Advertisment

TI ପରେଡରେ ବିବନ ବିଶ୍ୱାଳକୁ ଚିହ୍ନିଲେ ଅଞ୍ଜନା ମିଶ୍ର!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ଝାରପଡ଼ା ଜେଲ ପରିସରରେ TI ପରେଡ୍‌ ଶେଷ ହୋଇଛି। TI ପରେଡ୍‌ରେ ଅଭିଯୁକ୍ତ ବିବନକୁ ଅଞ୍ଜନା ଚିହ୍ନିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ସେଦିନ ଗାଡ଼ି ଚଳାଇଥିବା ଡ୍ରାଇଭର ମଧ୍ୟ ଚିହ୍ନିଥିବା ସୂଚନା ମିଳିଛି। ତେବେ ଅଞ୍ଜନା ଗଣମାଧ୍ୟମ ପ୍ରତିଧିନିଙ୍କୁ କହିଥିଲେ- ଯାହା ହୋଇଛି ମାଜିଷ୍ଟ୍ରେଟଙ୍କ ସାମ୍ନାରେ ହୋଇଛି। କୋର୍ଟରେ ଜଣାପଡ଼ିବ। TI ପରେଡ୍‌ରେ ୧୨ ଜଣ ଛିଡ଼ା ହୋଇଥିଲେ ବୋଲି ସେ କହିଛନ୍ତି। JMFC ସୃଜାଲିନ ମହାନ୍ତିଙ୍କ […]

ଅଦ୍ୟତନ ହୋଇଛି
‘ମୋର ଆର୍ଥିକ ସ୍ଥିତି ଭଲ ନାହିଁ, ହାଇକୋର୍ଟ ମୋ ପାଇଁ ଓକିଲ ନିଯୁକ୍ତ କରନ୍ତୁ’

Anjana Mishra

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ଝାରପଡ଼ା ଜେଲ ପରିସରରେ TI ପରେଡ୍‌ ଶେଷ ହୋଇଛି। TI ପରେଡ୍‌ରେ ଅଭିଯୁକ୍ତ ବିବନକୁ ଅଞ୍ଜନା ଚିହ୍ନିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ସେଦିନ ଗାଡ଼ି ଚଳାଇଥିବା ଡ୍ରାଇଭର ମଧ୍ୟ ଚିହ୍ନିଥିବା ସୂଚନା ମିଳିଛି। ତେବେ ଅଞ୍ଜନା ଗଣମାଧ୍ୟମ ପ୍ରତିଧିନିଙ୍କୁ କହିଥିଲେ- ଯାହା ହୋଇଛି ମାଜିଷ୍ଟ୍ରେଟଙ୍କ ସାମ୍ନାରେ ହୋଇଛି। କୋର୍ଟରେ ଜଣାପଡ଼ିବ। TI ପରେଡ୍‌ରେ ୧୨ ଜଣ ଛିଡ଼ା ହୋଇଥିଲେ ବୋଲି ସେ କହିଛନ୍ତି।

Advertisment

JMFC ସୃଜାଲିନ ମହାନ୍ତିଙ୍କ ତତ୍ତ୍ୱାବଧାନରେ ଝାରପଡ଼ା ଜେଲରେ TI ପରେଡ ହୋଇଥିଲା। ଅଭିଯୁକ୍ତ ବିବନ ବିଶ୍ୱାଳକୁ ଚିହ୍ନିବା ନେଇ TI ପରେଡ ହୋଇଥିଲା। ୧୦ ମିନିଟ୍‌ ଧରି TI ପରେଡ୍‌ ହୋଇଥିଲା। TI ପରେଡ ସରିବା ପରେ ପ୍ରଥମେ ବାହାରକୁ ଆସିଥିଲେ ମାଜିଷ୍ଟ୍ରେଟ୍‌। ତା’ପରେ ଅଞ୍ଜନା ବାହାରକୁ ଆସିଥିଲେ।

ସେପଟେ ଆସନ୍ତାକାଲି ଓ ୫ ତାରିଖ ଦିନ ରିମାଣ୍ଡରେ ଯିବ ବିବନ। ସିବିଆଇ ବିବନକୁ ନେଇ ପଚରାଉଚରା କରିବ। ଅଞ୍ଜନା ଷଡ଼ଯନ୍ତ୍ର ଦିଗକୁ ଇଙ୍ଗିତ କରିଛନ୍ତି। ସେ ଦିଗ ମଧ୍ୟ ତଦନ୍ତ ପରିସରକୁ ଆସିପାରେ।

Advertisment

୧୯୯୯ ମସିହା ଜାନୁଆରୀ ୯ ତାରିଖ ରାତିରେ କଟକ-ବାରଙ୍ଗ ଥାନା ଅଞ୍ଚଳର ଘଟିଥିଲା ଏହି ଜଘନ୍ୟକାଣ୍ଡ। ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଶିକାର ହୋଥିବା ବେଳେ ଏଥିରେ ସଂପୃକ୍ତ ଥିଲେ ତିନି ଅଭିଯୁକ୍ତ। ବିବନ ବିଶ୍ୱାଳ, ପ୍ରଦୀପ ସାହୁ ଓ ଧିରେନ୍ଦ୍ର ମହାନ୍ତି। ଘଟଣାର ୧୭ ଦିନ ପରେ ଗିରଫ ହୋଇଥିଲେ ପ୍ରଦୀପ ଓ ଧିରେନ୍ଦ୍ର। ହେଲେ ମୁଖ୍ୟ ଅଭିଯୁକ୍ତ ବିବନ ଫେରାର ହୋଇଯାଇଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶରେ ସିବିଆଇ ତଦନ୍ତ ଭାର ନେଇଥିଲା

୧୯୯୯ ମେ ୫ ତାରିଖରେ ସିବିଆଇ ମାମଲାର ଚାର୍ଜସିଟ୍ ଦାଖଲ କରିଥିଲା। ୨୦୦୨ ମସିହା ଏପ୍ରିଲ ୨୯ ତାରିଖରେ ଖୋର୍ଦ୍ଧା ଜିଲ୍ଲା ଜଜ୍ ରାୟ ଶୁଣାଇ ୨ ଦୋଷୀ ପ୍ରଦୀପ ଓ ଧିରେନ୍ଦ୍ରଙ୍କୁ ଆଜୀବନ ଜେଲ ଦଣ୍ଡ ଦେଇଥିଲେ। ଇତିମଧ୍ୟରେ ପ୍ରଦୀପ ସାହୁର ମୃତ୍ୟୁ ଘଟିଥିବା ବେଳେ ଧିରେନ୍ଦ୍ର ଏବେ ଜେଲରେ। ତେବେ ସେହି ଲୋମହର୍ଷଣକାରୀ ଘଟଣାକୁ ନେଇ ସେତେବେଳେ ରାତାରାତି ବଦଳି ଯାଇଥିଲା ରାଜ୍ୟରେ ରାଜନୈତିକ ଚିତ୍ର। ଘଟଣାର କିଛି ଦିନ ପରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ପଦ ଛାଡ଼ିବାକୁ ପଡ଼ିଥିଲା।

Anjana Mishra Gang Rape Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe