Advertisment

ନିଶାସକ୍ତ ଯୁବକର କାର ଧକ୍କାରେ ଆଈ ସହ ନାତି ଓ ନାତୁଣୀଙ୍କ ମୃତ୍ୟୁ

ଦୁର୍ଘଟଣା ପରେ ଗାଁରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ନିଶାସକ୍ତ ଯୁବକକୁ ଅଟକ ରଖି ପୁଲିସ୍‌କୁ ଖବର ଦେଇଥିଲେ। ଦୁର୍ଘଟଣା ଘଟାଇଥିବା ଚାଳକ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

ଅଦ୍ୟତନ ହୋଇଛି
Accident

Accident

Advertisment

ରାସ୍ତା ପାର୍ଶ୍ୱରେ ଖେଳୁଥିଲେ ନାତି ଓ ନାତୁଣୀ। ଆଉ ସେମାନଙ୍କ ପାଖରେ ବସିଥିଲେ ଆଈ ମାଆ। ଠିକ୍‌ ସେହି ସମୟରେ ଦ୍ରୁତଗାମୀ କାର୍‌ ଆସି ସେମାନଙ୍କ ଉପରେ ମାଡ଼ି ଯାଇଥିଲା। ଫଳରେ ତିନି ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା। ଆଜି ସନ୍ଧ୍ୟା ବେଳେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଅନୁଗୋଳ ଜିଲ୍ଲା ତାଳଚେର ଗୋବରା ଗାଁରେ ଘଟିଛି।

Advertisment

ତାଳଚେର ବିକ୍ରମପୁର ଥାନା ଅନ୍ତର୍ଗତ ଗୋବରା ଗାଁର ୫୦ ବର୍ଷୀୟା ମହିଳା ପ୍ରମିଳା ପ୍ରଧାନଙ୍କ ନାତି ଓ ନାତୁଣୀ ଘର ସମ୍ମୁଖରେ ଖେଳୁଥିଲେ। ଆଉ ସେମାନଙ୍କ ପାଖରେ ବସିଥିଲେ ପ୍ରମିଳା। ଠିକ୍‌ ଏହି ସମୟରେ ଏକ କାର୍‌ ଦ୍ରୁତ ଗତିରେ ଆସି ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ଘଟିଥିଲା। କାର୍‌ ଚାଳକ ନିଶାସକ୍ତ ଅବସ୍ଥାରେ ତିନି ଜଣଙ୍କ ଉପରେ ଚଢ଼ାଇ ଦେଇଥିବା ଅଭିଯୋଗ ହୋଇଛି।

ଦୁର୍ଘଟଣା ପରେ ଗାଁରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ନିଶାସକ୍ତ ଯୁବକକୁ ଅଟକ ପ୍ରବଳ ମାଡ଼ ମାରିଥିଲେ। ଖବର ପାଇ ପୁଲିସ୍‌ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ଥାନାରେ ପଚରାଉଚରା କରୁଛି।

Advertisment

ସେପଟେ ବଲାଙ୍ଗିର ଜିଲ୍ଲା ତୁରେଇକେଲା ଥାନା ଅଞ୍ଚଳରେ ଟ୍ରକ୍‌ ଧକ୍କାରେ ଦମ୍ପତିଙ୍କ ମୃତ୍ୟୁ ଗଟିଛି। ଆଜି ସନ୍ଧ୍ୟାରେ ବେଳେ ଗାଇନ୍ଦିମାଲ ଗାଁର ଅଶୋକ ମାଝି ଓ ତାଙ୍କ ପତ୍ନୀ ଲଳିତା ମାଝୀ ବାଇକ୍‌ରେ ଲାଠୋର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଉଥିଲେ। ତେବେ ସାମ୍ନାରୁ ଆସୁଥିବା ଏକ ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ଦମ୍ପତିଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ଟ୍ରକ୍‌ ଡ୍ରାଇଭର ଫେରାର ହୋଇଯାଇଛି। ଖବର ପାଇ ତୁରେକେଲା ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି।

Accident Roadaccident Angul
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe