Corona
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନାରେ ଆଉ ୧୭ ଜଣଙ୍କ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୋମବାର ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୧୯୭କୁ ବୃଦ୍ଧି ପାଇଛି।
୧୭ ମୃତକଙ୍କ ମଧ୍ୟରୁ ୭ ଜଣ ହେଉଛନ୍ତି ମହିଳା। ଖୋର୍ଦ୍ଧା, ରାୟଗଡ଼ା, କଳାହାଣ୍ଡିଓ ସୁନ୍ଦରଗଡ଼ରୁ ୩ ଜଣ ଲେଖାଏଁଙ୍କ ମୃତ୍ୟୁ ଘଟିଛି। ସେହିପରି ପୁରୀ ଜିଲ୍ଲାରୁ ୨ ଜଣ ଥିବା ବେଳେ ଅନୁଗୋଳ, ବଲାଙ୍ଗିର ଓ ଢେଙ୍କାନାଳ ଜିଲ୍ଲାରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି।
ଏହି ୧୭ ଜଣଙ୍କ ମଧ୍ୟରୁ ୪ ଜଣଙ୍କର ଡାଇବେଟିସ୍ ଓ ଉଚ୍ଚ ରକ୍ତଚାପ ଜନିତ ସମସ୍ୟା ମଧ୍ୟ ରହିଥିଲା। ସେହିପରି ଜଣେ ସିକିଲ୍ ସେଲ୍ ରୋଗରେ ବି ପୀଡ଼ିତ ଥିବା ବେଳେ ଅନ୍ୟ ଜଣଙ୍କର ଲିଭରରେ ସମସ୍ୟା ଥିଲା।
ଆଉ ୩ ଜଣଙ୍କ ମୃତ୍ୟୁ ସହିତ ଖୋର୍ଦ୍ଧାଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୮୯ରେ ପହଞ୍ଚିଛି, ଯାହା ରାଜ୍ୟରେ ସର୍ବାଧିକ। ରାୟଗଡ଼ାରେ ଏଯାଏଁ ୭୪ ଜଣଙ୍କ ଜୀବନ ଯାଇଥିବା ବେଳେ କଳାହାଣ୍ଡିରେ ୫୮ ଓ ସୁନ୍ଦରଗଡ଼ରେ ୨୧୧ ଜଣଙ୍କ ମୃତ୍ୟୁ ଘଟିଛି।
ସେହିପରି ଆଉ ୨ଟି ନୂଆ ମୃତ୍ୟୁ ମାମଲା ଆସିବା ପରେ ପୁରୀ ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୩୪କୁ ବୃଦ୍ଧି ପାଇଛି। ଅନୁଗୋଳ ଜିଲ୍ଲାରେ ୪୩ ଜଣଙ୍କ ଜୀବନ ଯାଇଥିବା ବେଳେ ବଲାଙ୍ଗିରରେ ୫୩ ଓ ଢେଙ୍କାନାଳରେ ୩୨ ଜଣଙ୍କର କରୋନାରେ ମୃତ୍ୟୁ ହେଲାଣି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/04/Corona-10.jpg)