angul
ଅନୁଗୁଳ(ବିରଜା ଦାସ): ଚୋର ଧରିବାକୁ ଯାଇ ବହେ ଛେଚା ଖାଇଲେ ପୁଲିସ୍ ବାବୁ । ଏକ ଚୋରି ମାମଲାରେ ଜଣକୁ ଧରି ଥାନାକୁ ଆଣିଲା ବେଳେ ଗ୍ରାମବାସୀଙ୍କ ସହ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେଲା । ପୁଲିସ୍ ନେଇ ଆସୁଥିବା ଅଭିଯୁକ୍ତ ଜଣକ ପିଲାଚୋର ଭାବି ଲୋକେ ତାକୁ ଆକ୍ରମଣ କରିବାକୁ ଉଦ୍ୟତ ହେଲେ । ଏପରିକି ସାଧା ପୋଷାକଧାରୀ ପୁଲିସ୍ ଟିମ୍ ଉପରେ ବି ଆକ୍ରମଣ କରିବାକୁ ପଛାଇନଥିଲେ ।
ସ୍ଥାନୀୟ ବାସିନ୍ଦାଙ୍କ ଖବର ଅନୁସାରେ, ସଂଯପଡା ଗାଁରେ ଯାଇଥିବା ପାଇପ ଲାଇନରୁ ୪ଜଣ ତେଲ ଚୋରି କରୁଥିବା ଅଭିଯୋଗ ପାଇବା ପରେ ୩ଜଣଙ୍କୁ ଆଣି ଥାନାରେ ଅଟକ ରଖିଥିଲା ପୁଲିସ୍ । ଅନ୍ୟଜଣଙ୍କୁ ଉଠାଇ ଆଣିବା ପାଇଁ ଆମନା ଗାଁକୁ ସାଧା ପୋଷାକରେ ଯାଇଥିଲା। ସେଠାରୁ ଅଭିଯୁକ୍ତକୁ କାବୁ କରି ଫେରିବା ବେଳେ ଏମିତି ଅପ୍ରିତିକର ପରିସ୍ଥିତିର ସମ୍ମୁଖିନ ହୋଇଥିଲା ପୁଲିସ୍। ଉତ୍ତ୍ୟକ୍ତ ଲୋକେ ଆକ୍ରମଣ ସହ ପୁଲିସ୍ ଗାଡିକୁ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି । ଘଟଣାକୁ ନେଇ କିନ୍ତୁ ପୁଲିସ୍ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/02/angul.jpg)