Advertisment

ରାଜ୍ୟରେ କରୋନା ନେଲା ଆଉ ୪୫ ଜୀବନ, ମୃତ୍ୟୁ ସଂଖ୍ୟା ୩୦୮୦କୁ ବୃଦ୍ଧି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୪୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୦୮୦କୁ ବୃଦ୍ଧି ପାଇଛି। ୧୭ଟି ଜିଲ୍ଲାରୁ ଏହି ୪୫ ଜଣଙ୍କ ମୃତ୍ୟୁ ସୂଚନା ଆସିଥିବା ବେଳେ ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬ ଜଣ ଅଛନ୍ତି। ଏହା ସହିତ ଏହି ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୦୭କୁ […]

author-image
Jitendra Garnayak
ଅଦ୍ୟତନ ହୋଇଛି
ରାଜ୍ୟରେ ସୁସ୍ଥ ହେଲେ ଆଉ ୮୧୮୨ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୯୮୭

corona

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୪୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୦୮୦କୁ ବୃଦ୍ଧି ପାଇଛି।

Advertisment

୧୭ଟି ଜିଲ୍ଲାରୁ ଏହି ୪୫ ଜଣଙ୍କ ମୃତ୍ୟୁ ସୂଚନା ଆସିଥିବା ବେଳେ ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬ ଜଣ ଅଛନ୍ତି। ଏହା ସହିତ ଏହି ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୦୭କୁ ବୃଦ୍ଧି ପାଇଛି, ଯାହା ସାରା ରାଜ୍ୟରେ ଅଧିକ।

କଟକକଳାହାଣ୍ଡି ଜିଲ୍ଲାରୁ ଆଉ ୫ ଜଣ ଲେଖାଏଁଙ୍କ ମୃତ୍ୟୁ ଘଟିଥିବା ବେଳେ ଅନୁଗୋଳ, ଢେଙ୍କାନାଳସୁନ୍ଦରଗଡ଼ଜିଲ୍ଲାରୁ ୪ ଜଣ ଲେଖାଏଁ ଏବଂ ବୌଦ୍ଧ ଓ ଝାରସୁଗୁଡ଼ା ଜିଲ୍ଲାରୁ ୩ ଜଣ ଲେଖାଏଁ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।

Advertisment

ବରଗଡ଼ ଓ ରାୟଗଡ଼ା ଜିଲ୍ଲାରୁ ୨ ଜଣ ଲେଖାଏଁଙ୍କ ମୃତ୍ୟୁ ଘଟିଥିବା ବେଳେ ବାଲେଶ୍ୱର, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ମାଲକାନଗିରି, ମୟୂରଭଞ୍ଜ ଓ ନୟାଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

ଅନୁଗୋଳ ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୩୬କୁ ବୃଦ୍ଧି ପାଇଥିବା ବେଳେ ବାଲେଶ୍ୱରରେ ୧୧୦, ବରଗଡ଼ରେ ୫୬, ବୌଦ୍ଧରେ ୬୦, କଟକରେ ୧୮୯, ଢେଙ୍କାନାଳରେ ୪୩, ଜଗତସିଂହପୁରରେ ୫୦, ଯାଜପୁରରେ ୩୪, ଝାରସୁଗୁଡ଼ାରେ ୭୫, କଳାହାଣ୍ଡିରେ ୧୪୦, କେନ୍ଦ୍ରାପଡ଼ାରେ ୫୫, ମାଲକାନଗିରିରେ ୩୪, ମୟୂରଭଞ୍ଜରେ ୧୦୩, ନୟାଗଡ଼ରେ ୫୪, ରାୟଗଡ଼ାରେ ୧୨୦ ଓ ସୁନ୍ଦରଗଡ଼ ଜିଲ୍ଲାରେ ୨୯୨କୁ ବୃଦ୍ଧି ପାଇଛି।

ସୋମବାର ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଥିଲେ ଯେ ଯେହେତୁ ୬୦ ପ୍ରତିଶତ କରୋନା ରୋଗୀ ଆଇସିୟୁରେ ଅଛନ୍ତି, ତେଣୁ ମୃତ୍ୟୁ ସଂଖ୍ୟା ଅଧିକ ରହୁଛି।

ସୂଚନାଯୋଗ୍ୟ, ରାଜ୍ୟରେ ଧୀରେ ଧୀରେ କରୋନା ସଂକ୍ରମଣ ହ୍ରାସ ପାଉଛି। ଗତ ୨୪ ଘଣ୍ଟାରେ ରାଜ୍ୟରୁ ୫୮୯୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୫୩ ଜଣ ଅଛନ୍ତି।

Corona Death In Odisha