ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଆରୋଗ୍ୟ ହେଲେ ୧୬୮୩ କରୋନା ଆକ୍ରାନ୍ତ। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୨୮୬୮୫୭ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରିଛି।
https://twitter.com/HFWOdisha/status/1325095658982764544?s=20
ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ ଖୋର୍ଦ୍ଧାରୁ ସର୍ବାଧିକ ୨୧୭ ଜଣ ଅଛନ୍ତି। ସେହିପରି ସୁନ୍ଦରଗଡ଼ରୁ ୧୧୩, କଟକରୁ ୧୦୪, ବୌଦ୍ଧରୁ ୯୧, କଳାହାଣ୍ଡିରୁ ୮୩, ମୟୂରଭଞ୍ଜରୁ ୮୦, ବାଲେଶ୍ୱରରୁ ୭୮, ନୂଆପଡ଼ାରୁ ୭୬, ପୁରୀରୁ ୭୬, ଅନୁଗୋଳରୁ ୬୪, କୋରାପୁଟରୁ ୬୧, କେନ୍ଦୁଝରରୁ ୫୯, ଜଗତସିଂହପୁରରୁ ୫୫, ଢେଙ୍କାନାଳରୁ ୫୨, କେନ୍ଦ୍ରାପଡ଼ାରୁ ୫୨, ବଲାଙ୍ଗିରିରୁ ୪୬, ଭଦ୍ରକରୁ ୪୦, ଯାଜପୁରରୁ ୩୪, ନୟାଗଡ଼ରୁ ୩୪, ମାଲକାନଗିରିରୁ ୩୩, ବରଗଡ଼ରୁ ୩୨, ନବରଙ୍ଗପୁରରୁ ୩୨, ଝାରସୁଗୁଡ଼ାରୁ ୨୩, ଗଞ୍ଜାମରୁ ୨୬, ସୋନପୁରରୁ ୨୩, ସମ୍ୱଲପୁରରୁ ୨୦, ରାୟଗଡ଼ାରୁ ୧୪, କନ୍ଧମାଳରୁ ୧୨, ଗଜପତିରୁ ୭ ଓ ଷ୍ଟେଟ୍ ପୁଲରୁ ୩୫ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।