Advertisment

ଟ୍ରେନ ଧକ୍କାରେ ଚାଲିଗଲା ଖୁଡ଼ୀ-ପୁତୁରାଙ୍କ ଜୀବନ

ଅନୁଗୋଳ (ବିରଜା ଦାସ): ଚାଲି ଚାଲି ଯାଉଥିଲା। ମାଡ଼ିଗଲା ଟ୍ରେନ୍। ଆଉ ଚାଲିଗଲା ଖୁଡ଼ୀ ଓ ପୁତୁରାଙ୍କ ଜୀବନ। ଆଜି ଏମିତି ଏକ ହୃଦୟ ବିଦାରଣ ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ବଇଣ୍ଡାରେ। ବଇଣ୍ଡାର ଜାମୁନାଳୀ ନିକଟରେ ଟ୍ରେନ ଧକ୍କାରେ ଏହି ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକଦ୍ୱୟ ହେଲେ ବର୍ଷା ନାୟକ ଓ ସୁବାଷ ନାୟକ। ସୁବାଷଙ୍କ ଘର ଠାକୁରଗଡ଼ ଥାନା ଅନ୍ତର୍ଗତ ପାଇକସାହି ହୋଇଥିବାବେଳେ ବର୍ଷାଙ୍କ ଘର କଣ୍ଟାପଡା ହୋଇଥିବା ଜଣାପଡିଛି। […]

ଟ୍ରେନ ଧକ୍କାରେ ଚାଲିଗଲା ଖୁଡ଼ୀ-ପୁତୁରାଙ୍କ ଜୀବନ

train-line

Advertisment

ଅନୁଗୋଳ (ବିରଜା ଦାସ): ଚାଲି ଚାଲି ଯାଉଥିଲା। ମାଡ଼ିଗଲା ଟ୍ରେନ୍। ଆଉ ଚାଲିଗଲା ଖୁଡ଼ୀ ଓ ପୁତୁରାଙ୍କ ଜୀବନ। ଆଜି ଏମିତି ଏକ ହୃଦୟ ବିଦାରଣ ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ବଇଣ୍ଡାରେ। ବଇଣ୍ଡାର ଜାମୁନାଳୀ ନିକଟରେ ଟ୍ରେନ ଧକ୍କାରେ ଏହି ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

Advertisment

ମୃତକଦ୍ୱୟ ହେଲେ ବର୍ଷା ନାୟକ ଓ ସୁବାଷ ନାୟକ। ସୁବାଷଙ୍କ ଘର ଠାକୁରଗଡ଼ ଥାନା ଅନ୍ତର୍ଗତ ପାଇକସାହି ହୋଇଥିବାବେଳେ ବର୍ଷାଙ୍କ ଘର କଣ୍ଟାପଡା ହୋଇଥିବା ଜଣାପଡିଛି। ମୃତକ ଦ୍ୱୟ ସମ୍ପର୍କରେ ଖୁଡ଼ୀ ପୁତୁରା ହୋଇଥିବା ଜଣାପଡିଛି।

ଉଭୟ ବନ୍ଧୁଘରୁ ଫେରୁଥିବାବେଳେ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଦୁର୍ଘଟଣା ବିଷୟରେ ଖବର ପାଇ ରେଲୱେ ପୁଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି। ତେବେ କେଉଁ ପରିସ୍ଥିତିରେ, କେତେବେଳେ ଓ କେଉଁ ଟ୍ରେନ ଧକ୍କାରେ ଉଭୟଙ୍କ ମୃତ୍ୟୁ ଘଟିଛି ସେ ନେଇ ଅନୁସନ୍ଧାନ ଜାରି ରଖିଛି। ଉଭୟଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ଜଣାପଡ଼ିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe