Advertisment

ବିବାହ ପୂର୍ବ ଦିନ ଅଘଟଣ; ମଥାରେ ସିନ୍ଦୂର ଦେବା ଆଗରୁ ଚାଲିଗଲା ପ୍ରେମିକ

ହୋଲି ଦିନ ରଙ୍ଗ ଖେଳି ସାରିବା ପରେ ଏକ ଛୋଟ ଛୁଆ ସହ ନିକଟସ୍ଥ ଚୁଆକୁ ଗାଧୋଇବାକୁ ଯାଇଥିବା ନିଶା ଆଉ ପାଣିରୁ ଉଠି ପାରି ନ ଥିଲେ। କୁନି ପିଲାଟି ଦୌଡ଼ି ଆସି ପରିବାର ଲୋକଙ୍କୁ ଘଟଣା ଜଣାଇଥିଲା।

Incident

Incident

Advertisment

ଜୀବନକୁ ଫିକା କରିଦେଲା ହୋଲିର ରଙ୍ଗ । ହୋଲି ପରଦିନ ପଡ଼ିଥାନ୍ତା ହାତଗଣ୍ଠି । ମଥାରେ ସିନ୍ଦୂର ଦେଇ ନିଜର କରିଥାନ୍ତା ପ୍ରେମିକ । ମାତ୍ର ହୋଲି ଦିନ ଘଟିଲା ଅଘଟଣ । ନିଜ ଦେହରୁ ହୋଲି ରଙ୍ଗ ଛଡ଼ାଇବାକୁ ଜୋରକୁ ଯାଇଥିବା ପ୍ରେମିକ ଆଉ ସେଠୁ ଉଠି ଆସି ପାରିଲା ନାହିଁ। ଫଳରେ ଆରମ୍ଭ ହେବା ପୂର୍ବରୁ ଉଜୁଡ଼ିଗଲା ସଂସାର। ଭେଣ୍ଡିଆ ପୁଅକୁ ହରାଇ ପରିବାର ଲୋକେ କୋହ ସମ୍ଭାଳି ପାରୁ ନ ଥିବା ବେଳେ ପ୍ରେମିକା ଆଖିରୁ ଶୁଖୁନି ଲୁହ। ଏପରି ଦୁଃଖଦ ଘଟଣା ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଜଗନ୍ନାଥପୁର ଗାଁରେ ଘଟିଛି।

Advertisment

ମୃତକ ହେଲେ ଜଗନ୍ନାଥପୁର ଗାଁର ନିଶା ବେହେରା । ନିଶା ପୂର୍ବରୁ ଜଣେ ଯୁବତୀଙ୍କୁ ଭଲ ପାଉଥିବା ବେଳେ ତାଙ୍କୁ ବିବାହ କରାଇବା ନିମନ୍ତେ ପରିବାର ଲୋକଙ୍କୁ ରାଜି କରାଇଥିଲେ। ଏପରିକି ଯୁବତୀଜଣକ ଆସି ନିଶାଙ୍କ ଘରେ ରହୁଥିଲେ। ହୋଲି ପରଦିନ ପଡ଼ିଥାନ୍ତା ହାତଗଣ୍ଠି।

ମାତ୍ର ହୋଲି ଦିନ ରଙ୍ଗ ଖେଳି ସାରିବା ପରେ ଏକ ଛୋଟ ଛୁଆ ସହ ନିକଟସ୍ଥ ଚୁଆକୁ ଗାଧୋଇବାକୁ ଯାଇଥିବା ନିଶା ଆଉ ପାଣିରୁ ଉଠି ପାରି ନ ଥିଲେ। କୁନି ପିଲାଟି ଦୌଡ଼ି ଆସି ପରିବାର ଲୋକଙ୍କୁ ଘଟଣା ଜଣାଇଥିଲା।

Advertisment

ପରିବାର ଲୋକେ ତୁରନ୍ତ ଜୋରରୁ ନିଶାଙ୍କୁ ଉଦ୍ଧାର କରି ଅନୁଗୋଳ ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ରାତି ପାହିଲେ ପୁଅ ବାହାଘର ହୋଇଥାନ୍ତା, ଘରକୁ ବୋହୂ ଆସିଥାନ୍ତା। ମାତ୍ର ବିଧିର ବିଧାନ କିଛି ଅଲଗା ଥିଲା। ବିବାହ ପୂର୍ବ ଦିନ ହିଁ ପୁଅର କୋକେଇ ଉଠିବାରୁ ପରିବାର ଲୋକ ନିଜ ଧୈର୍ଯ୍ୟ ରଖି ପାରି ନ ଥିଲେ।

Deadbody Marriage Angul
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe