ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତବର୍ଷ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇଛି। ୨୯୫୩ଟି କେନ୍ଦ୍ରରେ ୫ ଲକ୍ଷ ୮୭ ହଜାର ୭୨୦ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ପ୍ରଥମ ଦିନ ମାତୃଭାଷା ଓଡ଼ିଆରେ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ। ସକାଳ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇଛି।
ପରୀକ୍ଷାରେ ଅସାଧୁ କାରବାର ରୋକିବାକୁ ଏଥର ୫୮ଟି ଫ୍ଲାଇଂ ସ୍କ୍ୱାଡ୍, ୪୪ଟି ସ୍ୱତନ୍ତ୍ର ସ୍କ୍ୱାଡ୍ ଗଠନ କରାଯାଇଛି। ସେହିପରି ପ୍ରତି ଜୋନରେ ଗୋଟିଏ ଲେଖାଏ ସ୍କ୍ୱାଡ୍ ବୁଲିବା ସହ ଜିଲ୍ଲାପାଳମାନେ ନିଜେ ସ୍କ୍ୱାଡ୍ ଗଠନ କରି ସେଣ୍ଟର ଯାଞ୍ଚ୍ ଲାଗି କ୍ଷମତା ଦିଆଯାଇଛି।
ଗଣିତ ବିଷୟ ପାଇଁ ପିଲାଙ୍କୁ ଅଧିକ ୧୫ ମିନିଟ୍ ସମୟ ମିଳିବ। ଏବର୍ଷ ସବଜେକ୍ଟିଭ୍ ପାଇଁ ୪ଟି ଓ ଅବଜେକ୍ଟିଭ୍ ପାଇଁ ୪ଟି ଲେଖାଏ ସମାନ୍ତରାଳ ସେଟ୍ ପ୍ରଶ୍ନପତ୍ର କରାଯାଇଛି। ଏହାସହିତ ପରୀକ୍ଷାର୍ଥୀଙ୍କୁ ଉଭୟ ସବଜେକଟିଭ୍ ଓ ଅବଜେକ୍ଟିଭ୍ରେ ପାସ୍ ଲାଗି ଅତିକମ୍ରେ ୧୫ ମାର୍କ ଲେଖାଏ ରଖିବାକୁ ପଡ଼ିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Politics
ବିଜେଡିର ‘ଲଣ୍ଠନ’ ରାଜନୀତି: ସଂଗଠନ ଓ ବିଧାୟକ ମଧ୍ୟରେ ଫାଟ, ପୁଣି ଦିଲ୍ଲୀ ଗଲେ ନବୀନ
ରାଜ୍ୟରେ କ୍ଷମତାସୀନ ବିଜେପି ପ୍ରତି ବିଜେଡି ନେତୃତ୍ୱ ନିଜର ଆଭିମୁଖ୍ୟ ସ୍ପଷ୍ଟ କରୁନଥିବାରୁ ସଂଗଠନ ଓ ବିଧାୟକମାନଙ୍କ ମଧ୍ୟରେ ଫାଟ ବଢ଼ିବାରେ ଲାଗିଛି ।

Politics
ଓଡ଼ିଶା ଛାଡ଼ିବେ ପାଣ୍ଡିଆନ: ବିଜେଡି ସମ୍ଭାଳିବେ ବବି, ନେତାଙ୍କ ତୁଣ୍ଡରେ ତୁଣ୍ଡି
ଧାରଣ ନିର୍ବାଚନରେ ବିପର୍ଯ୍ୟୟ ପରେ ଦଳରେ ପଂଚାୟତଠୁ ରାଜ୍ୟସ୍ତର ପର୍ଯ୍ୟନ୍ତ ତୀବ୍ର ଗୋଷ୍ଠୀକନ୍ଦଳ ଲାଗି ରହିଥିବାରୁ ପାଣ୍ଡିଆନଙ୍କ ପ୍ରସ୍ତୁତ ଏହି ଇକୋସିଷ୍ଟମ ଓ ରିମୋଟ୍ କଂଟ୍ରୋଲରେ ନିୟନ୍ତ୍ରଣ କେତେ ପ୍ରଭାବୀ ହୋଇପାରିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

Miscellaneous
ବିଜେଡି ସାଂସଦଙ୍କ ପତ୍ନୀଙ୍କ କରାମତି: ରାତାରାତି ସଂସ୍ଥା ଗଢ଼ି ନେଇ ଯାଇଛନ୍ତି ସରକାରୀ ସମ୍ପତ୍ତି, ଜଳଜଳ ଦିଶୁଛି ଜାଲିଆତି
ନିଜର ଗଡ଼ଫାଦର ତଥା ‘ଧରମ ଶ୍ୱଶୁର’ଙ୍କ ପତିଆରା ଏବଂ ବିଜେଡିର ଅଘୋଷିତ ସର୍ବେସର୍ବାଙ୍କ ଛତ୍ରଛାୟାରେ ରହି ସମସ୍ତଙ୍କ ଆଖିରେ ଆଙ୍ଗୁଳି ଗେଞ୍ଜି ଶାଗମାଛ ଦରରେ ମାନସଙ୍କ ପତ୍ନୀ ଗାୟତ୍ରୀବାଳା ପଣ୍ଡା ୩୦ବର୍ଷିଆ ଲିଜରେ ରାଜ୍ୟ ସରକାରଙ୍କ ଏଭଳି ଏକ ସମ୍ପତ୍ତିକୁ ହାତେଇଛନ୍ତି ।

Guest Column
ରାଜା ଚକ୍ର ଖଣି କଳା କାରନାମାର କେବଳ ଗୋଟିଏ ବିନ୍ଦୁ
ରାଜ୍ୟରେ ଖଣି ସୂତ୍ରରୁ ଆଇନସିଦ୍ଧ ଭାବେ ଯାହା ଉତ୍ପାଦନ ପାଇଁ ମଞ୍ଜୁର ଦିଆଯାଉଛି ଓ ଯେଉଁଥିରୁ ରାଜ୍ୟ ସରକାର ଖଣି ରାଜସ୍ୱ ପାଉଛନ୍ତି ତାହା ବାହାରେ ଖଣିକୁ କେନ୍ଦ୍ର କରି ଲୋଡିଂ ଓ ଟ୍ରାନ୍ସପୋର୍ଟିଂ ସମେତ ସମସ୍ତ ବ୍ୟବସ୍ଥା ଏପରି କରାଯାଇଛି ଯେ, ସେଥିରେ ପ୍ରତି ସ୍ତରରେ ଟନ୍ ପିଛା ଚାନ୍ଦା ବା ବଟି ଆକାରରେ କଳାଧନ ଆଦାୟ କରାଯାଉଛି।

Guest Column
ଗ୍ରାମାଞ୍ଚଳ ଅର୍ଥନୀତିର ବାହକ ପ୍ରବାସୀ ଶ୍ରମିକ
ସେଦିନ କୋଣାର୍କ ନିକଟସ୍ଥ ଏକ ଗ୍ରାମରେ ମୋର ତାମିଲନାଡୁର ଜଣେ ବନ୍ଧୁଙ୍କ ସହିତ ସ୍ଥାନୀୟ ଯୁବକମାନେ ତାମିଲରେ କଥା ହେବା ମୋତେ କିଛି ସମୟ ଲାଗି ଆଶ୍ଚର୍ଯ୍ୟ କରିଦେଇଥିଲା। ପଚାରିବାରୁ ଜାଣିଲି ଯେ ଏବେ କିଛି ବର୍ଷ ହେବ ଉଦୟକଣି ଓ ପାଖାପାଖି ଗ୍ରାମର ଯୁବକମାନେ ତାମିଲନାଡୁର ବିଭିନ୍ନ ସହରରେ ଯାଇ କାମ କରୁଛନ୍ତି। ଆବଶ୍ୟକ ହେବା ଭଳି ତାମିଲ ଭାଷା ସେମାନେ ସେହିଠାରୁ ଶିଖିନେଇଛନ୍ତି।