Advertisment

ଶଙ୍କରାଚାର୍ଯ୍ୟଙ୍କ ଉପରେ ଥୋପିଦେଲେ ମଧ୍ୟସ୍ଥି ଦାୟିତ୍ୱ, ଖସିବାକୁ ଗଳାବାଟ ଖୋଜୁଛି ପ୍ରଶାସନ

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ଚୌହଦି ୧୦୦ ମିଟର ନିଷିଦ୍ଧାଞ୍ଚଳ ପରିଧି ଭିତରେ ବେଆଇନ ଭାବେ ନିର୍ମାଣ କାମ କରୁଛି ପ୍ରଶାସନ। ଏହି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କେଁକୁ ନେଇ ସବୁଆଡ଼ୁ ଅଙ୍ଗୁଳି ଉଠିବା ଦେଖି ଏବେ ଗଳାବାଟ ଦେଇ ଖସିବାକୁ ଚେଷ୍ଟା କରୁଛି ପ୍ରଶାସନ। ଦୋଷ ଖସାଇବା ପାଇଁ ଏବେ ପୁରୀ ଶଙ୍କରାଚାର୍ଯ୍ୟଙ୍କୁ ମଧ୍ୟସ୍ଥି କରିବାକୁ ପଦେକ୍ଷପ ନିଆଯାଉଥିବା ସ୍ପଷ୍ଟ ବାରି ହୋଇପଡ଼ିଲାଣି। ମଙ୍ଗଳବାର ପ୍ରଶାସନର ଫନ୍ଦି ମୁତାବକ ଶଙ୍କରାଚାର୍ଯ୍ୟଙ୍କୁ ବିଜେଡ଼ି ନେତା ଲେନିନ ମହାନ୍ତି, ଓମପ୍ରକାଶ, […]

ଅଦ୍ୟତନ ହୋଇଛି
ଶଙ୍କରାଚାର୍ଯ୍ୟଙ୍କ ଉପରେ ଥୋପିଦେଲେ ମଧ୍ୟସ୍ଥି ଦାୟିତ୍ୱ, ଖସିବାକୁ ଗଳାବାଟ ଖୋଜୁଛି ପ୍ରଶାସନ

One-side-meet-sankarachrya

Advertisment

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ଚୌହଦି ୧୦୦ ମିଟର ନିଷିଦ୍ଧାଞ୍ଚଳ ପରିଧି ଭିତରେ ବେଆଇନ ଭାବେ ନିର୍ମାଣ କାମ କରୁଛି ପ୍ରଶାସନ। ଏହି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କେଁକୁ ନେଇ ସବୁଆଡ଼ୁ ଅଙ୍ଗୁଳି ଉଠିବା ଦେଖି ଏବେ ଗଳାବାଟ ଦେଇ ଖସିବାକୁ ଚେଷ୍ଟା କରୁଛି ପ୍ରଶାସନ। ଦୋଷ ଖସାଇବା ପାଇଁ ଏବେ ପୁରୀ ଶଙ୍କରାଚାର୍ଯ୍ୟଙ୍କୁ ମଧ୍ୟସ୍ଥି କରିବାକୁ ପଦେକ୍ଷପ ନିଆଯାଉଥିବା ସ୍ପଷ୍ଟ ବାରି ହୋଇପଡ଼ିଲାଣି। ମଙ୍ଗଳବାର ପ୍ରଶାସନର ଫନ୍ଦି ମୁତାବକ ଶଙ୍କରାଚାର୍ଯ୍ୟଙ୍କୁ ବିଜେଡ଼ି ନେତା ଲେନିନ ମହାନ୍ତି, ଓମପ୍ରକାଶ, ବିଜେପି ନେତା ଯତୀନ ମହାନ୍ତି, ସୁଦୀପ ରାୟ, ସ୍ଥପତି ପଦ୍ମବିଭୂଷଣ ସୁଦର୍ଶନ ସାହୁ, ପ୍ରଫୁଲ୍ଲ ରଥ, ଅନୀଲ ଧିର, ଆର୍ଯ୍ୟ ଜ୍ଞାନେନ୍ଦ୍ର ପ୍ରମୁଖ ଭେଟି ଥିଲେ।

Advertisment

ବୈଠକ ପରେ, ଗୁରୁଜୀଙ୍କ ନିଷ୍ପତି ସର୍ବମାନ୍ୟ ବୋଲି ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ କହିଛନ୍ତି। ସେ ଆହୁରି କରିଥିଲେ, ଆଉ ଏହି ମାମଲାର ପୋଷ୍ଟ ମର୍ଟମ ହେବା ଆବଶ୍ୟକତା ନାହିଁ। ଶ୍ରୀମନ୍ଦିରକୁ ଯାତ୍ରୀଙ୍କ ଆଗମନ ଉପରେ ଏହାର ଚାରିପାଖରେ ବସବାସ କରୁଥିବା ଅଧିବାସୀଙ୍କ ରୋଜଗାର ନିର୍ଭର କରେ। ତେଣୁ ଏହାର ପ୍ରଥମ ସମାଧାନ ହେବା ଉଚିତ। ଶ୍ରୀମନ୍ଦିର ଚର୍ତୁପାର୍ଶ୍ୱରେ ଚାଲିଥିବା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆଗାମୀ ରଥଯାତ୍ରା ଭିତରେ ସାରିବା ନେଇ ସେ ଆଶାବାଦୀ ଅଛନ୍ତି।

ସ୍ଥପତି ସୁଦର୍ଶନ ସାହୁ କହିଛନ୍ତି, ଅତିତର ଭୁଲକୁ ଆଉ ଘୋଷିବା ଠିକ ନୁହେଁ। ଶ୍ରୀମନ୍ଦିରକୁ ସୁନ୍ଦର କରିବା ନିମନ୍ତେ ସମସ୍ତ ଦାୟିତ୍ୱ ଜଗତଗୁରୁ ନିଅନ୍ତୁ ବୋଲି ସେ ପ୍ରସ୍ତାବ ରଖିଛନ୍ତି। ଏହି କାମରେ ଯୋଗଦାନ ନିମନ୍ତେ ସେ ମଧ୍ୟ ଆଗକୁ ଶଙ୍କରାଚାର୍ଯ୍ୟକୁ ଭେଟି ଆଲୋଚନା କରିବେ ବୋଲି କହି ଆସିଛନ୍ତି। କାଶି ବିଶ୍ୱନାଥରେ ଅନେକ କିଛି ସଂସ୍କାର ପରେ ଉକ୍ତ ସ୍ଥାନ ଖୁବ୍ ସୁନ୍ଦର ହୋଇପାରିଛି। ଆବଶ୍ୟକସ୍ଥଳେ ସମ୍ବିଧାନରେ ସଂଶୋଧନ କରିବା ଭଳି ଆଇନର ସଂଶୋଧନ କରାଯାଇପାରିବ। ଯେଭଳି ମାଷ୍ଟର କ୍ୟାଂଟିନରେ ଘୋଡ଼ାକୁ ନେଇ ବିବାଦ ରହିଥିଲା ଓ ପରେ ବିବାଦର ସମାଧାନ ହୋଇ ଘୋଡ଼ା ରହିଲା, ସେହିଭଳି ଏହାର ମଧ୍ୟ ସମାଧାନ ହୋଇପାରିବ। ଶଙ୍କରାଚାର୍ଯ୍ୟ ଯାହାକୁ ଦୋଷୀ କହିବେ ସେ ଦୋଷୀ ହେବ ବୋଲି ସେ ମତ ପ୍ରକାଶ କରିଥିଲେ।

Advertisment

ଐତିହ୍ୟ ଗବେଷକ ଅନୀଲ ଧିର କହିଛନ୍ତି, ସେ ଏକ ବୋର୍ଡରେ ପ୍ରକଳ୍ପ କାମର ଆଇନ ଓ ବେଆଇନ ଦୃଶ୍ୟକୁ ଶଙ୍କରାଚାର୍ଯ୍ୟଙ୍କ ଆଗରେ ରଖିଥିଲେ। ୪ଟି କେନ୍ଦ୍ରିୟ ଆଇନ ଓ ଦୁଇଟି ରାଜ୍ୟ ଆଇନକୁ କିପରି ପାଳନ କରାଯାଉନି ତାହାର ଅବତାରଣା କରିଥିଲେ। ଜିପିଆର ଓ ଡିପିଆର ସରିଥିଲେ ହେଁ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ପାରିପାର୍ଶ୍ୱୀକ ସୌନ୍ଦର୍ଯ୍ୟକରଣ କାମ ୧୬ ମାସ ହେବ ଅଗେଇ ପାରୁନାହିଁ। ଏହାର କାରଣ ଏଠାରେ ମାଟିତଳ ପ୍ରତିଟି ସ୍ଥାନରେ ପୁରୁଣା ଐତିହ୍ୟ ଲୁଚି ରହିଛି। ହେଲେ ପୁରୀ କ୍ଷେତ୍ରରେ ବିନା ବୈଷୟିକ ଅନୁଧ୍ୟାନରେ ପ୍ରକଳ୍ପ କାର୍ଯ୍ୟ ବେଆଇନ ଭାବେ ହେଉଛି। ପୁରୁଣା ମଠ ମଧ୍ୟ ବେଆଇନ ଭାବେ ଭଙ୍ଗା ଯାଇଛି। ଏଏସ୍ଆଇ ଚୁପ୍ ବସିଛି। ଏ ପର୍ଯ୍ୟନ୍ତ ଥାନାରେ ଏତଲା ମଧ୍ୟ ଦେଉନାହିଁ। ଏଏସ୍ଆଇ ଓ ସରକାରଙ୍କ ଅବହେଳା ଯୋଗୁ ଶ୍ରୀମନ୍ଦିର ଦାୟନୀୟ ସ୍ଥିତିରେ ରହିଛି। ବୈଠକରେ ମାମଲା କୋର୍ଟରେ ବିଚାରାଧିନ ଥିବା କହି ଏଏସ୍‌ଆଇ ଚୁପ ରହିଥିଲା। କେବଳ ପ୍ରକଳ୍ପ କାମ ନିମନ୍ତେ ଅନୁମତି ଦେଇନୁ ବୋଲି ବିଭାଗୀୟ ଅଧିକାରୀ କହିଥିଲେ। ଓବିସିସି ଯନ୍ତ୍ରୀ ଯାହା ଜଗନ୍ନାଥ ଇଛା ବୋଲି କହି ଚୁପ୍ ରହିଥିଲେ। ମାଟି ତଳୁ ସିଂହ ମୂର୍ତ୍ତି ବାହାରିଥିବାରୁ ଏହାର ବୈଷୟିକ ଯାଞ୍ଚ ହେବା ଉଚିତ। ଭବିଷ୍ୟତ ପିଢ଼ିଙ୍କ ନିମନ୍ତେ ଏହି ଧାର୍ମିକ ଓ ଐତିହ୍ୟ ସ୍ଥଳ ସୁରକ୍ଷିତ ରହିବା ଜରୁରୀ ବୋଲି ସେ ଶଙ୍କରାଚାର୍ଯ୍ୟଙ୍କୁ କହିଥିଲେ।

ସୂଚନାଯୋଗ୍ୟ, ପ୍ରକଳ୍ପ ବିବାଦ ନେଇ ଶଙ୍କରାଚାର୍ଯ୍ୟ ଅସନ୍ତୋଷ ଝାଡ଼ିବା ପରେ ଗତକାଲି ତାଙ୍କୁ ଗଜପତି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ, ଜିଲ୍ଲାପାଳ ସମର୍ଥ ବର୍ମା, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟମାନେ ଭେଟିଥିଲେ। ପରେ ବିବାଦର ସମାଧାନ ଦାୟିତ୍ୱ ତାଙ୍କରି ଉପରେ ପ୍ରଶାସନ ଲଦି ଦେଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe