IAS ରିଲେଟିଭ୍‌ଙ୍କ ଅୟସ୍ କାହାଣୀ ! ଜୁଲମ କରି ହେଉଥିଲେ ମାଲାମାଲ

ଅନୁଗୋଳ(ଓଡ଼ିଶା ରିପୋର୍ଟର): IASଙ୍କ ସମ୍ପର୍କୀୟ ଭାଇଙ୍କ ଅୟସ୍ କାହାଣୀ । ପୂର୍ବତନ ଜିଲ୍ଲାପାଳଙ୍କ ରିଲେଟିଭଙ୍କ ବିରୋଧରେ ସାଂଘାତିକ ଜାଲିଆତି ଅଭିଯୋଗ । ଯାହାଙ୍କ ନାଁ ସୁଶୀଳ ଅଗ୍ରୱାଲ । ଅନୁଗୋଳର ବ୍ୟବସାୟ ସୁଶୀଳ ଫସିଛନ୍ତି ବେଆଇନ ସୁଧ କାରବାର ମାମଲାରେ। ହଜାରେ କି ଦୁଇ ହଜାର ନୁହଁ, ଲକ୍ଷେ କି ଦୁଇ ଲକ୍ଷ ବି ନୁହଁ । ୫ ଲକ୍ଷ ଟଙ୍କାରେ ୨୫ ଲକ୍ଷର ସୁଧ ଜୁଲୁମ୍ କରି ଚର୍ଚ୍ଚାରେ ସୁଶୀଳ। ତାପୁଣି ଜଣେ ହାଇସ୍କୁଲ ଶିକ୍ଷକଙ୍କୁ […]

6nmb

6nmb

Tapas Behera
  • Published: Monday, 15 February 2021
  • Updated: 16 February 2021, 01:01 PM IST

Sports

Latest News

ଅନୁଗୋଳ(ଓଡ଼ିଶା ରିପୋର୍ଟର): IASଙ୍କ ସମ୍ପର୍କୀୟ ଭାଇଙ୍କ ଅୟସ୍ କାହାଣୀ । ପୂର୍ବତନ ଜିଲ୍ଲାପାଳଙ୍କ ରିଲେଟିଭଙ୍କ ବିରୋଧରେ ସାଂଘାତିକ ଜାଲିଆତି ଅଭିଯୋଗ । ଯାହାଙ୍କ ନାଁ ସୁଶୀଳ ଅଗ୍ରୱାଲ । ଅନୁଗୋଳର ବ୍ୟବସାୟ ସୁଶୀଳ ଫସିଛନ୍ତି ବେଆଇନ ସୁଧ କାରବାର ମାମଲାରେ। ହଜାରେ କି ଦୁଇ ହଜାର ନୁହଁ, ଲକ୍ଷେ କି ଦୁଇ ଲକ୍ଷ ବି ନୁହଁ । ୫ ଲକ୍ଷ ଟଙ୍କାରେ ୨୫ ଲକ୍ଷର ସୁଧ ଜୁଲୁମ୍ କରି ଚର୍ଚ୍ଚାରେ ସୁଶୀଳ।

ତାପୁଣି ଜଣେ ହାଇସ୍କୁଲ ଶିକ୍ଷକଙ୍କୁ ଏଭଳି ଜୁଲମ୍ କରିଛନ୍ତି ସେ । ଛେଣ୍ଡିପଦା ଥାନା ବାଗଡ଼ଇା ଅଞ୍ଚଳର ଶିକ୍ଷକ ବଂଶୀଧର ଦେହୁରୀ ଏହି ଠକାମିର ଶିକାର ହୋଇଛନ୍ତି। ୪ ବର୍ଷ ପୂର୍ବରୁ ୩ ପ୍ରତିଶତ ସୁଧରେ ସୁଶୀଳଙ୍କ ଠାରୁ ଧାର ‌ଆଣିଥିଲେ ୫ ଲକ୍ଷ ଟଙ୍କା। ପରବର୍ତ୍ତୀ ସମୟରେ ସୁଧ ବାବଦକୁ ସୁଶୀଳଙ୍କ ଦାବି ମୁତାବକ ୨୫ ଲକ୍ଷ ସୁଧ ବି ଶୁଝିସାରିଥିଲେ । ପରେ ପୁଣି ସୁଧ ଦାବି କରିବାରୁ ମଧ୍ୟସ୍ଥି ଜରିଆରେ ଟଙ୍କା ଶୁଝିବା ପାଇଁ ଅନୁଗୋଳର ଲାଲ ମୋହନ ଦାସଙ୍କଠାରୁ ୪ ପ୍ରତିଶତ ସୁଧରେ ଧାର ଆଣିଥିଲେ ୨ ଲକ୍ଷ । କିନ୍ତୁ ୧୫ ଲକ୍ଷରୁ ଅଧିକ ଟଙ୍କା ଦାବି କରି ଜୋରଜବରଦସ୍ତ ବଂଶୀଧରଙ୍କଠାରୁ ଦସ୍ତଖତ କରାଇ ନେଇଥିଲେ ଲାଲମୋହନ। ଏପରିକି ସ୍କୁଲକୁ ଯାଇ ବଂଶୀଧରଙ୍କୁ ମଧ୍ୟ ଧମକ ଚମକ କରୁଥିଲେ । ଏନେଇ ବଂଶୀଧରଙ୍କ ଝିଅ ଅନୁଗୋଳ ସଦର ଥାନାରେ ଏତଲା ଦେବା ପରେ ପୁଲିସ ସୁଶୀଳଙ୍କୁ ଗିରଫ କରିଥିଲା । ପରେ ଜାମିନ ପାଇଥିଲେ ସୁଶୀଳ । ଫେରାର୍ ଲାଲମୋହନ ଏବଂ ସହଯୋଗୀକୁ ଧରିବାକୁ ଛାନଭିନ୍ ଚଳାଇଛି ପୁଲିସ। ସୁଶୀଳଙ୍କ ଏଭଳି ଚଞ୍ଚକତା ଓ ଜୁଲୁମ୍ ନୂଆ ନୁହେଁ ।

ପୂର୍ବରୁ ଅନୁଗୋଳ ବଅଁରପାଳ ତହସିଲ ଅନ୍ତର୍ଗତ କୁସାସିଙ୍ଗା ଏବଂ ଆଖପାଖ ଅଞ୍ଚଳର ଚାଷୀଙ୍କ ପାଖାପାଖି ୩ ଶହ ଏକର ଜମି ହଡ଼ପ କରିଥିବା ଅଭିଯୋଗ ଉଠିଥିଲା । ଜିଲ୍ଲା ପ୍ରଶାସନକୁ ହାତ କରି ଗତ ୧୦ ବର୍ଷ ମଧ୍ୟରେ ଏସବୁ ଜମିକୁ ହଡପ କରିଥିବା ଅଭିଯୋଗ ଆଣିଥିଲା କଂଗ୍ରେସ । କେବଳ ସେତିକି ନୁହେଁ, ଯୋଗାଣ ବିଭାଗର କଣ୍ଟ୍ରାକ୍ଟର ଥିବା ସମୟରେ ଲୋକଙ୍କ ପାଇଁ ଆସିଥିବା କେନ୍ଦ୍ର ସରକାରଙ୍କ ଚାଉଳକୁ ଡିଲର ପଏଣ୍ଟରେ କାଟିପକାଉଥିଲେ । ଏହି ଅଭିଯୋଗ ପରେ ତାଙ୍କୁ ଦାୟିତ୍ୱରୁ ହଟାଇ ଦିଆଯାଇଥିଲା। ଏସବୁ ବିବାଦ ଭିତରେ ଏବେ ବେଆଇନ ସୁଧ ମାମଲାରେ ଛନ୍ଦି ହୋଇଛନ୍ତି ସୁଶୀଳ । ତେବେ ସୁଶୀଳ ସୁଧ କାରବାର ଅଭିଯୋଗକୁ ଖଣ୍ଡନ କରିଛନ୍ତି । ରାଜ୍ୟର ଜଣେ ବରିଷ୍ଠ IASଙ୍କ ସମ୍ପର୍କୀୟ କୁହାଯାଉଥିବା ସୁଶୀଳ ଅଗ୍ରୱାଲଙ୍କ ଏଭଳି କେଳେଙ୍କାରୀ ଅଭିଯୋଗ ଏତିକି ନା ଆଗକୁ ପୁଣି ଚେର ଲମ୍ବିଛି ? ତାକୁ ନେଇ ସାରା ଅନୁଗୁଳ ଜିଲ୍ଲାରେ ଚର୍ଚ୍ଚା ହେଉଛି।

ଅଧିକ ପଢନ୍ତୁ >> ଜୋତା ଚୋରି କଲେ ଅଭିନେତ୍ରୀ

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos