Advertisment

ଦୁର୍ଘଟଣାରେ ଚାଲିଗଲା ମାମୁ-ଭାଣିଜୀଙ୍କ ଜୀବନ

ଅନୁଗୋଳ (ବିରଜା): ଦୁର୍ଘଟଣାରେ ଚାଲିଗଲା ମାମୁ ଓ ଭାଣିଜୀଙ୍କ ଜୀବନ। ଆଜି ଏମିତି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ଅନୁଗୋଳ ସଦର ଥାନା ଅନ୍ତର୍ଗତ ଅନୁଗୋଳ-ବନ୍ତଳା ରାସ୍ତାର ବାଳୁଅକଟା ନିକଟରେ। ସୂଚନା ଅନୁଯାୟୀ ଅନୁଗୋଳ ଅଭିମୁଖେ ଏକ ବାଇକରେ ୪ଜଣ ଫେରୁଥିବା ସମୟରେ ବାଳୁଅକଟା ନିକଟରେ ଏକ ଅଟୋ ସହ ସେମାନଙ୍କର ଜୋରଦାର ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି […]

ଅଦ୍ୟତନ ହୋଇଛି
ଦୁର୍ଘଟଣାରେ ଚାଲିଗଲା ମାମୁ-ଭାଣିଜୀଙ୍କ ଜୀବନ

angul

Advertisment

ଅନୁଗୋଳ (ବିରଜା): ଦୁର୍ଘଟଣାରେ ଚାଲିଗଲା ମାମୁ ଓ ଭାଣିଜୀଙ୍କ ଜୀବନ। ଆଜି ଏମିତି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ଅନୁଗୋଳ ସଦର ଥାନା ଅନ୍ତର୍ଗତ ଅନୁଗୋଳ-ବନ୍ତଳା ରାସ୍ତାର ବାଳୁଅକଟା ନିକଟରେ। ସୂଚନା ଅନୁଯାୟୀ ଅନୁଗୋଳ ଅଭିମୁଖେ ଏକ ବାଇକରେ ୪ଜଣ ଫେରୁଥିବା ସମୟରେ ବାଳୁଅକଟା ନିକଟରେ ଏକ ଅଟୋ ସହ ସେମାନଙ୍କର ଜୋରଦାର ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Advertisment

ସୂଚନା ଅନୁଯାୟୀ ରାଣୀଗୋଡ଼ାର ତପ ସାହୁ (୪୦) ହୁଲୁରୁସିଂହାରେ ରହୁଥିବା ଭଉଣୀ ନୟନା ସାହୁ (ବୟସ ପ୍ରାୟ ୩୫)ଓ ନୟନାଙ୍କ ଦୁଇ ଝିଅ ସହ ବାଳୁଅକଟା ନିଜ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ। ସେଠାରୁ କାମ ସାରି ଅନୁଗୋଳ ଅଭିମୁଖେ ଫେରିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ଦୁର୍ଘଟଣା ପରେ ଅଟୋ ଚାଳକ ଅଟୋ ନେଇ ଫେରାର ହୋଇଯାଇଥିଲା। ଦୁର୍ଘଟଣାରେ ବାଇକ ଚାଳକ ତପ ସାହୁ ଓ ତାଙ୍କ ଭାଣିଜୀଙ୍କ ମୃତ୍ୟୁ ହୋଇଥିବା ବେଳେ ନୟନା ଓ ତାଙ୍କ ସାନ ଝିଅଙ୍କୁ ଗୁରୁତର ଅବସ୍ଥାରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ଅନୁଗୋଳ ସଦର ପୁଲିସ ପହଞ୍ଚି ଅଧିକ ଅନୁସନ୍ଧାନ ଜାରି ରଖିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe