Advertisment

ମହୁଲ ସଂଗ୍ରହ ବେଳେ ମହିଳାଙ୍କୁ ପଛପଟୁ ଆକ୍ରମଣ କଲା ହାତୀ

ପାଲଲହଡା (ରବି ନାରାୟଣ ପ୍ରଧାନ): ମହୁଲ ସଂଗ୍ରହ କରୁଥିବା ବେଳେ ପଛ ପଟୁ ହାତୀ ଆସି କଲା ଆକ୍ରମଣ। ଯେଉଁଥିରେ ଗୁରୁତର ଆହତ ହୋଇଛନ୍ତି ଜଣେ ମହିଳା। ଅନୁଗୋଳ ଜିଲ୍ଲା ପାଲଲହଡା ବନାଞ୍ଚଳ ରଞ୍ଜ ଗ୍ରାମରେ ଏଭଳି ଅଘଟଣ ଦେଖିବାକୁ ମିଳିଛି। ବୁଧବାର ସକାଳେ ରମେଶ ବିଶ୍ୱାଳ ଓ ତାଙ୍କ ସ୍ତ୍ରୀ କୁମାରୀ ବିଶ୍ୱାଳ ମିଶିକି ଗାଁ ପାଖ ଜଙ୍ଗଲରେ ମହୁଲ ଗୋଟାଇବାକୁ ଯାଇଥିଲେ। ଏହି ସମୟରେ ହଠାତ୍ ଗୋଟେ ଦନ୍ତା ହାତୀ ପଛ ପଟୁ ଆସି […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ଭୋଜି ପାଇଁ ଯାଇ ହାତୀ ହାବୁଡ଼ରେ ପଡ଼ିଗଲେ ୨ ଯୁବକ

Elephant

ପାଲଲହଡା (ରବି ନାରାୟଣ ପ୍ରଧାନ): ମହୁଲ ସଂଗ୍ରହ କରୁଥିବା ବେଳେ ପଛ ପଟୁ ହାତୀ ଆସି କଲା ଆକ୍ରମଣ। ଯେଉଁଥିରେ ଗୁରୁତର ଆହତ ହୋଇଛନ୍ତି ଜଣେ ମହିଳା। ଅନୁଗୋଳ ଜିଲ୍ଲା ପାଲଲହଡା ବନାଞ୍ଚଳ ରଞ୍ଜ ଗ୍ରାମରେ ଏଭଳି ଅଘଟଣ ଦେଖିବାକୁ ମିଳିଛି।

Advertisment

ବୁଧବାର ସକାଳେ ରମେଶ ବିଶ୍ୱାଳ ଓ ତାଙ୍କ ସ୍ତ୍ରୀ କୁମାରୀ ବିଶ୍ୱାଳ ମିଶିକି ଗାଁ ପାଖ ଜଙ୍ଗଲରେ ମହୁଲ ଗୋଟାଇବାକୁ ଯାଇଥିଲେ। ଏହି ସମୟରେ ହଠାତ୍ ଗୋଟେ ଦନ୍ତା ହାତୀ ପଛ ପଟୁ ଆସି କୁମାରୀ ବିଶ୍ୱାଳଙ୍କୁ ଶୁଣ୍ଢରେ ଠେଲି ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୁଣ୍ଡ ଫାଟି ଯାଇଥିଲା।

ଖବର ପାଇ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ମହିଳାଙ୍କୁ ଉଦ୍ଧାର କରି ପାଲଲହଡା ଡାକ୍ତର ଖାନାରେ ଭର୍ତ୍ତି କରିଥିଲା। ବର୍ତ୍ତମାନ ମହିଳା ଜଣକ ବିପଦମୁକ୍ତ ଥିବା ଡାକ୍ତର କହିଛନ୍ତି।

Advertisment