corona
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୧୪୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହାସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪,୦୫୫ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୨୭୦୮ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ୧୩୩୩ ଜଣ ଚିକିତ୍ସାଧୀନ ଅଛନ୍ତି। ୧୧ ଜଣଙ୍କ ମୃତ୍ୟୁ ଘଟିଛି। ନୂତନ ଭାବେ ଚିହ୍ନଟ ୧୪୬ ଜଣଙ୍କ ମଧ୍ୟରୁ ୧୨୮ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୧୮ଟି ଲୋକାଲ କେସ୍।
ଏହି ୧୪୬ ଆକ୍ରାନ୍ତଙ୍କ ମଧ୍ୟରେ କନ୍ଧମାଳ ଜିଲ୍ଲାର ସର୍ବାଧିକ ୪୮ ଜଣ ଅଛନ୍ତି। ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ୭ ଜଣ ଚିହ୍ନଟ ହୋଇଥିବା ବେଳେ ନୟାଗଡ଼ରୁ ୪, ଝାରସୁଗୁଡ଼ାରୁ ୧, ରାୟଗଡ଼ାରୁ ୫, କଟକରୁ ୧୯, ଜଗତସିଂହପୁରରୁ ୪, ବାଲେଶ୍ୱରରୁ ୮, ଢେଙ୍କନାଳରୁ ୧, ଅନୁଗୋଳରୁ ୬, ଗଞ୍ଜାମରୁ ୮, ସୋନପୁରରୁ ୨, ଭଦ୍ରକରୁ ୧୯, ସମ୍ୱଲପୁରରୁ ୧ ଓ ସୁନ୍ଦରଗଡ଼ରୁ ୪ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଅମ୍ଫାନ ଡ୍ୟୁଟି ସାରି ପଶ୍ଚିମବଙ୍ଗରୁ ଫେରିଥିବା ଆଉ ୯ ଜଣ ଅଗ୍ନିଶମ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/05/corona-2-1-1-1.jpg)