Sex Racket
ଦୀର୍ଘ ଦିନ ଧରି ସହର ମଧ୍ୟରେ ଏକ ଭଡ଼ା ଘରେ ଚାଲିଥିଲା ଦେହବେପାର। ଗୁରୁବାର ବିଳମ୍ୱିତ ରାତିରେ ଅଚାନକ ପୁଲିସ୍ ଚଢ଼ଉ କରି ଦୁଇ ଦେହଜୀବୀଙ୍କୁ ଉଦ୍ଧାର କରିଛି। ଏଥିସହ ସେହ ବେପାରରେ ଲିପ୍ତ ଦୁଇ ଯୁବକଙ୍କ ସହ ତିନି ଜଣଙ୍କୁ ଗିରଫ କରିଛି। ଅନୁଗୋଳ ଟାଉନ୍ରୁ ଆସିଛି ଏପରି ଖବର।
ଅନୁଗୋଳ ସହର ଉପକଣ୍ଠ ଦୁର୍ଗାବିହାରରେ ଏକ ଘରେ ଦୀର୍ଘ ଦିନ ଧରି ସେକ୍ସ ରାକେଟ୍ ଚାଲିଥିଲା। ଏନେଇ ଅଭିଯୋଗ ହେଉଥିଲା। ହେଲେ ପ୍ରମାଣ ଅଭାବରୁ ପୁଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁନଥିଲା। ଗୁରୁବାର ରାତିରେ ଦେହ ବେପାର ଚାଲିଥିବା ଜାଣିପାରି ଅଚାନକ ପୁଲିସ୍ ଚଢ଼ଉ କରିଥିଲା। ଭଡ଼ା ଘରୁ ଦୁଇ ଯୁବତୀଙ୍କୁ ଉଦ୍ଧାର କରିଥିଲା। ଏଥିସହ ଦେହ ବେପାରରେ ଲିପ୍ତ ଦୁଇ ଜଣ ଯୁବକଙ୍କ ସହ ଦେବଗଡ଼ ଅଞ୍ଚଳର ମହିଳା କିଙ୍କପିନ୍ଙ୍କୁ ଗିରଫ କରିଛି। ଏହି କାରବାରରେ ଆଉ କାହାର ସମ୍ପୃକ୍ତି ରହିଛି କି ନାହିଁ, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ପୁଲିସ୍ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି।
ରିପୋର୍ଟ- ଅନୁଗୋଳରୁ ବିରଜା ଦାସ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Sex_Racket_1679403907.jpg)