/odisha-reporter/media/post_attachments/uploadimage/library/16_9/16_9_0/Elephant_1680833669.jpg)
Elephant
ଟ୍ରେନ୍ ଧକ୍କାରେ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଛି। ଏପରି ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ଜରପଡ଼ା ବନାଞ୍ଚଳ ଜେରେଙ୍ଗ ଦେହୁରୀସାହି ନିକଟରେ।
Advertisment
ସୂଚନା ଅନୁଯାୟୀ, ଗତକାଲି ରାତିରେ ଏକ ଦନ୍ତା ହାତୀ ରେଳ ଲାଇନ ପାର ହେଉଥିଲା। ଏହି ସମୟରେ ଆସୁଥିବା ଟ୍ରେନ ଦନ୍ତା ହାତୀକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଦନ୍ତାର ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକେ ଏହା ଦେଖି ବନ ବିଭାଗକୁ ଖବର ଦେଇଥିଲା। ବନ ବିଭାଗ ଓ ଜିଆରପି ପୁଲିସ ଘଟଣାର ତଦନ୍ତ କରୁଛନ୍ତି।
ଜରପଡ଼ା ବନାଞ୍ଚଳରେ କିଛି ଦିନ ହେବ ଏକ ହାତୀ ପଲ ଚଳ ପ୍ରଚଳ କରୁଥିଲେ। ଗତକାଲି ଏହି ଦନ୍ତା ହାତୀଟି ଖାଦ୍ୟ ଅନ୍ୱେଷଣରେ ଆସିଥିବା ବେଳେ ଟ୍ରେନ୍ ତାକୁ ଧକ୍କା ଦେଇଥିବା ସନ୍ଦେହ କରାଯାଉଛି। ଘଟଣା ତଦନ୍ତ ପରେ ପ୍ରକୃତ ସତ୍ୟ ସମ୍ନାକୁ ଆସିବ ବୋଲି ବନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
