Advertisment

ଝିଅକୁ ଶାଶୂ ଘରେ ଛାଡ଼ି ଫେରୁଥିଲେ, ରାସ୍ତାରେ ପିଟିଦେଲା ହାଇୱା

ଖାଲଗାଁ ଗାଁ ନିକଟରେ ବିପରିତ ଦିଗରୁ ଆସୁଥିବା ଏକ ହାଇୱା ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ପୀତାମ୍ୱର ଓ ଗୁଣ୍ଡିଚାଙ୍କ ମୃତ୍ୟୁ ଘଟିଥିବା ବେଳେ ମେଡ଼ିକାଲରେ ମୁନ୍ନାଙ୍କ ଜୀବନ ଯାଇଛି।

author-image
Manoranjan Sial
ଅଦ୍ୟତନ ହୋଇଛି
Accident

Accident

ଝିଅକୁ ଶାଶୂ ଘରେ ଛାଡ଼ି ବିଳମ୍ୱିତ ରାତିରେ ଘରକୁ ଫେରୁଥିଲେ। ହେଲେ ଅଧା ରାସ୍ତାରେ ପିଟିଦେଲା ହାଇୱା। ଘଟଣା ସ୍ଥଳରେ ତିନି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି। ଶନିବାର ବିଳମ୍ୱିତ ରାତିରେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଅନୁଗୋଳ ଜିଲ୍ଲାରେ ଘଟିଛି।

Advertisment

ରାତି ପ୍ରାୟ ସାଢ଼େ ୧୨ଟା ହେବ। ବନ୍ତଳା ଥାନା କୁଲାସିଂଗା ଗାଁର ପୀତାମ୍ୱର ପ୍ରଧାନ ତାଙ୍କ ଝିଅକୁ ଶାଶୂ ଘର ନୂଆରାଇଗୁଡ଼ାରେ ଛାଡ଼ିବା ପାଇଁ ଅଟୋରେ ଯାଇଥିଲେ। ତାଙ୍କ ସାଥୀରେ ଯାଇଥିଲେ ପତ୍ନୀ ଜମ୍ୱୁ, ଭାଇ ମୁନ୍ନା ପ୍ରଧାନ ଓ ସମ୍ପର୍କୀୟ ଗୁଣ୍ଡିଚା ପ୍ରଧାନ। ଝିଅକୁ ଶାଶୁ ଘରେ ଛାଡ଼ି ସେମାନେ ବିଳମ୍ୱିତ ରାତିରେ ଘରକୁ ଫେରୁଥିଲେ।

ତେବେ ଖାଲଗାଁ ଗାଁ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ହାଇୱା ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ପୀତାମ୍ୱର ଓ ଗୁଣ୍ଡିଚାଙ୍କ ମୃତ୍ୟୁ ଘଟିଥିବା ବେଳେ ମୁନ୍ନା ଓ ଜମ୍ୱୁ ଗୁରୁତର ଆହତ ହୋଇଥିଲେ। ଉଭୟଙ୍କୁ ବନ୍ତଳା ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ମୁନ୍ନାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ମାତ୍ର ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏବେ ମଧ୍ୟ ଜମ୍ୱୁ ବନ୍ତଳା ମେଡ଼ିକାଲ୍‌ରେ ଚିକିତ୍ସିତ ହେଉଛନ୍ତି।

Advertisment

ଅନ୍ୟପକ୍ଷରେ ଦୁର୍ଘଟଣା ଘଟାଇଥିବା ଗାଡ଼ି ଘଟଣାସ୍ଥଳରୁ ଚମ୍ପଟ ମାରିଛି। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି।

ରିପୋର୍ଟ-ଅନୁଗୋଳରୁ ବିରଜା ଦାସ

Accident Road Accident Accidental Death Angul