Advertisment

ଦୁଇ ଟ୍ରକ୍ ମଝିରେ ଚାପି ହୋଇ ଦମ୍ପତିଙ୍କ ମୃତ୍ୟୁ

ଦୁର୍ଘଟଣା ପରେ ଦୁଇ ଟ୍ରକ୍‌ ଡ୍ରାଇଭର ଫେରାର ହୋଇଯାଇଛନ୍ତି। ପୁଲିସ ଦୁଇ ଟ୍ରକ୍‌କୁ ଜବତ କରିଥିବା ବେଳେ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ମୃତଙ୍କ ଭିତରେ ଜଣେ ପୁରୁଷ ଓ ଜଣେ ମହିଳା ଥିବା ଜଣାପଡ଼ିଛି।

author-image
Manoranjan Sial
ଅଦ୍ୟତନ ହୋଇଛି
Angul

Angul

ଦୁଇ ଟ୍ରକ୍ ମଝିରେ ଚାପି ହୋଇ ଦମ୍ପତିଙ୍କ ମୃତ୍ୟୁ ହୋଇଛି। ଆଜି ଅପରାହ୍ନରେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଅନୁଗୋଳ ଦେଇ ଯାଇଥିବା ୫୫ ନମ୍ୱର ଜାତୀୟ ରାଜପଥରେ ଘଟିଛି। ଦୁର୍ଘଟଣା ପରେ କିଛି ସମୟ ପରେ ଜାତୀୟ ରାଜପଥରେ ଉତ୍ତେଜନା ପ୍ରକାଶ ପାଇଥିଲା। ବୁଝାସୁଝା ପରେ ପରିସ୍ଥିତି ଶାନ୍ତ ପଡ଼ିଛି। ଗାଡ଼ି ଚଳାଚଳ ସ୍ୱଭାବିକ ହୋଇଛି।

Advertisment

ବନ୍ତଳା ଥାନା ଗୁଡ଼ଙ୍ଗ ଗାଁର ଅକ୍ଷୟ ବେହେରା ଓ ତାଙ୍କ ସ୍ତ୍ରୀ ମମତା ବେହେରା ଏକ ବାଇକ୍‌ରେ ୫୫ନଂ ଜାତୀୟ ରାଜପଥ ଦେଇ ଅନୁଗୋଳ ଅଭିମୁଖେ ଯାଉଥିଲେ। ଦୁଇ ଟ୍ରକ୍‌ ମଝିରେ ସେମାନେ ଧୀରେ ଧୀରେ ଯାଉଥିଲେ। ତେବେ ହଠାତ୍‌ ପଛ ଟ୍ରକ୍‌ଟି ଦ୍ରୁତ ଗତିରେ ସେମାନଙ୍କ ବାଇକକୁ ଧକ୍କା ଦେଇ ଆଗ ଟ୍ରକ୍‌ରେ ପିଟି ହୋଇଯାଇଥିଲା। ଯାହାଫଳରେ ଦୁଇ ଟ୍ରକ୍‌ ମଝିରେ ଦମ୍ପତି ଚାପି ହୋଇଯାଇଥିଲେ। ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ସଦର ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲା। ଦୁର୍ଘଟଣା ଯୋଗୁ କିଛି ସମୟ ପାଇଁ ଗାଡ଼ି ଚଳାଚଳରେ ବ୍ୟାହତ ହୋଇଥିଲା। ଉତ୍ତେଜନା ମଧ୍ୟ ପ୍ରକାଶ ପାଇଥିଲା। ସଦର ଥାନା ପୁଲିସ୍‌ ଦୁର୍ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ଗାଡ଼ି ଚଳାଚଳ ସ୍ୱଭାବିକ ହୋଇଥିଲା।

ସେପଟେ ଦୁର୍ଘଟଣା ପରେ ଦୁଇ ଟ୍ରକ୍‌ ଡ୍ରାଇଭର ଫେରାର ହୋଇଯାଇଛନ୍ତି। ପୁଲିସ ଦୁଇ ଟ୍ରକ୍‌କୁ ଜବତ କରିଥିବା ବେଳେ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

Advertisment

ରିପୋର୍ଟ-ଅନୁଗୋଳରୁ ବିରଜା ଦାଶ

Accident Roadaccident Angul