Advertisment

ଘରେ ପଶିଲା ଦୁର୍ବୃତ୍ତ, ମା’କୁ ଧକ୍କା ମାରି ନାବାଳିକା ଝିଅର ତଣ୍ଟି କାଟିଦେଲା

ଏକ ତରଫା ପ୍ରେମ ଜନିତ କାରଣ ପାଇଁ ନାବାଳିକାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

ଅଦ୍ୟତନ ହୋଇଛି
Angul

Angul

Advertisment

ଘରେ ପଶି ନାବାଳିକାର ତଣ୍ଟିକାଟି ଜଣେ ଦୁର୍ବୃତ୍ତ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ଏପରି ଘଟଣା ଘଟିଛି ଅନୁଗୁଳ ସହର ଉପକଣ୍ଠ କୁଇଓ ଗ୍ରାମରେ। ଡାକ୍ତର ନାବାଳିକାକୁ ମୃତ ଘୋଷଣା କରିଛନ୍ତି। ମୃତ ନାବାଳିକା ଜଣଙ୍କ ହେଲେ ଭାଗିରଥି ସାହୁଙ୍କ ଝିଅ ଖୁସି ସାହୁ। ତାଙ୍କୁ ୧୨ ବର୍ଷ ହୋଇଥିଲା। ଖୁସିଙ୍କ ଘର ତାଳଚେର ଡଅଁରାରେ ହୋଇଥିବା ଜଣାପଡ଼ିଛି।

Advertisment

ଆଜି ସକାଳ ପ୍ରାୟ ୧୦ଟା ସମୟରେ ଖୁସି ତାଙ୍କ ମା’ ଘରେ ଥିଲେ। ଏହି ସମୟରେ ଜଣେ ଦୁର୍ବୃତ୍ତ ଘର ଭିତରକୁ ପଶି ଆସି ଖୁସିକୁ ଆକ୍ରମଣ କରିଥିଲା। ଝିଅକୁ ଆକ୍ରମଣ କରୁଥିବା ଦେଖି ମା’ ତାକୁ ବିରୋଧ କରିଥିଲେ। ଦୁର୍ବୃତ୍ତ ଜଣଙ୍କ ଖୁସିଙ୍କ ମା’ଙ୍କୁ ଠେଲି ଦେଇଥିଲେ। ସେ ତଳେ ପଡ଼ିଯିବା ପରେ ଦୁର୍ବୃତ୍ତ ଜଣଙ୍କ ଖୁସିର ତଣ୍ଟିକୁ ଧାରୁଆ ଅସ୍ତ୍ରରେ କାଟି ଫେରାର ହୋଇଯାଇଥିଲା।

ପରେ ଖୁସିକୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Advertisment

କେଉଁ କାରଣ ପାଇଁ ଦୁର୍ବୃତ୍ତ ଜଣଙ୍କ ନାବାଳିକାର ତଣ୍ଟିକାଟି ହତ୍ୟା କଲା ତାର କାରଣ ଜଣାପଡ଼ି ନାହିଁ। ଏକ ତରଫା ପ୍ରେମ ଜନିତ କାରଣ ଏପରି ହୋଇଥିବା ସନ୍ଦେହ କରାଯାଉଛି। ପୁଲିସ ଅଭିଯୁକ୍ତ ଦୁର୍ବୃତ୍ତକୁ ଖୋଜିବା ସହ ଘଟଣାର ତଦନ୍ତ କରୁଛି।

ଖୁସିଙ୍କ ପ୍ରକୃତ ଘର ତାଳଚେର ଡଅଁରାରେ ହୋଇଥିବା ବେଳେ ସେମାନେ କୁଇଓ ଗ୍ରାମରେ ଭଡ଼ାରେ ରହୁଥିଲେ। ଖୁସିଙ୍କ ମୃତ୍ୟୁ ପରେ ଗାଁରେ ଶୋକର ଛାୟା ଖେଳିଯାଇଛି।

Murder , Odisha Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe