Advertisment

ବାରଙ୍ଗରେ ବିବନର ପାପ ଡାଏରୀ, ଖୋଲୁଛି ଭୟାନକ କାହାଣୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ୨୨ ବର୍ଷ ତଳେ କେମିତି ସଂଘଟିତ ହୋଇଥିଲା ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ? ଅପହରଣଠୁଁ ଆରମ୍ଭ କରି କୁତ୍ସିତ ଅପରାଧ ଭିଆଇବା ଯାଏଁ ପ୍ରତିଟି ପାପର ପେଡ଼ି ଖୋଲିଛି ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ । ଗତକାଲିଠୁ ଆଜି ଯାଏଁ, ୨ ଦିନିଆ ରିମାଣ୍ଡରେ ଥିବା ବିବନ ସିବିଆଇ ଆଗରେ ବଖାଣିଛି ସେଦିନର ସେହି କଳା ରାତିର କାହାଣୀ । ଆଜି କ୍ରାଇମ ସିନ୍ ରିକ୍ରିଏଟ୍ ସ୍ଥଳରେ ବର୍ଣ୍ଣନା କରିଛି ସହଯୋଗୀ ସହ […]

author-image
Tapas Behera
ଅଦ୍ୟତନ ହୋଇଛି
ବାରଙ୍ଗରେ ବିବନର ପାପ ଡାଏରୀ, ଖୋଲୁଛି ଭୟାନକ କାହାଣୀ

nncf

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ୨୨ ବର୍ଷ ତଳେ କେମିତି ସଂଘଟିତ ହୋଇଥିଲା ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ? ଅପହରଣଠୁଁ ଆରମ୍ଭ କରି କୁତ୍ସିତ ଅପରାଧ ଭିଆଇବା ଯାଏଁ ପ୍ରତିଟି ପାପର ପେଡ଼ି ଖୋଲିଛି ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ । ଗତକାଲିଠୁ ଆଜି ଯାଏଁ, ୨ ଦିନିଆ ରିମାଣ୍ଡରେ ଥିବା ବିବନ ସିବିଆଇ ଆଗରେ ବଖାଣିଛି ସେଦିନର ସେହି କଳା ରାତିର କାହାଣୀ । ଆଜି କ୍ରାଇମ ସିନ୍ ରିକ୍ରିଏଟ୍ ସ୍ଥଳରେ ବର୍ଣ୍ଣନା କରିଛି ସହଯୋଗୀ ସହ କେମିତି ଭିଆଇଥିଲା ଅପରାଧ।  ଆଜି ରିମାଣ୍ଡ ଅବଧି ସରିବା ପରେ ବିବନକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।  ସେପଟେ ଅଞ୍ଜନାଙ୍କ ପୁଣି ଦାବି, ଷଡ଼ଯନ୍ତ୍ର ପଛର ସତ ସାମ୍ନାକୁ ଆସୁ।

Advertisment

ସକାଳ ପ୍ରାୟ ସାଢ଼େ ୫ଟା । ବିବନକୁ ଧରି ଅପରାଧ ସ୍ଥଳରେ ପହଞ୍ଚିଥିଲେ ସିବି୍ରାଇ ଅଧିକାରୀ । ସାଙ୍ଗରେ ଥିଲା ବାରଙ୍ଗ ପୁଲିସ । ତାପରେ କଡ଼ା ସୁରକ୍ଷା ମଧ୍ୟରେ ସ୍ପଟ୍‌ରେ ଅପରାଧର ଡେମୋ ଦେଖାଇଥିଲା ବିବନ । ଯାହାର ପ୍ରତିଟି ଚିତ୍ର କଏଦ୍ ହୋଇଥିଲା କ୍ୟାମେରାରେ । ପାଖାପାଖି ଦେଢ଼ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଲା ସିନ୍ ରିକ୍ରିଏସନ୍ । ତାହାରି ଭିତରେ ବାରଙ୍ଗ କିଙ୍ଗ୍ ଓରଫ୍ ବିବନକୁ ଦେଖିବା ପାଇଁ ଏବଂ ଘଟଣା ସମ୍ପର୍କରେ ଜାଣିବା ପାଇଁ ଜମିଯାଇଥିଲା ଲୋକଙ୍କ ଭିଡ଼ । ବିବନ ଯେ ଏଭଳି କୁତ୍ସିତ କାଣ୍ଡ ଭିଆଇବ ସେକଥାକୁ କେହି ବି ଚିନ୍ତାକରିନଥିଲେ ବୋଲି କହିଛନ୍ତି ଗାଁ ଲୋକେ।

କେବଳ ସିନ୍ ରିକ୍ରିଏଟ୍ ନୁହେଁ, ୨ ଦିନିଆ ରିମାଣ୍ଡ ଅବଧି ଭିତରେ ଝାଳ ବୁହାଇ ବିବନଠାରୁ ଆହୁରି ତଥ୍ୟ ଉଗାଳିଛି ସିବିଆଇ। ୧୯୯୯, ଜାନୁୟାରୀ ୯ ରାତିରେ ଅପରାଧ ଭିଆଇବା ପରେ ବାରଙ୍ଗରେ କିଛି ଦିନ ଲୁଚିଥିଲା ବିବନ। ଘଟଣାକୁ ନେଇ କମ୍ପନ ହେବାପରେ ଟ୍ରେନ୍‌ରେ ସୀମାପାର୍ ହୋଇଗଲା।  ପ୍ରଥମେ ସେ ମଧ୍ୟପ୍ରଦେଶକୁ ଯାଇ କିଛି ବର୍ଷ ରହିଥିଲା । ଏହାପରେ ମହାରାଷ୍ଟ୍ରରେ ଆତ୍ମଗୋପନ କରି ପରିବାର ସହ ଥିଲା ଯୋଗାଯୋଗରେ । ଜେରାବେଳେ ସିବିଆଇକୁ ବିବନ ଏଭଳି କିଛି ତଥ୍ୟ ଦେଇଥିବା ସୂଚନା ମିଳିଛି । ତେବେ ୨ ଦିନିଆ ରିମାଣ୍ଡ ଭିତରେ ଆବଶ୍ୟକୀୟ ତଥ୍ୟ ପାଇବା ପରେ ଆଜି ସ୍ପେଶାଲ୍ ସିଜେଏମଙ୍କ କୋର୍ଟରେ ବିବନକୁ ହାଜର କରାଯାଇଥିଲା । ସିବିଆଇ ରିମାଣ୍ଡର ଆବଶ୍ୟକତା ନଥିବା ଦର୍ଶାଇବା ପରେ କୋର୍ଟ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ।

Advertisment

ତେବେ ବିବନ ବିଶ୍ୱାଳରୁ ଜଳନ୍ଧର ସ୍ୱାଇଁ ନାମକରଣ ପଛରେ କାହାର ଥିଲା ହାତ ? କାହା ସୁରକ୍ଷାରେ ୨୨ ବର୍ଷ ଧରି ଆତ୍ମଗୋପନ କରିଥିଲା ବିବନ ?  ବିବନକୁ ଫେରାର୍ କରାଇବାରେ କିଏ ରଚିଥିଲେ କି ଷଡ଼ଯନ୍ତ୍ର ? ଏଭଳି ପ୍ରଶ୍ନ ଉଠାଇବା ସହ ୨୦୦୨ରେ ତଦନ୍ତରେ ଶିଥିଳତା ଅଭିଯୋଗ ଆଣି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଅଞ୍ଜନା । ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଓ ତତ୍କାଳୀନ ଆଡଭୋକେଟ୍ ଜେନେରାଲ ଇନ୍ଦ୍ରଜିତ ରାୟଙ୍କ ବିରୋଧରେ ଅଭିଯୋଗ ବି ଆଣିଥିଲେ । ଇତି ମଧ୍ୟରେ ଜେବି ଏବଂ ଇନ୍ଦ୍ରଜିତ ରାୟଙ୍କ ପରଲୋକ ହୋଇସାରିଛି । ଆଉ ଏବେ ୨୨ ବର୍ଷ ପରେ ଧରାପଡ଼ିଛି ମୁଖ୍ୟ ଅଭିଯୁକ୍ତ। ତେଣୁ ଷଡ଼ଯନ୍ତ୍ର ପଛର ସତ କଣ, ତାହା ଅନ୍ତଃତ ସିବିଆଇ କାଢ଼ିବା ଉଚିତ୍ ବୋଲି ଦାବିକୁ ଦୋହରାଇଛନ୍ତି ଅଞ୍ଜନା ।