା ବଳଦ। ଏହି ସମୟରେ ସବୁଜ ରଙ୍ଗର ଘାସ ପୁଡ଼ିଆ ନଜରରେ ପଡ଼ିଲା। ଏହାକୁ ସେ ଖାଦ୍ୟ ଭାବି ଖାଇ ଦେଲା। ଆଉ ତା’ ପରେ ଯାହା ଘଟିଲା, ତାହା ଆଖିରେ ନ ଦେଖିଲେ ବିଶ୍ୱାସ କରି ହେବନି। ଘାସ ପୁଡ଼ିଆଟି ଚୋବାଇବା ମାତ୍ରେ ଘଟିଲା ଭୟଙ୍କର ବିସ୍ଫୋରଣ। ଏହି ବିସ୍ଫୋରଣରେ ବଳଦଟିର ଜିଭ ଫାଟି ଛିନଭିନ୍ ହୋଇଗଲା। ଏବେ ଗୁରୁତର ଅବସ୍ଥାରେ ଜୀବନ ସହ ସଂଗ୍ରାମ କରିବା ସହ ମୃତ୍ୟୁ ଅପେକ୍ଷାରେ ରହିଛି ଏହି ବଳଦ। ଏମିତି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ପାଲଲହଡା ବ୍ଲକ ବାରକୋଟିଆ ଗାଁରେ।

ସୂଚନା ଅନୁସାରେ ବାରକୋଟିଆ ଗାଁ’ର ଚନ୍ଦ୍ରମଣି ବେହେରା ସକାଳେ ତାଙ୍କ ବଳଦ ଚରାଇବା ପାଇଁ ଗାଈ ଚରାଳୀକୁ ଦେଇଥିଲେ। ଅନ୍ୟ ଗାଈ ଗୋରୁଙ୍କୁ ଜଙ୍ଗଲକୁ ଚରିବାକୁ ଯାଇଥିଲା ବଳଦ। ସେହି ସମୟରେ ଏହି ବିସ୍ଫୋରଣ ଘଟିଥିଲା। ଯେଉଁଥିରେ ଚନ୍ଦ୍ରମଣି ବେହେରାଙ୍କ ବଳଦର ମୁହଁ ସମ୍ପୁର୍ଣ୍ଣ ଛୀନ ଛତର ହୋଇ ଯାଇଥିଲା। ଗାଈ ଚରାଳି ଗାଁରେ ଆସି ଘଟଣା କହିବା ପରେ ଗ୍ରାମବାସୀ ଯାଇ ଗୁରୁତର ବଳଦକୁ ଉଦ୍ଧାର କରି ଘରକୁ ଆଣିଛନ୍ତି।

ତେବେ କେହି ଦୁର୍ବୃତ୍ତ ଜଙ୍ଗଲରେ ବାରହା ଶିକାର ପାଇଁ ଘାସ ପୁଡିଆ ଭିତରେ ବୋମା ଲୁଚାଇ ରଖିଥିବାରୁ ଏଭଳି ଘଟଣା ଘଟିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ବନବିଭାଗକୁ ଖବର ଦେବା ପରେ ବନକର୍ମଚାରୀ ଗାଁରେ ପହଂଚି ଘଟଣା ବୁଝିଛନ୍ତି। ତେବେ ନିରୀହ ପଶୁର ଏଭଳି ଅବସ୍ଥା କରିଥିବା ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଗ୍ରାମବାସୀ। ସୂଚନାଯୋଗ୍ୟ, ପୂର୍ବରୁ ଖଲିକୋଟରେ ସମାନ ଘଟଣା ଦେଖିବାକୁ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos