Advertisment

ଅଞ୍ଜନା ମିଶ୍ରଙ୍କ ଘରେ ସିବିଆଇ ଟିମ୍‌, କଣ ଆଲୋଚନା କଲେ ପଢ଼ନ୍ତୁ‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ଗିରଫ କରିଥିଲା କମିଶନରେଟ୍‌ ପୁଲିସ। ଏହି ମାମଲାରେ ତଦନ୍ତ କରିବା ପାଇଁ ୨ ଜଣିଆ ସିବିଆଇ ଟିମ୍‌ ଆଜି ଅଞ୍ଜନା ମିଶ୍ରଙ୍କ ଘରେ ପହଞ୍ଚିଛନ୍ତି। ସେହି କାଳ ରାତିରେ ଘଟିଥିବା ଘଟଣା ସମ୍ପର୍କରେ ସିବିଆଇ ଟିମ୍‌ର ସଦସ୍ୟମାନେ ଅଞ୍ଜନାଙ୍କ ସହ ଆଲୋଚନା କରିଛନ୍ତି। ଅଞ୍ଜନାଙ୍କ ସହ ସିବିଆଇ ଟିମ୍‌ର ପ୍ରାୟ ୩୦ ମିନିଟ୍‌ ଧରି ଆଲୋଚନା କରିଛି। ଖୁବ୍‌ […]

author-image
Manoranjan Sial
ଅଦ୍ୟତନ ହୋଇଛି
‘ମୋର ଆର୍ଥିକ ସ୍ଥିତି ଭଲ ନାହିଁ, ହାଇକୋର୍ଟ ମୋ ପାଇଁ ଓକିଲ ନିଯୁକ୍ତ କରନ୍ତୁ’

Anjana Mishra

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ଗିରଫ କରିଥିଲା କମିଶନରେଟ୍‌ ପୁଲିସ। ଏହି ମାମଲାରେ ତଦନ୍ତ କରିବା ପାଇଁ ୨ ଜଣିଆ ସିବିଆଇ ଟିମ୍‌ ଆଜି ଅଞ୍ଜନା ମିଶ୍ରଙ୍କ ଘରେ ପହଞ୍ଚିଛନ୍ତି। ସେହି କାଳ ରାତିରେ ଘଟିଥିବା ଘଟଣା ସମ୍ପର୍କରେ ସିବିଆଇ ଟିମ୍‌ର ସଦସ୍ୟମାନେ ଅଞ୍ଜନାଙ୍କ ସହ ଆଲୋଚନା କରିଛନ୍ତି। ଅଞ୍ଜନାଙ୍କ ସହ ସିବିଆଇ ଟିମ୍‌ର ପ୍ରାୟ ୩୦ ମିନିଟ୍‌ ଧରି ଆଲୋଚନା କରିଛି। ଖୁବ୍‌ ଶୀଘ୍ର ଏହି ମାମଲାର ଚାର୍ଜସିଟ୍‌ ଦାଖଲ କରାଯିବ ବୋଲି ସିବିଆଇ କହିଥିବା ଜଣାପଡ଼ିଛି।

Advertisment

ଅଞ୍ଜନା ମିଶ୍ରଙ୍କୁ ୧୯୯୯ ମସିହା ଜାନୁଆରୀ ୯ ତାରିଖ ରାତିରେ କଟକ-ବାରଙ୍ଗ ଥାନା ଅଞ୍ଚଳର ଗଣଦୁଷ୍କର୍ମ କରାଯାଇଥିଲା। ଏହି ଜଘନ୍ୟକାଣ୍ଡ ବିବନ ବିଶ୍ୱାଳ, ପ୍ରଦୀପ ସାହୁ ଓ ଧିରେନ୍ଦ୍ର ମହାନ୍ତି ଘଟାଇଥିବା ଅଭିଯୋଗ ହୋଇଥିଲା। ଘଟଣାର ୧୭ ଦିନ ପରେ ପ୍ରଦୀପ ଓ ଧିରେନ୍ଦ୍ରଙ୍କୁ ଗିରଫ କରାଯାଇଥିଲା। ମାତ୍ର ମୁଖ୍ୟ ଅଭିଯୁକ୍ତ ବିବନ ଫେରାର ହୋଇଯାଇଥିଲା। ପୁଲିସ ବିବନଙ୍କ ପତ୍ତା ପାଇନଥିଲା। ଏହି ଘଟଣା ସେହି ସମୟରେ ସମଗ୍ର ଦେଶରେ ଆଲୋଡନ ଖେଳାଇ ଦେଇଥିଲା। ଏହି ଲୋମହର୍ଷଣକାରୀ ଘଟଣାକୁ ନେଇ ସେତେବେଳେ ରାତାରାତି ବଦଳି ଯାଇଥିଲା ରାଜ୍ୟରେ ରାଜନୈତିକ ଚିତ୍ର। ଘଟଣାର କିଛି ଦିନ ପରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ପଦ ଛାଡ଼ିବାକୁ ପଡ଼ିଥିଲା।

ଦୀର୍ଘ ୨୨ ବର୍ଷ ପରେ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନକୁ ଧରିବା ପାଇଁ ଭୁବନେଶ୍ୱର କମିଶନରେଟ୍‌ ପୁଲିସ ଆରମ୍ଭ କରିଥିଲା ଅପରେସନ୍‌ ‘ସାଇଲେଣ୍ଟ ଭାଇପର’। ତା’ପରେ ତାକୁ ନଭି ମୁମ୍ବାଇରୁ ଧରିବାରେ ସଫଳ ହୋଇଥିଲା। ସେ ସେଠାରେ ନାଁ ଦଳାଇ ରହୁଥିଲା। ଏ ସମ୍ପର୍କରେ କମିଶନରେଟ୍‌ ପୁଲିସ ଜାଣିପାରି ତାକୁ ଧରିବାରେ ସଫଳ ହୋଇଥିଲା। ପରେ ତାକୁ ଭୁବନେଶ୍ୱର ଆଣିଥିଲା। ଭୁବନେଶ୍ୱରରେ ପହଞ୍ଚିବା ପରେ ବିବନକୁ ନେଇ ପୁଲିସ ସିନ୍‌ ରିକ୍ରିଏଟ୍‌ କରିଥିଲା। ଆଉ ବିବନ ଯେଉଁ ଅଞ୍ଚଳରେ ଲୋମହର୍ଷଣକାରୀ ଘଟଣା ଭିଆଇଥିଲା, ତାହା ଦେଖାଇଥିଲା। ଏହା ପରେ ପୁଲିସ ତାକୁ ଝାରପଡ଼ା ଜେଲ୍‌ ପଠାଇ ଦେଇଥିଲା।

Advertisment

ମୁଖ୍ୟ ଅଭିଯୁକ୍ତ ବିବନକୁ ଚିହ୍ନିବା ପାଇଁ ଝାରପଡ଼ା ଜେଲ ପରିସରରେ ହୋଇଥିଲା TI ପରେଡ୍‌। JMFC ସୃଜାଲିନ ମହାନ୍ତିଙ୍କ ତତ୍ତ୍ୱାବଧାନରେ ହୋଇଥିବା TI ପରେଡ୍‌ରେ ଅଭିଯୁକ୍ତ ବିବନକୁ ଅଞ୍ଜନା ଚିହ୍ନିଥିଲେ। ଏହାଛଡ଼ା ସେହି କାଳ ରାତ୍ରୀରେ ଗାଡ଼ି ଚଳାଇଥିବା ଡ୍ରାଇଭର ମଧ୍ୟ ବିବନକୁ ଚିହ୍ନିଥିବା ସୂଚନା ମିଳିଥିଲା।

୧୯୯୯ ମସିହାରେ ଘଟିଥିବା ଏହି ବହୁ ଚର୍ଚ୍ଚିତ ମାମଲା ତଦନ୍ତ ଭାର ହାଇକୋର୍ଟଙ୍କ ନିର୍ଦ୍ଦେଶରେ ସିବିଆଇ ନେଇଥିଲା। ସେହି ବର୍ଷ ମେ’ ୫ ତାରିଖରେ ସିବିଆଇ ଏହି ମାମଲାର ଚାର୍ଜସିଟ୍ ଦାଖଲ କରିଥିଲା। ୨୦୦୨ ମସିହା ଏପ୍ରିଲ ୨୯ ତାରିଖରେ ଖୋର୍ଦ୍ଧା ଜିଲ୍ଲା ଜଜ୍ ପ୍ରଦୀପ ଓ ଧିରେନ୍ଦ୍ରଙ୍କୁ ଆଜୀବନ ଜେଲ ଦଣ୍ଡ ଶୁଣାଇଥିଲେ। ପ୍ରଦୀପ ସାହୁର ମୃତ୍ୟୁ ଘଟିଥିବା ବେଳେ ଧିରେନ୍ଦ୍ର ଏବେ ଜେଲରେ ଅଛି।