Advertisment

ବାପାପୁଅଙ୍କ ଉପରେ ମାଡ଼ିଗଲା କୋଇଲା ବୋଝେଇ ଟ୍ରକ୍

ଆଜି ଦିନ ପ୍ରାୟ ୧ଟା ସମୟରେ ଏକ ବାଇକ୍‌ରେ ମହମ୍ମଦ ଆରଫି ତାଙ୍କ ପୁଅ ଓ ଭଣଜା କୌଣସି କାମରେ ତାଳଚେର ଆସିଥିଲେ।

Accident

Accident

Advertisment

ବାପାପୁଅଙ୍କ ଉପରେ ମାଡ଼ିଗଲା କୋଇଲା ବୋଝେଇ ଟ୍ରକ୍। ଘଟଣାସ୍ଥଳରେ ବାପାପୁଅଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଅନୁଗୋଳ ଜିଲ୍ଲା ବାଙ୍କଧରା ଛକ ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ମୃତକ ହେଲେ ବାପା ମହମ୍ମଦ ଆରଫି ଅକତାର ଓ ସାହିଲ ଅକ୍‌ତାର। ଗୁରୁତର ହୋଇଥିବ ଭଣଜା ଫିଦୋସ ଫୁରେସିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ଆଜି ଦିନ ପ୍ରାୟ ୧ଟା ସମୟରେ ଏକ ବାଇକ୍‌ରେ ମହମ୍ମଦ ଆରଫି ତାଙ୍କ ପୁଅ ଓ ଭଣଜା କୌଣସି କାମରେ ତାଳଚେର ଆସିଥିଲେ। କାମ ସାରି ଘରକୁ ଫେରୁଥିବା ସମୟରେ ବାଙ୍କଧରା ଛକ ନିକଟରେ ଏକ କୋଇଲା ବୋଝେଇ ଟ୍ରକ୍‌ ସେମାନଙ୍କ ବାଇକ୍‌କୁ ଧକ୍କା ଦେଇଥିଲା। ବାପାପୁଅ ଛିଟିକି ତଳେ ପଡ଼ିଯିବାପରେ ତାଙ୍କ ଉପରେ ଟ୍ରକ୍‌ଟି ଚଢ଼ି ଯାଇଥିଲା। ହେଲେ ଭଣଜା ବଡ଼ ଦୁର୍ଘଟଣାରୁ ବଞ୍ଚିଯାଇଥିଲେ। ।

ସ୍ଥାନୀୟ ଲୋକେ ଭଣଜାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଦୁର୍ଘଟଣାପରେ ଟ୍ରକ୍‌ ଡ୍ରାଇଭର ଗାଡ଼ି ଛାଡ଼ି ଫେରାର ହୋଇଯାଇଛି। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

Advertisment
Odisha Police Road Accident Angul
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe