Advertisment

ହାତୀ ଆକ୍ରମଣରେ ଚାଲିଗଲା ଆଉ ଏକ ଜୀବନ

ରାଜ୍ୟରେ ହାତୀ ମଣିଷ ଲଢ଼େଇ ଜାରି ରହିଛି ଏବଂ ଆଉ ଜଣଙ୍କ ଜୀବନ ଯାଇଛି।

Forest Office

Forest Office

Advertisment

ଅନୁଗୋଳ ବନଖଣ୍ଡ ବନ୍ତଳା ବନାଞ୍ଚଳ ତଳଗଡ଼ ଗାଁରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳା ଜଣଙ୍କ ହେଉଛନ୍ତି ସେହି ଗାଁର ବିଜୁଳି ସାହୁ।

Advertisment

ସୂଚନା ଅନୁଯାୟୀ, ବିଜୁଳି ଆଜି ସକାଳେ ବଗିଚାକୁ ଯାଇଥିବା ସମୟରେ ସେଠାରେ ଏକ ହାତୀ ତାଙ୍କୁ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ଗାଁର କିଛି ଲୋକ ଏହା ଦେଖି ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ।

ଅନୁଗୋଳ ବନଖଣ୍ଡ ଅଞ୍ଚଳରେ ବାରମ୍ବାର ହାତୀ ଆକ୍ରମଣରେ ଲୋକଙ୍କ ମୃତ୍ୟୁ ଘଟୁଥିବା ଘଟଣା ସାମ୍ନାକୁ ଆସୁଛି। ଗତ ଏପ୍ରିଲ ୨୯ ତାରିଖରେ ଅନୁଗୋଳ ବନଖଣ୍ଡର ମରଣ୍ଡା ଗାଁରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ତା’ପୂର୍ବରୁ ଏପ୍ରିଲ ୨୪ ତାରିଖରେ ସେହି ଅନୁଗୋଳ ବନଖଣ୍ଡର ବଡ଼କନ୍ତକୁଳ ଗାଁରେ ହାତୀ ଆକ୍ରମଣରେ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ଘଟିଥିଲା। ସେହିପରି ଏପ୍ରିଲ ୧୮ ତାରିଖରେ ଅନୁଗୋଳ ବନଖଣ୍ଡର କନ୍ତମେଘ ଗାଁରେ ହାତୀ ଆକ୍ରମଣରେ ଜଣେ ୬୫ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଥିଲା।

Advertisment

ଲଗାତାର ଭାବେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ହାତୀ ଆକ୍ରମଣ ଜନିତ ମୃତ୍ୟୁ ଖବର ଆସୁଛି। ଗତ ଶୁକ୍ରବାର ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଞ୍ଜ ବାଲିକଆରି ଗାଁରେ ହାତୀ ଜଣେ ବୃଦ୍ଧଙ୍କୁ ଦଳି ଦେଇଥିଲା। ତା’ ପୂର୍ବରୁ ଗତ ଏପ୍ରିଲ ୩୦ ତାରିଖରେ ଢେଙ୍କାନାଳ ସଦର ରେଞ୍ଜ ଅନ୍ତର୍ଗତ କୁରୁମ ଟାଙ୍ଗର ଗାଁରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା। ଗତ ଏପ୍ରିଲ ୨୭ ତାରିଖ ରାତିରେ ହାତୀ ଆକ୍ରମଣରେ କେନ୍ଦୁଝର ଜିଲ୍ଲା ଘଟଗାଁ ରେଞ୍ଜ ଅନ୍ତର୍ଗତ ସାନ୍ତରାପୁର ମେଣ୍ଢାମୁଣ୍ଡି ସାହିରେ ଏକ ଘର ଭାଙ୍ଗି ଯିବାରୁ କାନ୍ଥ ପଡ଼ି ଏକ ବର୍ଷକର ଶିଶୁକନ୍ୟାର ମୃତ୍ୟୁ ଘଟିଥିଲା।

ସେହିଭଳି ରାଜ୍ୟର ବିଭିନ୍ନ ଅଞ୍ଚଳରୁ ହାତୀ ମୃତ୍ୟୁ ଘଟଣା ସାମ୍ନାକୁ ଆସୁଛି। କେଉଁଠି ମଣିଷମାନଙ୍କ ଦ୍ୱାରା ବିଛା ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ହାତୀଙ୍କ ମୃତ୍ୟୁ ଘଟୁଛି ତ କେତେବେଳେ ଟ୍ରେନ୍ ଧକ୍କାରେ। ସେହିପରି କେତେବେଳେ ଶିକାରୀଙ୍କ ଗୁଳିରେ ଯାଉଛି ହାତୀଙ୍କ ଜୀବନ।

ରାଜ୍ୟରେ ହାତୀ ମଣିଷ ଲଢ଼େଇ ଜାରି ରହିଛି। ଏହାର ଅନ୍ତ ହେଉ ନାହିଁ। କେତେବେଳେ ହାତୀ ଆକ୍ରମଣରେ ମଣିଷର ଜୀବନ ଯାଉଛି ତ କେତେବେଳେ ମଣିଷ ହାତରେ ଯାଉଛି ହାତୀର ଜୀବନ। ୨୦୧୨ରୁ ୨୦୨୨ ମସିହା ମଧ୍ୟରେ ଅର୍ଥାତ୍ ଏହି ୧୦ ବର୍ଷରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ହାତୀ ଆକ୍ରମଣରେ ୯୨୫ ଜଣ ଜୀବନ ଯାଇଛି। ଗତ ମାର୍ଚ୍ଚ ମାସରେ ଜଙ୍ଗଲ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ବିଧାନସଭାରେ ଏହି ତଥ୍ୟ ଦେଇଥିଲେ। ସେହିଭଳି ଏହି ୧୦ ବର୍ଷରେ ବିଭିନ୍ନ କାରଣରୁ ରାଜ୍ୟରେ ୭୮୪ଟି ହାତୀଙ୍କ ମୃତ୍ୟୁ ଘଟିଥିଲା।

Elephant Attack Anugul
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe