Advertisment

କରୋନା ନେଲା ଆଉ ୨ ମୁଣ୍ଡ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୨ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି। ମୃତକଦ୍ୱୟ ହେଲେ ଗଞ୍ଜାମ ଓ ଯାଜପୁର ଜିଲ୍ଲାର। ଗଞ୍ଜାମରେ ମୃତ୍ୟୁ ଘଟିଥିବା ଆକ୍ରାନ୍ତଙ୍କ ବୟସ (୭୭) ବର୍ଷ । ଯାଜପୁର ଜିଲ୍ଲାରେ ମୃତ୍ୟୁ ଘଟିଥିବା ଆକ୍ରାନ୍ତଙ୍କ ବୟସ( ୬୪)। ଗଞ୍ଜାମ ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ୨୧ରେ ପହଞ୍ଚିଛି। ଏଥିସହ ଯାଜପୁର ଜିଲ୍ଲାରେ ଏହା ପ୍ରଥମ କରୋନା ମୃତ୍ୟୁ ବୋଲି କୁହାଯାଉଛି। ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି ପାଇଛି। […]

author-image
Jyoshna Pradhan
ଅଦ୍ୟତନ ହୋଇଛି
ଓଡ଼ିଶା ବିଧାନସଭାର ୫ କର୍ମଚାରୀ କରୋନା ପଜିଟିଭ୍‌

corona-8-1

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୨ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି। ମୃତକଦ୍ୱୟ ହେଲେ ଗଞ୍ଜାମ ଓ ଯାଜପୁର ଜିଲ୍ଲାର। ଗଞ୍ଜାମରେ ମୃତ୍ୟୁ ଘଟିଥିବା ଆକ୍ରାନ୍ତଙ୍କ ବୟସ (୭୭) ବର୍ଷ । ଯାଜପୁର ଜିଲ୍ଲାରେ ମୃତ୍ୟୁ ଘଟିଥିବା ଆକ୍ରାନ୍ତଙ୍କ ବୟସ( ୬୪)। ଗଞ୍ଜାମ ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ୨୧ରେ ପହଞ୍ଚିଛି। ଏଥିସହ ଯାଜପୁର ଜିଲ୍ଲାରେ ଏହା ପ୍ରଥମ କରୋନା ମୃତ୍ୟୁ ବୋଲି କୁହାଯାଉଛି। ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି ପାଇଛି।

Advertisment

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ହୋଇଥିବା ଟ୍ୱିଟ ଅନୁଯାୟୀ, ଗଞ୍ଜାମ ଜିଲ୍ଲାରେ ପ୍ରାଣ ହରାଇଥିବା ୭୭  ବର୍ଷୀୟ କରୋନା ଆକ୍ରାନ୍ତ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ। ସେହିପରି ଯାଜପୁରରୁ ପ୍ରାଣ ହରାଇଥିବା ବ୍ୟକ୍ତିଜଣକ ମଧୁମେହରେ ପୀଡ଼ିତ ଥିବା ବେଳେ କରୋନାରେ ଆକ୍ରାନ୍ତ ହୋଇ ଆଖି ବୁଜିଛନ୍ତି।

Advertisment

ସୂଚନାଯୋଗ୍ୟ,  କରୋନାରେ ଆକ୍ରାନ୍ତ ହୋଇ ଗଞ୍ଜାମର ୪ କରୋନା ଯୋଦ୍ଧାଙ୍କ ମୃତ୍ୟୁ ଘଟିଛି। ରାଜ୍ୟରେ ୨୨ଟି ଜିଲ୍ଲାରୁ ୪୫୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୬୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଏଯାବତ୍ ପଜିଟିଭ୍ ସଂଖ୍ୟା ୯୫୨୬କୁ ବୃଦ୍ଧି ପାଇଛି। ଏବେ ବିଭିନ୍ନ କୋଭିଡ୍‌ ହସପିଟାଲରେ  ୩,୨୫୪ ଜଣ ଚିକିତ୍ସିତ ହେଉଛନ୍ତି।

Corona Death